ଚୀନ ସେନାର ଲଜ୍ୟାଜନକ କାର୍ଯ୍ୟକଳାପ ,ବର୍ତ୍ତମାନ ଭାରତୀୟ ସୈନିକଙ୍କ ଉପରେ ପଥର ଆକ୍ରମଣ କରିଛନ୍ତି ।

Spread the love

ଲଦ୍ଦାଖ ଅଞ୍ଚଳରେ ଚିନୀ ସେନା ବାରମ୍ବାର ଯୁଦ୍ଧର ସ୍ଥିତି ଆରମ୍ଭ କରିଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ସାମାନ୍ୟ ହେବାର ଦେଖାଯାଉନାହିଁ । ବର୍ତ୍ତମାନ ଚିନୀ ସୈନିକ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ପାଙ୍ଗଙ୍ଗ ତସୋ ହ୍ରଦ ନିକଟରେ ଚିନୀ ସୈନିକ ଭାରତୀୟ ସୈନିକଙ୍କ ଉପରେ କଣ୍ଟା ଯୁକ୍ତ ତାର ଏବଂ ପଥର ମାଧ୍ୟମରେ ଆକ୍ରମଣ କରିଛନ୍ତି । ଆଜତକ ସୂଚନା ଅନୁସାରେ ପାଙ୍ଗଙ୍ଗ ତସୋ ହ୍ରଦ ନିକଟରେ ଚିନୀ ସୈନିକ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଛନ୍ତି ।

Google

ପ୍ରାଥମିକ ଜାଞ୍ଚରୁ ଜଣା ପଡିଛି ଏହି ଆକ୍ରମଣ ଚିନୀ ସୈନିକ ମାନେ ଭାରତୀୟ ସୈନିକଙ୍କୁ ଆଘାତ ଦେବା ଉଦ୍ଧେଶ୍ୟରେ କରିଥିଲେ । ଏହାର ପ୍ରତିଉତ୍ତରରେ ମଧ୍ୟ ଭାରତୀୟ ସୈନିକ ଉଚିତ ଜବାବ ଦେଇଥିଲେ । ସେହି ସମୟରେ ଭାରତୀୟ ସୁରକ୍ଷାବଳ ତୁଳନାରେ ଚିନୀ ସୁରକ୍ଷାଅବଳର ସଂଖ୍ୟା ଅଧିକ ଥିଲା ।

Google

ସୂତ୍ର ଅନୁସାରେ ଚୀନ ସୈନିକ ବହୁ ସଂଖ୍ୟାରେ ନିଜର ପୁରୁଣା ରଣନୀତି ଆପଣାଇଥିଲା । ସେହି ସମୟରେ ଦୁଇ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ଯାହା ବହୁ ସମୟ ପର୍ଯ୍ୟନ୍ତ ଚାଲିଥିଲା । ଏହି ଆକ୍ରମଣ ଫଳରେ ପିପୁଲସ ଲିବ୍ରେସନ ଆର୍ମିର ପ୍ରକୃତ ଚେହେରା ସାମ୍ନାକୁ ଆସିଛି ।

କହିବା ପାଇଁ ଚାହୁଁଛୁ ଯେତେବେଳେ ଚିନୀ ସୈନିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥାନ୍ତି ସେହି ସମୟରେ ଭାରତୀୟ ସୈନିକ ଚିନୀ ସୈନିକଙ୍କୁ ନିଜ ଅଞ୍ଚଳରୁ ତଡିବା ପାଇଁ ଏହିପରି କୁକର୍ମ କରିନଥାନ୍ତି । ଯେତେବେଳେ ସ୍ଥିତି ସମ୍ପୂର୍ଣ୍ଣ ଜଟିଳ ହୋଇଯାଏ ତେବେ ଭାରତୀୟ ସୈନିକ ଏହିପରି ବ୍ୟବହାର କରିଥାନ୍ତି ।