ଗୋଟିଏ ବର୍ଷ ପୂର୍ବରୁ ବାଜିଥିଲା ସୁଷ୍ମିତାଙ୍କ ଭାଇଙ୍କର ବାହାଘର ସହନାଇ କିନ୍ତୁ ବର୍ତ୍ତମାନ ସମ୍ପର୍କରେ ସୃଷ୍ଟି ହେଲା ଫାଟ !

Spread the love

ବଲିଉଡ଼ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ବିବାହକୁ ବର୍ତ୍ତମାନ ଏକ ବର୍ଷ ମଧ୍ୟ ପୁରିନାହିଁ । କିନ୍ତୁ ଏଥି ମଧ୍ୟରେ ତାଙ୍କ ବିବାହକୁ ନେଇ ଯେଉଁ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ତାହାର ଅନୁମାନ ମଧ୍ୟ କରାଯାଉଛି ଯେ ଖୁବଶୀଘ୍ର ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ପ୍ରକୃତରେ ଗତ ବର୍ଷ ହିଁ ଟିଭି ଅଭିନେତ୍ରୀ ଚାରୂ ଅସୋପା ଏବଂ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ବିବାହର ସହନାଇ ବାଜିଥିଲା । ଗୋଟିଏ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ବର୍ତ୍ତମାନ ହଠାତ୍ ସେମାନଙ୍କ ସମ୍ପର୍କରେ ସମସ୍ୟା ଜାତ ହୋଇଛି । କାରଣ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ପରସ୍ପରର ବିରୋଧ କରୁଥିବାର ନଜର ଆସିଛନ୍ତି ସେଥିରୁ ଭବିଷ୍ୟତରେ କୌଣସି ବଡ଼ ସମସ୍ୟା ଘଟିବାର ପ୍ରତୀତ ହେଉଛି । ହୁଏତ ରାଜୀବ ଏହି ଖବର ଠାରୁ ଦୂରେଇ ରହିଛନ୍ତି । ରାଜୀବ ବର୍ତ୍ତମାନ ନିଜ କାମରେ ଦିଲ୍ଲୀରେ ରହୁଛନ୍ତି, ଯେଉଁଠି ତାଙ୍କ ପତ୍ନୀ ଚାରୂ ମୁମ୍ବାଇରେ ରହୁଛନ୍ତି । ତେଣୁ ଏମିତିରେ ବର୍ତ୍ତମାନ ଯେଉଁ ଖବର ଭାଇରାଲ ହେଉଛି ତାହାର କାରଣ ହେଉଛି ଏହି ଇନସ୍ଟାଗ୍ରାମ୍ ପୋଷ୍ଟ ?, ଯାହାକୁ ତାଙ୍କ ସମ୍ପର୍କ ପୁଣିଥରେ ଭାଙ୍ଗିବାର କାରଣ ବୋଲି କୁହାଯାଉଛି ।

google

ଟିଭି ଅଭିନେତ୍ରୀ ଚାରୂ ନିଜ ଇନସ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ସ୍ଵାମୀ ରାଜୀବ ସେନଙ୍କ ସରନେମ୍ ‘ ସେନ୍ ‘ ମଧ୍ୟ ଉଠାଇ ଦେଇଛନ୍ତି । ଯାହାଦ୍ଵାରା ଏହି ଖବର ଆହୁରି ଅଧିକ ଭାଇରାଲ ହୋଇଛି । କେବଳ ଏତିକି ନୁହେଁ, କିଛିଦିନ ପୂର୍ବରୁ ହିଁ ଚାରୂ ନିଜର ଇନସ୍ଟାଗ୍ରାମରେ ଷ୍ଟେଟସ୍ ସେୟାର କରିଛନ୍ତି, ‘ ଲୋକଙ୍କ ଉପରେ ଅଧିକ ଆଶା ରଖିଲେ ସେମାନେ ୨୦୨୦ ଭଳି ହିଁ ବାହାରିଥାନ୍ତି…. ‘

google

କିନ୍ତୁ ଏଠାରେ ରାଜୀବ ଆଉ କିଛି କହିଛନ୍ତି, ପୁଣି ଗତ କିଛିଦିନରୁ ଚାରୂ ନିଜର ଇନସ୍ଟାଗ୍ରାମରେ ନିଜର ସମସ୍ୟାର ପରିସ୍ଥିତିକୁ ଅଲଗା ଅଲଗା ପ୍ରକାରରେ ବ୍ୟକ୍ତ କରୁଛନ୍ତି ।

google

କିନ୍ତୁ ଚାରୂ ନିଜର ଇନସ୍ଟାଗ୍ରାମ୍ ଷ୍ଟୋରୀରେ କିଛି ଏପରି ମେସେଜର ସ୍କ୍ରିନଶୋଟ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ତାଙ୍କୁ ଚିନ୍ତିତ ନରହିବାକୁ ଏବଂ ‘ ଏପରି ପରିସ୍ଥିତିରେ ‘ ଦୃଢ଼ ରହିବା କଥା କହୁଥିବାର ନଜର ଆସିଛନ୍ତି ।

google

ରାଜୀବ ଏହି ଖବର ପରେ ଏକ ୱେବ ପୋର୍ଟଲରେ ଦେଇଥିବା ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି ଯେ ସେ ଏସବୁ ଖବର ଉପରେ ହସୁଛନ୍ତି ଏବଂ ସେ କଣ କହିପାରିବେ । ରାଜୀବ ନିଜର ଏହି ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ‘ ଯେହେତୁ ମୁଁ ମୋ କାମ କାରଣରୁ ଦିଲ୍ଲୀରେ ରହୁଛି ତେବେ ଲୋକମାନେ ସନ୍ଦେହ କରିବା ଆରମ୍ଭ କରି ଦେଇଛନ୍ତି ଯେ ଆମ ବିବାହରେ କିଛି ଅସୁବିଧା ଅଛି । ଏହା କେଉଁ ପ୍ରକାରର ମଜା । ‘

google

ସୁଷ୍ମିତାଙ୍କ ଭାଇ ରାଜୀବ ଜଣେ ମୋଡେଲ ଅଟନ୍ତି, ଯେଉଁଠି ଚାରୂ ‘ ଅଗଲେ ଜନମ ମୋହେ ବିଟିୟା ନ କୀଜୋ ‘ ଏବଂ ‘ ମେରେ ଅଙ୍ଗନେ ମେ ‘ ଭଳି ସିରିଏଲରେ ନଜର ଆସିଛନ୍ତି । କିନ୍ତୁ ଏସବୁ ଖବର ଆସିବା ପରେ ଦୁହେଁ ଇନସ୍ଟାଗ୍ରାମରେ ପରସ୍ପରକୁ ଅନଫୋଲ ମଧ୍ୟ କରିଦେଇଛନ୍ତି, ଯାହାଦ୍ଵାରା ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *