ବଲିଉଡ଼ର ଏହି କଳାକାର ମାନଙ୍କର ଝିଅମାନେ ଅଟନ୍ତି ବହୁତ ଅଦ୍ଭୁତ ! ସୌନ୍ଦର୍ଯ୍ୟରେ ପରସ୍ପରଙ୍କୁ ଦେଇଛନ୍ତି ପ୍ରତିଯୋଗିତା, ଦେଖନ୍ତୁ ।

Spread the love

ବଲିଉଡ଼ର ଏହି କଳାକାର ମାନଙ୍କର ଝିଅମାନେ ଅଟନ୍ତି ଅଦ୍ଭୁତ ! ସୁନ୍ଦରତାରେ ଦେଉଛନ୍ତି ପରସ୍ପରକୁ ପ୍ରତିଯୋଗିତା । ନମ୍ବର ୧ ହୋଇ ସାରିଛନ୍ତି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ସ୍ପନ୍ଦନ ।

ଭାରତରେ ବର୍ତ୍ତମାନ ବଲିଉଡ଼ର ଇଣ୍ଡଷ୍ଟ୍ରିର ଭାଗ୍ୟ ବହୁତ ଭଲ ଅଛି ଓ ସମସ୍ତେ ଏଠାରେ ନିଜର କ୍ୟାରିୟର ତିଆରି କରିବାରେ ଲାଗି ପଡିଛନ୍ତି । ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିବା ପାଇଁ କୋଟି କୋଟି ସଂଖ୍ୟାରେ ଲୋକମାନେ ସବୁଦିନ ସଂଘର୍ଷ କରୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁତ କମ କଳାକାର ଏପରି ଅଛନ୍ତି, ଯେଉଁମାନେ କି ସଫଳତାର ଏହି ପ୍ରତିଯୋଗିତାରେ ସାମିଲ ହୋଇ ପାରିଛନ୍ତି । ଏମାନଙ୍କ ମଧ୍ୟରୁ ଶାହରୁଖ ଖାନ, ଶ୍ରୀଦେବୀ, ଅକ୍ଷୟ କୁମାର, ଅନୀଲ କପୂର ଆଦି ସୁପରଷ୍ଟାରର ଲିଷ୍ଟରେ ସାମିଲ ଅଛନ୍ତି । ଦେଖିବାକୁ ଗଲେ, ଏହି କଳାକାର ମାନଙ୍କ ପୁଅଝିଅ ମାନେ ମଧ୍ୟ ତାଙ୍କ ପରି ଗୁଣବାନ୍ ଅଟନ୍ତି । ବହୁତ ଲୋକପ୍ରିୟ କଳାକାର ମାନଙ୍କ ପୁଅଝିଅ ମାନେ ମଧ୍ୟ ବଲିଉଡ଼ରେ ପାଦ ପକାଇ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ହିଁ ପ୍ରସିଦ୍ଧ କଳାକାରଙ୍କ ଝିଅ ମାନଙ୍କ ସହିତ ପରିଚିତ କରାଇବୁ, ଯେଉଁମାନଙ୍କ ସୁନ୍ଦରତା ପରସ୍ପରକୁ ମଧ୍ୟ ଟକ୍କର ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଟପ୍ ୪ ଝିଅ ମାନଙ୍କ ବିଷୟରେ —

୪. ସୁହାନା ଖାନ :

ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ବୋଲି କୁହାଯାଇଥାଏ । ଶାହରୁଖ ଖାନଙ୍କ ପୁଅଝିଅ ନିଶ୍ଚିତ ଭାବେ ଆଗାମୀ ପିଢ଼ିର ସୁପରଷ୍ଟାର ଅଟନ୍ତି । ଯଦିଓ ଶାହରୁଖ ଖାନଙ୍କ ଛୋଟ ପୁଅ ଅବରାମ ସବୁଠାରୁ ଅଧିକ ସୁନ୍ଦର ଓ ଭଲ ଅଟନ୍ତି କିନ୍ତୁ ତାଙ୍କ ପୁଅ ଆର୍ୟନ ଏବଂ ଝିଅ ସୁହାନା ଖାନ ମଧ୍ୟ କାହାଠାରୁ କମ ନୁହଁନ୍ତି । ଷ୍ଟାଇଲ ବିଷୟରେ ଆଲୋଚନା କଲେ, ସୁହାନା ଖାନ ସବୁଠାରୁ ଆଗରେ ଅଛନ୍ତି ଓ ଇଣ୍ଟରନେଟରେ ରାଜ କରନ୍ତି କିମ୍ବା ଏମିତି କହିପାରିବା ଯେ, ଶାହରୁଖଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡ଼ିଆର ଷ୍ଟାର ହୋଇ ସାରିଛନ୍ତି । ଯେବେ ମଧ୍ୟ ସୁହାନା କୌଣସି ଶସ୍ତା ଉତ୍ସବରେ ଯୋଗ ଦିଅନ୍ତି; ତେବେ ସେହି ଉତ୍ସବ ସମ୍ପୂର୍ଣ୍ଣ ଭାବେ ଲାଇମ ଲାଇଟକୁ ଆସିଯାଏ । ସୁହାନାଙ୍କ ସୁନ୍ଦରତା ବିଷୟରେ ଆପଣ ତାଙ୍କ ଫୋଟୋ ଦେଖି ନିଶ୍ଚୟ ଜାଣି ପାରୁଥିବେ । ସୁହାନା ୧୯ ବର୍ଷର ହୋଇ ସାରିଲେଣି କିନ୍ତୁ ବର୍ତ୍ତମାନ ସେ ବଲିଉଡ଼ରେ ଡେବ୍ୟୁ କରିବା ବିଷୟରେ କିଛି ବିଚାର କରି ନାହାଁନ୍ତି । କିନ୍ତୁ ଡେରି ହେଲେ ମଧ୍ୟ ସେ ଚଳଚ୍ଚିତ୍ର ମାନଙ୍କରେ ନିଶ୍ଚୟ ନଜର ଆସିବେ ।

୩. ଅନନ୍ୟା ପାଣ୍ଡେ :

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର ଡଟର୍ସରେ ସାମିଲ ଅଛନ୍ତି । ବର୍ତ୍ତମାନ ନିକଟରେ ହିଁ ସେ ୧୯ ବର୍ଷର ହୋଇଛନ୍ତି । ସୌନ୍ଦର୍ଯ୍ୟତାରେ ଏଇ ବଡ଼ ବଡ଼ ଅଭିନେତ୍ରୀଙ୍କୁ ମଧ୍ୟ ପ୍ରତିଯୋଗିତା ଦେଉଛନ୍ତି । ଖବର ଅନୁସାରେ ଅନନ୍ୟା “ସ୍ତୁଡେଣ୍ଟ ଅଫ ଦ ଇଅର-୨”ରୁ ନିଜର ବଲିଉଡ଼ କ୍ୟାରିୟର ଆରମ୍ଭ କରିଛନ୍ତି । ଏହି ଚଳଚ୍ଚିତ୍ର ସେ ଟାଇଗର ଶୋରଫାଙ୍କ ସାଥିରେ କାମ କରିଛନ୍ତି ।

୨. ସାରା ଅଲି ଖାନ୍ :

ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଲାଡ଼ଲି ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଡ଼ ହୋଇଗଲେଣି ଓ ଦେଖିବାକୁ କୌଣସି ମଡେଲରୁ ମଧ୍ୟ କମ ନୁହଁନ୍ତି । ଆପଣଙ୍କ ସୂଚନା ପାଇଁ କହି ଦେଉଛୁ ଯେ, ସାରା ଅଲ୍ଲୀ ଖାନଙ୍କ ଦୁଇଟି ଭାଇ ମଧ୍ୟ ଅଛନ୍ତି; ବ୍ରହ୍ମନ ଓ ତୈମୁର ଅଲ୍ଲି ଖାନ । ସାରାଙ୍କ ଜନ୍ମ ୧୯୯୩ ମସିହାରେ ହୋଇଥିଲା । ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ଗଲେ, ସାରା “କେଦାର ନାଥ” ଚଳଚ୍ଚିତ୍ରରୁ ନିଜର ଚଳଚ୍ଚିତ୍ର ଜୀବନର ଆରମ୍ଭ କରି ସାରିଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ସୁଶାନ୍ତ ସିଂ ରାଜପୁତ ମଧ୍ୟ ନଜର ଆସିଥିଲେ । ଏବେ ଦେଖିବା ବିଷୟ ଏହା ଯେ, ପିତାଙ୍କ ଲାଡ଼ଲି ତାଙ୍କ ଠାରୁ ଅଧିକ ଚଳଚ୍ଚିତ୍ର ମାନଙ୍କରେ ନିଜର ପାରଙ୍ଗମତା ଦେଖାଇପାରିବେ ନା ନାହିଁ ।

୧. ଜାହ୍ନବୀ କପୂର :

କିଛି ଦିନ ପୂର୍ବରୁ ହିଁ ଆମେ ସମସ୍ତେ ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ହରାଇଦେଲୁ । କିନ୍ତୁ ଏବେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୂର “ଧଡକ” ଚଳଚ୍ଚିତ୍ରରୁ ଡେବ୍ୟୁ କରିସାରିଛନ୍ତି । କିନ୍ତୁ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସେତେଟା ଲୋକପ୍ରିୟତା ହାସଲ କରି ପାରିନଥିଲା । ତଥାପି ଜାହ୍ନବୀଙ୍କ ଡେବ୍ୟୁ ପୂର୍ବରୁ ହିଁ ତାଙ୍କ ଫେନ୍ସ ଫୋଲୋଇଂର ଲିଷ୍ଟ ବଢ଼ି ସାରିଛି । ଏମିତିରେ ଏବେ ଦେଖିବା ଏହା ଯେ, ଜାହ୍ନବୀ ନିଜ ମାଆଙ୍କ ପରି ଦର୍ଶକମାନଙ୍କ ହୃଦୟକୁ ଜିଣି ପାରୁଛନ୍ତି କି ନାହିଁ ।