ଯେଉଁ ପିଲାକୁ ଦୁଇ ଦିନ ପୂର୍ବରୁ ଜନ୍ମ ଦେଇଥିଲା, ସେହି ପିଲାର ମାଆ ପିଲାଟିର ଜୀବନ ନେଇ ଯାଇଛି ।

Spread the love

ରାଜସ୍ଥାନର ଦୋଷା ସହରର ଜୟପୁର ରୋଡ଼ ସ୍ଥିତ କଲୋନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଜଣେ ମାଆ ବଡ଼ ନିର୍ମମ ଭାବରେ ଦୁଇ ଦିନ ପୂର୍ବେ ଜନ୍ମ ହୋଇଥିବା ନବଜାତକୁ ଶିଶୁ ଗାତରେ ପକାଇ ମାରି ଦେଇଛି । ରାଣୀ ଓରଫ ୟାସମୀନ ଦୁଇ ଦିନ ପୂର୍ବରୁ ଏହି ଶିଶୁଟିକୁ ଜନ୍ମ ଦେଇଥିଲା ।

ପରିଜନ ମାନଙ୍କୁ ଭୂତେଇବା ପାଇଁ ସେ ପ୍ରଥମେ କହିଥିଲା ଶିଶୁକୁ କୌଣସି ଜନ୍ତୁ ଉଠାଇ ନେଇ ଯାଇଥିବ । କିନ୍ତୁ ପରେ ଘଟଣା ସାମ୍ନାକୁ ଆସିଥିଲା ତା ସଙ୍ଗେ ସଙ୍ଗେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି । ଶଶୁର ଅବଦୁଲ ମତ୍ତାନର ଅଭିଯୋଗ ପରେ ୟାସମୀନକୁ ଗିରଫ କରି ଦିଆଯାଇଛି । ମହିଳାର ପୂର୍ବରୁ ଦୁଇଟି ସନ୍ତାନ ଥିଲେ ଏବଂ ସେ ଆଉ ଛୁଆ ଚାହୁଁ ନ ଥିଲା । ଯାହାଫଳରେ ସେ ଏହି ରାସ୍ତା ଆପଣାଇ ଥିଲା ।

ପୋଲିସ ଅନୁସାରେ ଆଲାମୀନ ଖାନ୍ ର ପତ୍ନୀ ୟାସମୀନ ୬ ମଇରେ ଜିଲ୍ଲା ଚିକିତ୍ସାଲୟରେ ସକାଳ ସାଢେ ଛଅଟାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା । ଜିଲ୍ଲା ଡାକ୍ତରଖାନାରୁ ମଙ୍ଗଳବାର ଦିନ ଛୁଟି ମିଳିବା ପରେ ପରିଜନ ତାକୁ ଘରକୁ ନେଇ ଯାଇଥିଲେ । ପେଶାରେ ଡ୍ରାଇଭର ଥିଲେ ଆଲାମୀନ, ଯେତେବେଳେ ରାତ୍ର ୧ଟାରେ ଘରକୁ ଆସିଥିଲା, ସେ ଝିଅକୁ ଖଟରେ ନ ଦେଖି ଥିବାରୁ ୟାସମୀନକୁ ପ୍ରଶ୍ନ କରିଥିଲେ ।

ୟାସମୀନ କହିଥିଲା କାଳେ ଶିଶୁ କନ୍ୟାକୁ କୌଣସି ଜନ୍ତୁ ଉଠାଇ ନେଇଥିବ ବୋଲି କହି କଥାକୁ ବୁଲେଇ ଦେଇଥିଲା । ଆଲାମୀନ ପରିଜନ ମାନଙ୍କୁ ଏହି ବିଷୟ ଜଣାଇଥିଲା । ଜନ୍ତୁ ପିଲାଟିକୁ ଉଠାଇ ନେବା ଉଦ୍ଧେଶ୍ୟରେ ଲୋକେ ଆଖପାଖରେ ଖୋଜିବାରେ ଲାଗିପଡିଲେ କିନ୍ତୁ ଶିଶୁ କନ୍ୟାଟି ମିଳି ନ ଥିଲା । ପରେ ଘର ପଛ ପଟେ ଏକ ଫୁଟ ପାଣିରେ ପଥର ତଳେ ଶିଶୁ କନ୍ୟାଟିର ଶବ ମିଳିଥିଲା ।

ରାତି ପ୍ରାୟ ୩ଟାରେ ଶିଶୁଟିକୁ ନେଇ ପରିଜନ ଥାନାରେ ପହଞ୍ଚିଥିଲେ । ପୋଲିସ ବୁଧୁବାର ଦିନ ଶବ ବ୍ୟବଛେଦ କରି ଶବକୁ ପରିଜନଙ୍କୁ ହସ୍ତାନ୍ତର କରିଥିଲା । ୟାସମୀନର ପୂର୍ବରୁ ୪ ବର୍ଷ ଓ ୨ ବର୍ଷର ଦୁଇଟି ପୁଅ ଅଛନ୍ତି । ଶଶୁର ଅବଦୁଲ ମତାନ କହିଛନ୍ତି; ତାଙ୍କ ବହୁ ଆଉ ଛୁଆ ଚାହୁଁ ନ ଥିଲା । ଏହି କାରଣରୁ ଶିଶୁ କନ୍ୟାକୁ ପାଣିରେ ବୁଡାଇ ସେ ମାରିଦେଇଛି ।