ପିତାଙ୍କ ସହିତ ପୁତ୍ରୀ ୫ ବର୍ଷରୁ ଜେଲରେ ରହି ଆସୁଥିଲା । ଜିଲ୍ଲାପାଳ ମହାଶୟ ଏପରି କିଛି କରିଲେ ଯାହାଦ୍ଵାରା ତାର ଜୀଵନ ବଦଳିଗଲା ।

Spread the love

ଆଜିର ଦୁନିଆରେ ଏପରି ଅନେକ ପିଲାମାନେ ଅଛନ୍ତି ଯେଉଁମାନେ ପଢିବା ପାଇଁ ଚାହାଁନ୍ତି, ଆଗକୁ ବଢିବାକୁ ଚାହାଁନ୍ତି ଏବଂ ନିଜର ଜୀବନକୁ ବଦଳାଇବାକୁ ଚାହାଁନ୍ତି । କିନ୍ତୁ ସେହି ପିଲାମାନଙ୍କର ଅବସ୍ଥା ଏପରି ହୋଇଥାଏ ଯେ, ସେମାନେ ଅଧିକ ଲେଖାପଢ଼ା କରିପାରନ୍ତି ନାହିଁ କିମ୍ବା ସଠିକ ସୁବିଧା ଗୁଡିକରୁ ବଞ୍ଚିତ ରହିଯାନ୍ତି । ଯଦି ଆମମାନେ ଏହିପରି ସ୍ଥିତିରେ, ସାଧାରଣ ନାଗରିକ ଅସୁବିଧାରେ ପଡିଥିବା ଏହି ପିଲାମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ସଠିକ ମାର୍ଗଦର୍ଶନ ଦେବା, ତେବେ ସେମାନଙ୍କର ନଷ୍ଟ ହେଉଥିବା ଜୀବନ ସୁଖମୟ ହୋଇଯିବ । ଛତିଶଗଡ଼ର ବିଳାଶପୁରର ଜଣେ IAS ଏହିପରି ଏକ ଶୁଭ କାମ କରି ଦେଖାଇଛନ୍ତି । ସେ ଜେଲରେ ରହୁଥିବା ଜଣେ ଝିଅ ପାଇଁ ଏହିପରି କିଛି କରିଥିଲେ, ଯାହାଦ୍ଵାରା ତାର ଜୀବନ ବଦଳି ଗଲା । ଆସନ୍ତୁ ଏହି ବିଷୟକୁ ଵିସ୍ତାରରେ ଜାଣିବା ।

ଆଶା (ପରିବର୍ତ୍ତିତ ନାମ)କୁ ଯେତେବେଳେ ମାତ୍ର ୬ମାସ ହୋଇଥିଲା, ସେହି ଦିନଠାରୁ ସେ ଜେଲରେ ରହି ଆସୁଥିଲା । ଆପଣମାନେ ଭାବୁଥିବେ ଯେ, ଏହି ଛୋଟ ପିଲାଟି ଏପରି କଣ ଅପରାଧ କରିଛି, ତାକୁ ଜେଲରେ ରହିବାକୁ ପଡିଥିଲା ? ପ୍ରକୃତରେ ଅପରାଧ ଏହାର ପିତା କରିଥିଲା । ଯେତେବେଳେ ଆଶା ଜନ୍ମ ହେଲା ତାହାର ମାଁଙ୍କ ସ୍ଵର୍ଗବାସ ହୋଇଗଲା ଏବଂ ପିତାଙ୍କୁ ଏକ ଅପରାଧ ଯୋଗୁଁ ଜେଲ ଯିବା ପାଇଁ ପଡିଥିଲା । ଛୋଟ ଝିଅ ଆଶାର ଭରଣ ପୋଷଣ ନେବା ପାଇଁ କେହି ନଥିବା କାରଣରୁ ଆଶାକୁ ତାର ପିତାଙ୍କ ସହ ଜେଲରେ ରହିବା ପାଇଁ ଅନୁମତି ମିଳିଥିଲା । ଜେଲ ପ୍ରଶାସନ ତାର ଭରଣ ପୋଷଣର ଦାୟିତ୍ଵ ମହିଳା କଏଦୀମାନଙ୍କୁ ଦେଇଥିଲେ । ଏହିପରି ଭାବରେ ଆଶା ଛୋଟ ବୟସରୁ ଜେଲରେ ବଢିବାକୁ ଲାଗିଲା ।

ବର୍ତ୍ତମାନ ଆଶାକୁ ୬ବର୍ଷ ହୋଇଗଲାଣି । ସେ ଜେଲର ପ୍ଲେ-ସ୍କୁଲରେ ପାଠ ପଢୁଛି । ଆଶାର ପଢ଼ାଲେଖା କରିବା ପାଇଁ ତା’ମଧ୍ୟରେ ଇଛାଶକ୍ତି ଅଛି । ଥରେ ବିଳାଶପୁରର କଲେକ୍ଟର ଡା. ସଞ୍ଜୟ ଅଲଙ୍ଗ ଜେଲର ନିରୀକ୍ଷଣ କରିବା ପାଇଁ ଆସିଥିଲେ । ସେତେବେଳେ ତାଙ୍କର ସାକ୍ଷାତ ଆଶା ସହ ହୋଇଥିଲା । ଯେତେବେଳେ କଲେକ୍ଟର ମହାଶୟ ଆଶାକୁ ପଚାରିଲେ ଯେ, ସେ ବଡ଼ ହୋଇ କଣ କରିବାକୁ ଚାହେଁ ? ସେତେବେଳେ ଆଶା ବହୁତ ନିରୀହତା ସହିତ କହିଥିଲା, ଜେଲରୁ ବାହାରି ସ୍କୁଲ ଯିବାକୁ ଚାହେଁ ଏବଂ ଲେଖାପଢ଼ା କରିବାକୁ ଚାହେଁ । ପିଲାର ମୁଖରୁ ଏହିପରି ଉତ୍ତର ପାଇ, ସେ ତୁରନ୍ତ ସେଠାକାର ଏକ ଭଲ ସ୍କୁଲରେ ତାର ନାମ ଲେଖାଇବା ସହ ସ୍କୁଲ ହଷ୍ଟେଲରେ ତାର ରହିବାର ବନ୍ଦୋବସ୍ତ ମଧ୍ୟ କରିଥିଲେ । ତାଙ୍କର ଏହି ଉତ୍ତମ କର୍ମ ପାଇଁ ସହରର ଲାଏନ୍ସ କ୍ଲବ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା ।

ଆଇପିଏସ ଡା. ସଞ୍ଜୟ ଅଲଙ୍ଗଙ୍କୁ ମଧ୍ୟ ଲେଖାପଢ଼ାର ବହୁତ ସଉକ ଅଛି । ସେ ଏକ ସାହିତ୍ୟକାର ଅଟନ୍ତି । ସେ କିଛି ପୁସ୍ତକ ମଧ୍ୟ ଲେଖିଥିଲେ । ନିଜର ପୁସ୍ତକ ଏବଂ କବିତା ଗୁଡିକ ପାଇଁ ତାଙ୍କୁ ‘ରାଷ୍ଟ୍ରପତି ଦିନକର ସମ୍ମାନ’, ‘ଭାରତ ଗୌରବ ସମ୍ମାନ’, ‘ସେବା ଶିଖର ସମ୍ନାନ’ରେ ପୁରସ୍କୃତ କରା ଯାଇଥିଲା । ଯେତେବେଳେ କଲେକ୍ଟର ମହାଶୟ ଶିଶୁକୁ ସାହାଯ୍ୟ କରିବା ବିଷୟରେ ପଚାରାଗଲା, ସେ କହିଲେ “କୌଣସି ବ୍ୟକ୍ତିର ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆସିବା ସମ୍ଭବ ଅଟେ । ଏଥିପାଇଁ ଆମକୁ ସାହାଯ୍ୟ କରିବା ପାଇଁ ଆଗକୁ ବଢିବାକୁ ହେବ, କୌଣସି ପିଲାର ପୃଷ୍ଟ ଭୂମି ଦେଖନ୍ତୁ ନାହିଁ ଏବଂ ତାକୁ ଜୀବନରେ ଆଗକୁ ବଢିବା ପାଇଁ ପୂର୍ଣ୍ଣ ଅବସର ପ୍ରଦାନ କରନ୍ତୁ । ଆମର ଏକ ଛୋଟ ଚେଷ୍ଟା କୌଣସି ପିଲାକୁ ଏକ ଉତ୍ତମ ଭବିଷ୍ୟତ ଦେଇପାରିବ ।”