ସମୁଦ୍ର ଶାସ୍ତ୍ର ଅନୁସାରେ ପାପୁଲିର ରଙ୍ଗ, ଆପଣଙ୍କ ଅନେକ ଗୁପ୍ତ ରହସ୍ୟକୁ ଖୋଲିଥାଏ । ଆସନ୍ତୁ ଜାଣିବେ ସେହି ବିଷୟରେ ।

Spread the love

ଜୋତିଷ ଶାସ୍ତ୍ର ଅନୁସାରେ, ଆମେ ବ୍ୟକ୍ତିର ଆଗାମୀ ସମୟ ବିଷୟରେ, ତାର କୁଣ୍ଡଳୀ ମାଧ୍ୟମରେ ଅନେକ କିଛି ବିଷୟରେ ଜାଣିପାରିବା । ବ୍ୟକ୍ତିର ଆଗାମୀ ସମୟ କିପରି ବିତିବ, ବ୍ୟକ୍ତି ଜୀବନରେ ସଫଳ ହେବ ନା ଅସଫଳ ହେବ ସେହି ବିଷୟରେ ଅନେକ କିଛି କହି ପାରିବା । ଏହା ବ୍ୟତୀତ ଶରୀରର ଗଠନରୁ ମଧ୍ୟ ବ୍ୟକ୍ତି ବିଷୟରେ ଅନେକ କିଛି ଅନୁମାନ କରାଯାଇ ପାରିବ । ସାମୁଦ୍ରିକ ଶାସ୍ତ୍ର ଏହିଭଳି ଏକ ଗ୍ରନ୍ଥ ଯାହା ମହର୍ଷି ସମୁଦ୍ରଙ୍କ ଦ୍ୱାରା ରଚନା କରାଯାଇଛି । ଏଥିରେ ବ୍ୟକ୍ତିର ହାଵଭାବ, ଶରୀରର ଗଠନ ଏବଂ ଶାରୀରିକ ଚିହ୍ନର ଆକଳନ କରି ବ୍ୟକ୍ତିର ଭବିଷ୍ୟତ ଏବଂ ବ୍ୟକ୍ତିର ସ୍ଵଭାଵ ବିଷୟରେ ଆକଳନ କରାଯାଇ ପାରିବ । ଯଦି ଆପଣ ବ୍ୟକ୍ତିର ସ୍ଵଭାଵ ବିଷୟରେ ଜାଣିବା ପାଇଁ ଚାହାଁନ୍ତି; ତେବେ ଆପଣ ବ୍ୟକ୍ତିର ପାପୁଲିର ରଙ୍ଗ ଦେଖି, ତାର ସ୍ଵଭାଵ ବିଷୟରେ ଜାଣି ପାରିବେ ।

ସମୁଦ୍ରଶାସ୍ତ୍ର ଅନୁସାରେ ପାପୁଲିର ରଙ୍ଗ ଦେଖି କୌଣସି ମଧ୍ୟ ବ୍ୟକ୍ତିର ସ୍ଵଭାଵ ଏବଂ ବ୍ୟକ୍ତିର ଆଗାମୀ ସମୟ ବିଷୟରେ ଅନୁମାନ କରାଯାଇ ପାରିବ । ଆଜି ଆମେ ଆମର ଏହି ଲେଖାରେ କିପରି ଆପଣ ବ୍ୟକ୍ତିର ହାତର ରଙ୍ଗ ଦେଖି ବ୍ୟକ୍ତିର ସ୍ଵଭାଵ ଜାଣି ପାରିବେ ସେହି ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବେ ପାପୁଲିର ରଙ୍ଗରୁ କିପରି ଜାଣିପାରିବେ ବ୍ୟକ୍ତିର ସ୍ଵଭାଵ କିପରି ଅଟେ ?

ଧଳା ରଙ୍ଗର ପାପୁଲି :

ପାପୁଲିର ରଙ୍ଗ ଧଳା ହେବାର କାରଣ ହେଉଛି ଶରୀରରେ ରକ୍ତର ଅଭାବ । ଧଳା ରଙ୍ଗ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ କୁହାଯାଏ । ଏହି ରଙ୍ଗର ପାପୁଲି ଥିବା ବ୍ୟକ୍ତିଙ୍କ ସ୍ଵଭାଵ ଶାନ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ପାପୁଲି ଧଳା ହୋଇଥାଏ; ସେମାନଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହ ହୋଇ ନ ଥାଏ । ଏହି ବ୍ୟକ୍ତି ମାନଙ୍କୁ ପ୍ରାୟତଃ ଏକୁଟିଆ ରହିବା ପାଇଁ ପସନ୍ଦ ହୋଇଥାଏ ଏବଂ ଏମାନଙ୍କ ମଧ୍ୟରେ ଏକାଗ୍ରତାର ଅଭାବ ହୋଇଥାଏ । ଯାହାଫଳରେ ଏମାନଙ୍କ ଜୀବନରେ ଧନର ଅଭାବ ପରିଲକ୍ଷିତ ହୋଇଥାଏ ।

ଲାଲ ରଙ୍ଗର ପାପୁଲି :

ଯେଉଁ ବ୍ୟକ୍ତି ମାନଙ୍କ ପାପୁଲିର ରଙ୍ଗ ଲାଲ ହୋଇଥାଏ, ସେମାନେ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ହାତରୁ ସର୍ବଦା ଝାଳ ନିର୍ଗତ ହେଉଥାଏ । ଏହି ବ୍ୟକ୍ତିମାନେ ଅଧିକ ପରିଶ୍ରମ ଜନିତ କାର୍ଯ୍ୟ କରିଥାନ୍ତି ଏବଂ ଜୀବନରେ ବଡ଼ ବଡ଼ କାର୍ଯ୍ୟ ସବୁ କରିଥାନ୍ତି । ଯେଉଁଥି କାରଣରୁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିନଥାଏ ।

ନୀଳ ରଙ୍ଗର ପାପୁଲି :

ଯେଉଁ ବ୍ୟକ୍ତି ମାନଙ୍କ ପାପୁଲିର ରଙ୍ଗ ନୀଳ ହୋଇଥାଏ, ସେମାନଙ୍କୁ କୌଣସି ରକ୍ତ ଜନିତ ରୋଗ ହୋଇପାରେ । ଏହା ସେମାନଙ୍କ ଜୀବନ ପ୍ରତି ଉଦାସ ହେବାର ସୂଚନା ଦେଇଥାଏ । ଏମାନଙ୍କ ଜୀବନରେ ସର୍ବଦା ଦରିଦ୍ରତା ଲାଗି ରହିଥାଏ ଏବଂ ଏହିଭଳି ଲୋକଙ୍କୁ ଜୀବନରେ ସର୍ବଦା ଆର୍ଥିକ ଅଭାବ ଲାଗି ରହିଥାଏ ।

ହଳଦିଆ ରଙ୍ଗର ପାପୁଲି :

ଯେଉଁ ବ୍ୟକ୍ତିମାନଙ୍କ ପାପୁଲିର ରଙ୍ଗ ହଳଦିଆ ହୋଇଥାଏ, ସେମାନଙ୍କ ଶରୀରରେ ରକ୍ତ ଅଭାବ କିମ୍ବା ଅନ୍ୟ କୌଣସି ରକ୍ତ ଜନିତ ରୋଗ ହୋଇପାରେ । ଏହିଭଳି ବ୍ୟକ୍ତି ମନ୍ଦ ସ୍ଵଭାବର ହୋଇଥାନ୍ତି । ଏମାନେ ଜୀବନରେ ସର୍ବଦା ଅସଫଳତା ହାସଲ କରିଥାନ୍ତି । ଯେଉଁ ମହିଳା ମାନଙ୍କ ପାପୁଲିର ରଙ୍ଗ ହଳଦିଆ ହୋଇଥାଏ, ସେମାନେ ପୁରୁଷଙ୍କୁ ପ୍ରତି ସହଜରେ ଆକର୍ଷଣ ହୋଇଯାନ୍ତି । ଯଦି କୌଣସି ପୁରୁଷଙ୍କ ହାତର ପାପୁଲି ହଳଦିଆ ହୋଇଥାଏ, ସେମାନେ ମଧ୍ୟ ନାରୀଙ୍କ ପ୍ରତି ଶୀଘ୍ର ଆକର୍ଷଣ ହୋଇଯାନ୍ତି ।

ପାପୁଲିର ରଙ୍ଗ ଗୋଲାପୀ ହେଲେ :

ଯଦି କୌଣସି ବ୍ୟକ୍ତିଙ୍କ ପାପୁଲିର ରଙ୍ଗ ଗୋଲାପୀ ହୋଇଥାଏ; ତେବେ ସେମାନେ ସ୍ଵସ୍ଥ ପ୍ରେମିକ, ଦୟା, କରୁଣାର ସାଗର, ସହୃଦୟ, ଶାଳୀନ, ପରିଶ୍ରମୀ, ଭାବୁକ, ଉନ୍ନତିଶୀଳ, ଉଚ୍ଚ ଆଦର୍ଶ ଭଳି ଜୀବନ ବିତାଉଥିବା ଗୁଣି ବ୍ୟକ୍ତି ହୋଇଥାନ୍ତି କିନ୍ତୁ କୌଣସି ବ୍ୟକ୍ତି ଏମାନଙ୍କ କଥା ନ ମାନନ୍ତି; ତେବେ ଏହି ବ୍ୟକ୍ତିମାନେ ଖୁବ ଶୀଘ୍ର ରାଗି ଯାଆନ୍ତି । ଏମାନଙ୍କୁ ରାଜକୀୟ ସୁଖ ପ୍ରାପ୍ତି ହୋଇଥାଏ ଏବଂ ଜୀବନରେ ଧନର ଅଭାବ ହୋଇନଥାଏ ।

କଳା ଏବଂ ଚିହ୍ନ ଥିବା ପାପୁଲି

ଯେଉଁ ବ୍ୟକ୍ତି ମାନଙ୍କ ପାପୁଲି କଳା ଏବଂ ଚିହ୍ନ ହୋଇଥାଏ ସେମାନଙ୍କ ଜୀବନ ଅସଫଳତାରେ ପୂର୍ଣ ହୋଇଥାଏ ଏବଂ ଏହି ଭଳି ବ୍ୟକ୍ତି ମାନେ ନିଶାସକ୍ତ ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ଜୀବନରେ ସୁଖଶାନ୍ତିରୁ ବଞ୍ଚିତ ହୋଇଥାନ୍ତି ।