7th pay commission : କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଧାରୀ ଧ୍ୟାନରେ ଦେଖନ୍ତୁ , ମହଙ୍ଗା ଭତା ଉପରେ କରାଯାଇଥିବା ଯାଚିକା ପାଇଁ କୋର୍ଟ ଏହି ନିର୍ଣ୍ଣୟ ଦେଇଛନ୍ତି ।

Spread the love

କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଧାରୀଙ୍କ ନିମନ୍ତେ ଏହି ଖବର ଜରୁରୀ ଅଟେ । ମହଙ୍ଗା ଭତା ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ । ସରକାରଙ୍କ ଏହି ନିର୍ଣ୍ଣୟ ଉପରେ ଦିଲ୍ଲୀ ହାଇ କୋର୍ଟ ଆହ୍ୱାନ କରିଥିଲେ । ଏହି ଯାଚିକାରେ ଡିଏ ଯୋଗାଇବା ପାଇଁ ରୋକ ଲଗାଯାଇଥିଲା । ହାଇକୋର୍ଟ ଏହି ଆଦେଶ ଉପରେ ନିଜର ନିର୍ଣ୍ଣୟ ଶୁଣାଇଛନ୍ତି । ଆଦେଶ ଅନୁସାରେ କୋର୍ଟ ଏହି ଯାଚିକକୁ ଖାରଜ କରିଥିଲେ । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ନିରାଶ ହୋଇଥିଲେ ।

Google

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତା କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ନିର୍ଦେଶ ଯାଚିକା ଖାରଜ କରିଦେଇଛନ୍ତି । କେନ୍ଦ୍ର ସରକାର ଗତ ଜାନୁଆରୀ ୨୦୨୦ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧି ନିମନ୍ତେ ଆଦେଶ ଦେଇଥିଲେ କିନ୍ତୁ ମାର୍ଚ୍ଚରେ କରୋନା ସଙ୍କଟ ଯୋଗୁଁ ଦେଶ ବ୍ୟାପି ଲକଡାଉନ ଯୋଗୁଁ ବର୍ଦ୍ଧିତ ମହଙ୍ଗା ଭତା ଦେବା ଉପରେ ସ୍ଥଗିତାଦେଶ ଜାରିକରିଥିଲେ । ଏହି ସ୍ଥଗିତାଦେଶ ଆଗାମୀ ୨୦୨୧ ପର୍ଯ୍ୟନ୍ତ ଜାରି କରାଯାଇଛି । ଯାଚିକାରେ ଏହି ପ୍ରକାରର ଅଧିସୂଚନା ଫେରସ୍ତ ନେବା ପାଇଁ ଦାବି କରାଯାଇଛି ।

କୋର୍ଟ ଆଦେଶ ଦେଇଛନ୍ତି

କୋର୍ଟ ଏହି ଯାଚିକା ଖାରଜ କରିବାର କାରଣ ହେଉଛି ମହଙ୍ଗା ଭତା ପ୍ରଦାନ କରିବା ପାଇଁ ସମୟସୀମାର ନିର୍ଦ୍ଧାରଣ କୌଣସି ନିୟମ ନାହିଁ । ଏହି କାରଣରୁ କେନ୍ଦ୍ର ସରକାରଙ୍କୁ କୌଣସି ନିୟମ ଅନୁସାରେ ଏହି ଆଦେଶ ଦିଆଯାଇପାରିବ ନାହିଁ । କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତା ପ୍ରଦାନ କରିବା ଯାଚିକା ଖାରଜ ହୋଇଯାଇଛି ।

Google

ଆଦେଶରେ ଏହି ଯାଚିକା ଖାରଜ କରିବା ବେଳେ କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ନିୟମରେ କୌଣସି ବାଧ୍ୟତା ନାହିଁ । ଉଛ ନ୍ୟାୟାଳୟର ଆଦେଶରେ କୁହାଯାଇଛି ଉପରୋକ୍ତ ଉଲ୍ଲେଖିତ ଆଲ ଇଣ୍ଡିଆ ସର୍ଭିସ ନିୟମର ତୃତୀୟ ନିୟମରେ ଉଲ୍ଲେଖ ରହିଛି ମହଙ୍ଗା ଭତା ବୃଦ୍ଧି କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ରହିଛି ।

ଜନ ହିତର ଯାଚିକା ଉପରେ କୋର୍ଟ ଏହି ନିୟମ ବିଷୟରେ କହିଥିଲେ

ଏହି ଆଦେଶ ଏକ ଜନ ହିତ ଯାଚିକାର ଶୁଣାଣି ସମୟରେ ଆସିଥିଲା, ଯେଉଁଥିରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଉଭୟଙ୍କ ବିତ୍ତ ମନ୍ତ୍ରାଳୟ ନିର୍ଦେଶ ଜାରି କରିବା ପାଇଁ ଦାବି କରାଯାଇଛି । ନ୍ୟାୟମୂର୍ତି ବିପିନ ସାନ୍ଧି ଏବଂ ନ୍ୟାୟମୂର୍ତି ରଜନିଶ ଭଟନାଗର କହିଥିଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ମହଙ୍ଗା ଭତାର ସମୟବୃଦ୍ଧି ଉପରେ କୌଣସି ବାଧ୍ୟତା ନାହିଁ ।

Google

କୋର୍ଟ କହିଥିଲେ ଅଖିଳ ଭାରତୀୟ ସେବାର ତୃତୀୟ ନିୟମରେ କେନ୍ଦ୍ର ସରକାରଙ୍କ ଏହି ଅଧିକାର ରହିଛି ସେ କେନ୍ଦ୍ର ସରକାର ସ୍ୱଇଛାରେ ମହଙ୍ଗା ଭତା ପ୍ରଦାନ କରିପାରିବେ । କେନ୍ଦ୍ର ସରକାରଙ୍କ ବିବାଦୀୟ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ମହଙ୍ଗା ଭତା ପ୍ରଦାନ କରାଯିବ ନାହିଁ ।