ପ୍ରଦୂଷଣ ସହ କରୋନାର ଗଭୀର ସମ୍ପର୍କ ରହିଛି, ଏହି ସ୍ଥାନ ଗୁଡିକରେ କରୋନାର ପ୍ରକୋପ ଦେଖିବା ପାଇଁ ମିଳୁଛି ।

Spread the love

ସମ୍ପୂର୍ଣ୍ଣ ବିଶ୍ୱରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଅନେକ ପ୍ରତିଷ୍ଠିତ ସଂସ୍ଥା ଗୁଡିକ ଅଧ୍ୟୟନ କରି ସୂଚନା ପ୍ରଦାନ କରିଛନ୍ତି ଯେ କରୋନାର ପ୍ରକୋପ ସେହି ସ୍ଥାନରେ ଅତ୍ୟଧିକ ରହିଛି ଯେଉଁଠି ବାୟୁ ପ୍ରଦୂଷଣର ମାତ୍ର ଅତ୍ୟଧିକ ଅଟେ ।

ସମ୍ପୂର୍ଣ୍ଣ ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ବିଷୟରେ ବର୍ତ୍ତମାନ ଏକ ନୂତନ ତଥ୍ୟ ଶୁଣିବା ପାଇଁ ମିଳିଛି । ଅନେକ ପ୍ରତିଷ୍ଠିତ ସଂସ୍ଥା ଗୁଡିକ ଅଧ୍ୟୟନ କରି ସୂଚନା ପ୍ରଦାନ କରିଛନ୍ତି ଯେ କରୋନାର ପ୍ରକୋପ ସେହି ସ୍ଥାନରେ ଅତ୍ୟଧିକ ରହିଛି ଯେଉଁଠି ବାୟୁ ପ୍ରଦୂଷଣର ମାତ୍ର ଅତ୍ୟଧିକ ଅଟେ । ଏହି ଅଧ୍ୟୟନ ଭାରତ ଭଳି ଦେଶରେ ମଧ୍ୟ ଲାଗୁ ହେଉଛି କାରଣ ଭାରତର ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ପୁନେ ଏବଂ ଚେନ୍ନାଇରେ କରୋନାର ପ୍ରକୋପ ଅଧିକ ରହିଛି । ଯେଉଁ ସହର ଗୁଡିକରେ ବାୟୁ ପ୍ରଦୂଷଣ ଅତ୍ୟଧିକ ଅଟେ ସେଠାରେ କରୋନାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ।

ଭାରତର ଏହି ମହାନଗର ଗୁଡିକରେ ମୃତ୍ୟୁଦର ଅଧିକ ରହିଛି

Google

ଭାରତରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏବଂ ଦେଶର ଅନେକ ବଡ଼ ବଡ଼ ସହର ଗୁଡିକରେ ଲୋକେ କରୋନାର ପ୍ରକୋପର ଶିକାର ହେଉଛନ୍ତି । ଦେଶରେ କରୋନା ପ୍ରକୋପର ୪୦ ପ୍ରତିଶତ ଘଟଣା ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ପୁନେ ଏବଂ ଚେନ୍ନାଇରେ ଦେଖିବା ପାଇଁ ମିଳିଛି । ଏହି ସହର ଗୁଡିକରେ କରୋନା ମୃତ୍ୟୁଦର ୩.୮୫ ପ୍ରତିଶତ ଅଟେ ଏବଂ ଦେଶର କରୋନା ଜନିତ ମୃତ୍ୟୁଦର ୨.୮ ପ୍ରତିଶତ ଅଟେ ।

ଆମେରିକାରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁଦର ବୃଦ୍ଧି ହୋଇଛି

Google

ଆମେରିକାରେ ମଧ୍ୟ ସେହି ଅଞ୍ଚଳ ଗୁଡିକରେ ମୃତ୍ୟୁଦର ବୃଦ୍ଧି ହୋଇଛି ଯେଉଁଠି ପ୍ରଦୂଷଣର ମାତ୍ରା ଅଧିକ ଅଟେ । ହାୱାର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣା ପଡିଛି ଯେଉଁ ଅଞ୍ଚଳ ଗୁଡିକରେ ପ୍ରଦୂଷଣର ମାତ୍ରା ଅଧିକ ଅଟେ ସେଠାରେ କରୋନା ଯୋଗୁଁ ମୃତ୍ୟୁ ଦର ୧୫ ପ୍ରତିଶତ ଅଟେ । ଅଧ୍ୟୟନରୁ ଜଣା ପଡିଛି ୨.୫ ପିଏମ ଉଚ୍ଚ ସ୍ତର ଯୁକ୍ତ ପ୍ରଦୂଷଣ କ୍ଷେତ୍ରରେ ବାସ କରୁଥିବା ଲୋକଙ୍କ ମୃତ୍ୟୁର ଆଶଙ୍କା ୧୫ ପ୍ରତିଶତ ଅଟେ ।

ଚୀନର ପ୍ରଦୂଷିତ ସହରରେ ସଂକ୍ରମଣ ଅତ୍ୟଧିକ ହୋଇଛି

Google

ଚୀନରେ ମଧ୍ୟ ପ୍ରଦୂଷିତ ଅଞ୍ଚଳ ଗୁଡିକରେ କରୋନାର ପ୍ରକୋପ ଅଧିକ ରହିଥିଲା । ଚୀନର ବୈଜ୍ଞାନିକ ମାନେ କହିଛନ୍ତି ଚୀନର ୧୨୦ଟି ସହର ପ୍ରଦୂଷିତ ହେବା କାରଣରୁ ସେଠାରେ କରୋନାର ପ୍ରକୋପ ମଧ୍ୟ ଅତ୍ୟଧିକ ଥିଲା ଯାହାଫଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଥିଲା ।

ଇଟାଲୀରେ ମଧ୍ୟ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ସଂଖ୍ୟା ଅଧିକ ଥିଲା

Google

ଇଟାଲୀ ମଧ୍ୟ କରୋନା ପ୍ରକୋପରେ ପ୍ରଭାବିତ ହୋଇଥିଲା । ଉତ୍ତର ଇଟାଲୀରେ ମୃତ୍ୟୁ ଦର ୧୨ ପ୍ରତିଶତ ରହିଥିବା ବେଳେ ଇଟାଲୀର ଅନ୍ୟସ୍ଥାନ ଗୁଡିକରେ ମୃତ୍ୟୁହାର ୪.୫ ପ୍ରତିଶତ ରହିଛି । ଏହାର ପ୍ରମୁଖ କାରଣ ହେଉଛି ଯେଉଁଠି ବାୟୁ ପ୍ରଦୂଷଣ ଅଧିକ ରହିଛି ସେଠାରେ କରୋନାର ପ୍ରଭାବ ମଧ୍ୟ ଅଧିକ ରହିଛି ।