ସାଇକେଲରେ ଯାଆନ୍ତି ଦେଶର ସବୁଠୁ ଗରୀବ ସାଂସଦ । ଲୋକେ କହନ୍ତି- ‘ଓଡ଼ିଶାର ମୋଦି’ ।

Spread the love

ଲୋକସଭା ନିର୍ବାଚନରେ ଓଡ଼ିଶାର ବାଲେଶ୍ଵର ଆସନରୁ ଏଥର ବିଜେପିର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଜୟ ହାସଲ କରିଛନ୍ତି । ସେ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ହରାଇଛନ୍ତି । ପ୍ରତାପ ଷଡଙ୍ଗୀ ୨୦୧୪ ମସିହାରେ ହରିଯାଇ ଥିଲେ । କିନ୍ତୁ ଏହିଥର ସେ ବିଜୟ ଲାଭ କରିଛନ୍ତି । ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପ୍ରତାପ ଷଡଙ୍ଗୀଙ୍କ ଚର୍ଚ୍ଚା ଜୋରଜାର ଚାଲିଛି । ଲୋକେ ତାଙ୍କୁ ଓଡ଼ିଶାର ମୋଦି ବୋଲି କହୁଛନ୍ତି । ସେ ବହୁତ ବର୍ଷ ହେଲା ସମାଜ ସେବା କରି ଆସୁଛନ୍ତି, ଏହା ଛଡା ସେ ବିବାହ ମଧ୍ୟ କରି ନାହାନ୍ତି । ଷଡଙ୍ଗୀ କୁଡ଼ିଆ ଘରେ ରହୁଛନ୍ତି ଏବଂ ତାଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ସେତେଟା ଭଲ ନୁହେଁ କିନ୍ତୁ ତାଙ୍କ ଅଞ୍ଚଳର ଲୋକମାନେ ତାଙ୍କର ବହୁତ ନିକଟତର ।

ପ୍ରତାପ ଷଡଙ୍ଗୀ ବାଲେଶ୍ଵର ଜିଲ୍ଲାର ଗୋପୀନାଥପୁର ଗ୍ରାମର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରରେ ସ୍ନାତକୋତ୍ତର କରିଛନ୍ତି, ପ୍ରତାପ ଷଡଙ୍ଗୀ ଛୁଆ ବେଳୁରୁ ହିଁ ଆଧ୍ୟାତ୍ମିକ ଅଟନ୍ତି । ସେ ରାମକୃଷ୍ଣ ମଠର ସାଧୁ ହେବା ପାଇଁ ଇଚ୍ଛୁକ ଥିଲେ । ଏଥିପାଇଁ ସେ ଅନେକ ଥର ମଠକୁ ମଧ୍ୟ ଯାଇଥିଲେ । କିନ୍ତୁ ଯେତେବେଳେ ମଠର ଲୋକମାନେ ଜାଣିଲେ ତାଙ୍କ ବାପା ନାହାନ୍ତି ଏବଂ ତାଙ୍କ ମାଆ ଏକା ରହନ୍ତି, ସେତେବେଳେ ମଠର ଲୋକମାନେ ତାଙ୍କୁ ମାଆର ସେବା କରିବା ପାଇଁ କହିଲେ । ସେ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଅନେକ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ସେ ଆଜି ମଧ୍ୟ ସାଇକେଲ ଚଲାଉଛନ୍ତି ।କୁହାଯାଏ କି ସେ ନରେନ୍ଦ୍ର ମୋଦିଙ୍କ ଅତି ନିକଟତର, ଯେବେ ମଧ୍ୟ ନରେନ୍ଦ୍ର ମୋଦୀ ଓଡିଶା ଆସନ୍ତି ତାଙ୍କ ସହ ସାକ୍ଷାତ କରନ୍ତି ।

ବାଲେଶ୍ୱର ଲୋକସଭା ଆସନରୁ ୧୯୫୧,୧୯୫୭ ଓ ୧୯୬୨ରେ କଂଗ୍ରେସକୁ ବିଜୟ ମିଳିଥିଲା । ୧୯୬୭ରେ ବାଲେଶ୍ବରରେ କମ୍ୟୁନିଷ୍ଟ ପାର୍ଟି ବିଜୟ ହାସଲ କରିଥିଲା । କିନ୍ତୁ ୧୯୭୧ରେ କଂଗ୍ରେସ ପୁଣି ନିଜ ହାତକୁ ଏହି ଆସନଟି ଫେରାଇବାରେ ସକ୍ଷମ ହେଲା । ୧୯୭୭ରେ ପୁଣି ଏହି ଆସନଟି କମ୍ୟୁନିଷ୍ଟ ହାତକୁ ଚାଲିଯାଇ ଥିଲା । ଏହାପରେ ଦୁଇଟି ନିର୍ବାଚନ ୧୯୮୦ ଓ ୧୯୮୪ କଂଗ୍ରେସ ନିଜ ଅକ୍ତିଆରରେ ରଖିଥିଲା । ୧୯୯୧ ଓ ୧୯୯୬ର ମଧ୍ୟ କଂଗ୍ରେସକୁ ଏହି ଆସନରୁ ବିଜୟ ମିଳିଥିଲା ।୧୯୮୯ ଏହି ଆସନରୁ ଜନତା ଦଳ ବିଜୟ ଲାଭ କରିଥିଲେ ।



୧୯୯୮ରେ ପ୍ରଥମ ଥର ବିଜେପି ଏଠାରୁ ବିଜୟ ହାସଲ କରିଥିଲା ଓ ଏହାପରେ ୧୯୯୯, ୨୦୦୪ରେ ସେ ତାହାର ସଫଳତା ବଜାୟ ରଖିଲା ।୨୦୦୯ରେ ଏହି ଆସନରୁ କଂଗ୍ରେସର ଶ୍ରୀକାନ୍ତ କୁମାର ଜେନା ବିଜୟ ହୋଇଥିଲେ । ୨୦୧୪ରେ ଏହି ଆସନରୁ ବିଜେଡିର ରବୀନ୍ଦ୍ର କୁମାର ଜେନା ବିଜୟ ଲାଭ କରିଥିଲେ । ଜେନାଙ୍କୁ ୪,୩୩,୭୬୮ ଭୋଟ ମିଳିଥିବା ବେଳେ ବିଜେପିର ପ୍ରତାପ ଷଡଙ୍ଗୀଙ୍କୁ ୨,୯୧,୯୪୩ ଖଣ୍ଡ ଭୋଟ ମିଳିଥିଲା ।