ଏହି ଦୁଇ ଲୋକଙ୍କ ପାଇଁ କଞ୍ଚା ପିଆଜ ଖାଇବା ବିଷ ତୁଲ୍ୟ ହୋଇପାରେ, ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

Spread the love

କଞ୍ଚା ପିଆଜ ଖାଇବା ଦ୍ଵାରା ଅନେକ ଉପକରିତା ମିଳିଥାଏ କିନ୍ତୁ ଏମିତି ୨ ପ୍ରକାର ବ୍ୟକ୍ତି ଯିଏ କଞ୍ଚା ପିଆଜରୁ ଦୂରେଇ ରହିବା ଉଚିତ ।

ଭାରତୀୟ ରୋଷେଇରେ ପିଆଜର ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ । ପିଆଜ ଖାଦ୍ୟର ସ୍ଵାଦକୁ ବଡେ଼ଇବା ସହ ଖାଦ୍ୟକୁ ରୁଚିକର କରି ଦେଇଥାଏ । ବହୁତ କମ ଲୋକ ଅଛନ୍ତି, ଯେଉଁମାନେ ପିଆଜ ପସନ୍ଦ କରନ୍ତି ନାହିଁ । ବହୁତ ଲୋକ ଏମିତି ବି ଅଛନ୍ତି, ଯେଉଁମାନଙ୍କର ପିଆଜ ବିନା ଖାଦ୍ୟ ହଜମ ହୁଏ ନାହିଁ । ପିଆଜରେ ଔଷଧୀୟ ଗୁଣ ଥିବା ହେତୁ ଏହାକୁ ଅନେକ ପ୍ରକାର ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଆଜି ପର୍ଯ୍ୟନ୍ତ ଆପଣ କଞ୍ଚା ପିଆଜରୁ ମିଳୁଥିବା ଲାଭ ବିଷୟରେ ଶୁଣିଥିବେ କିନ୍ତୁ ଏଥିରୁ ହେଉଥିବା କ୍ଷତି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏମିତି କିଛି ଖାସ ବ୍ୟକ୍ତି ଥାଆନ୍ତି, ଯେଉଁମାନେ କି କଞ୍ଚା ପିଆଜ ଖାଇବା ଅନୁଚିତ । କଞ୍ଚା ପିଆଜ ଖାଇବା ଏମାନଙ୍କ ଜୀବନ ପ୍ରତି ବିପଦ ହୋଇପାରେ ।

କଞ୍ଚା ପିଆଜ ଖାଇବାର ଉପକରିତା :

ରକ୍ତଚାପ ସାଧାରଣ ରହେ :

କଞ୍ଚା ପିଆଜ ଉଚ୍ଚ ରକ୍ତଚାପକୁ ସାଧାରଣ ରଖିବାରେ ଆମକୁ ସାହାର୍ଯ୍ୟ କରେ । ଏହା ବନ୍ଦ ହୋଇଥିବା ରକ୍ତ ଧମନୀ ନଳୀ ଗୁଡିକ ଖୋଲି ଦେଇଥାଏ, ଯାହା ଦ୍ୱାରା ହୃତପିଣ୍ଡ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା କମିଯାଏ ।

ଡାଇବେଟିସରେ ଲାଭଦାୟକ :

କଞ୍ଚା ପିଆଜ ଡାଇବେଟିସ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ଶରୀରରେ ଇନ୍ସୁଲିନର ମାତ୍ରା ବଢାଇ ଥାଏ । ତେଣୁ ଡାଇବେଟିସ ରୋଗୀଙ୍କୁ ପିଆଜ ଖାଇବା ପାଇଁ କୁହାଯାଏ ।

ଭଲ କୋଲେଷ୍ଟ୍ରୋଲ ତିଆରି କରିବାରେ ସହାୟକ ହୁଏ :

କଞ୍ଚା ପିଆଜରେ ଏମିନୋ ଏସିଡ୍ ଏବଂ ମିଥାଇଲ ସଲଫାଇଡ଼ ଥିବା ହେତୁ ଏହା କୋଲେଷ୍ଟ୍ରୋଲକୁ କମ କରିଥାଏ ଓ ଭଲ କୋଲେଷ୍ଟ୍ରୋଲ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ।

କଷ୍ଟକଠିନ୍ୟରୁ ରକ୍ଷା କରେ :

କଞ୍ଚା ପିଆଜରେ ଅଧିକ ପରିମାଣର ଫାଇବର ଥିବାରୁ ଏହା ପେଟ ଭିତରେ ଲାଗି ରହିଥିବା ଖାଦ୍ୟ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରେ । ଏ ହା ପେଟକୁ ସଫା ରଖେ । ତେଣୁ ଯେଉଁମାନେ କଷ୍ଟକଠିନ୍ୟ ସମସ୍ୟାରେ ପୀଡିତ, ସେମାନେ ପିଆଜ ଖାଇବା ଦରକାର ।

ଏହି ୨ପ୍ରକାର ବ୍ୟକ୍ତି ପିଆଜ ଖାଇବା ଅନୁଚିତ :

ଲିଭର୍ ରୋଗରେ ପୀଡ଼ିତ ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନେ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ, ସେମାନେ କଞ୍ଚା ପିଆଜ ଖାଇବା ଅନୁଚିତ । ଏମାନଙ୍କ ପାଇଁ କଞ୍ଚା ପିଆଜ ବିଷତୁଲ୍ୟ ସଦୃଶ ହୋଇଥାଏ । ଯେହେତୁ କଞ୍ଚା ପିଆଜ ଲିଭର୍ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ, ଯେଉଁଥି ପାଇଁ ଅଧିକ ଅସୁବିଧାର ସମୁଖୀନ ହେବାକୁ ପଡେ । ତେଣୁ ଯଦି କୌଣସି ବ୍ୟକ୍ତି ଲିଭର୍ ଜନିତ ସମସ୍ୟାରେ ଜଡ଼ିତ; ତେବେ ଆଜି ହିଁ କଞ୍ଚା ପିଆଜ ଖାଇବା ବନ୍ଦ କରି ଦିଅନ୍ତୁ ।

ରକ୍ତ ଅଭାବରେ ଜଡ଼ିତ ବ୍ୟକ୍ତି :

ଏହାଛଡା ଯେଉଁ ବ୍ୟକ୍ତିମାନେ ରକ୍ତ ଅଭାଵ ସମସ୍ୟାରେ ଜଡିତ, ସେମାନେ ମଧ୍ୟ କଞ୍ଚା ପିଆଜ ଖାଇବା ଅନୁଚିତ । ରକ୍ତ ଅଭାବରେ “ଏନିମିୟା” ନାମକ ରୋଗରେ ଲୋକ ଆକ୍ରାନ୍ତ ହୋଇ ଥାନ୍ତି । ଏହି ରୋଗରେ ଆଇରନର ଅଭାଵ ହେତୁ ରକ୍ତ ତିଆରି ହେବ କମ ହୋଇଯାଏ । ତେଣୁ କୌଣସି ବ୍ୟକ୍ତିଙ୍କ ଶରୀରରେ ଯଦି ରକ୍ତର ମାତ୍ରା କମ ଥାଏ; ତେବେ ଏବେ ହିଁ ପିଆଜ ଖାଇବା ବନ୍ଦ କରି ଦିଅନ୍ତୁ । କଞ୍ଚା ପିଆଜ ଖାଇବା ଦ୍ୱାରା ରକ୍ତର ସ୍ତର ବହୁ ମାତ୍ରାରେ କମିଯାଏ, ଯାହାଫଳରେ ବିଭିନ୍ନ ସମସ୍ୟା ଉପୁଜିପାରେ ।