ପିଲାଟି କାନ୍ଦି କାନ୍ଦି ବିନମ୍ରତାର ସହ ପୋଲିସ ନିକଟରେ ଗୁହାରି କରୁଥିଲା, “ମୋ କକାଙ୍କୁ ଛାଡିଦିଅ ।” ୟୁପି ପୋଲିସ ଗାଡିର କାଗଜପତ୍ର ନ ମିଳିବାରୁ…

Spread the love

ପିଲାଟି କାନ୍ଦି କାନ୍ଦି ବିନମ୍ରତାର ସହ ପୋଲିସ ନିକଟରେ ଗୁହାରି କରୁଥିଲା, “ମୋ କକାଙ୍କୁ ଛାଡିଦିଅ ।” ୟୁପି ପୋଲିସ ଗାଡିର କାଗଜପତ୍ର ନ ମିଳିବାରୁ ଲାତ ଗୋଇଠା ମାରିଲେ । ଦେଖନ୍ତୁ ବିଡିଓ

ଛୋଟ ପିଲାଟି କହୁଥିଲା, “ମୋ କକାଙ୍କୁ ଛାଡିଦିଅ” ।

ଛୁଆଟିର କକା ପିଲାଟିକୁ ଚୁପ କରେଇବା ପାଇଁ ଚେଷ୍ଟା କରୁଥିଲା । ଦୁଇଜଣ ପୋଲିସଙ୍କ ଅଧିନରେ ଥିଲା । ପୋଲିସମାନେ ଛୁଆଟି କଥା ଆଦୌ ଶୁଣୁ ନଥିଲେ । ଗାଳି ଦେଉଥିଲେ । ଛୁଆଟିର ସମ୍ମୁଖରେ ହିଁ ତାଙ୍କ କକାକୁ ରାସ୍ତା କଡରେ ଗଇଠାମାରି ଠେଲି ଦେଇଥିଲେ । ଚାପୁଡ଼ା ଓ ଗୋଇଠା ପିଟୁଥିଲେ ଏବଂ ଛୁଆଟି ଗୋଟେ କଡରେ ଠିଆ ହୋଇ ସବୁ ଦେଖୁଥିଲା ।

ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଗୋରଖପୁରରେ ନୂତନ ଟ୍ରାଫିକ ନିୟମ ପ୍ରଣୟନକୁ ମାନୁଥିବା ଓ ନ ମାନୁଥିବା ଲୋକଙ୍କ ପାଇଁ । ସିଦ୍ଧାର୍ଥ ନଗରରେ ରୀଙ୍କୁ ପାଣ୍ଡ୍ୟା ନିଜ ପୁତୁରାକୁ ଗାଡ଼ିରେ ବସାଇ ଯାଉଥିଲେ । ଟ୍ରାଫିକ ପୋଲିସ ଅଟକାଇ ଥିଲେ । ମୁଣ୍ଡରେ ହେଲମେଟ ନ ଥିଲା । ଆବଶ୍ୟକ କାଗଜପତ୍ର ମଧ୍ୟ ପାଖରେ ନ ଥିଲା ।

ପୋଲିସ ଓ ରୀଙ୍କୁ ପାଣ୍ଡ୍ୟାଙ୍କ ମଧ୍ୟରେ କିଛି ଯୁକ୍ତି ହୋଇଥିଲା । ପୋଲିସ ରିଙ୍କୁଙ୍କୁ ଗାଡିରୁ ଟାଣି ପିଟିବା ଆରମ୍ଭ କରି ଦେଇଥିଲେ ଏବଂ ସେଠାରେ ଠିଆ ହୋଇଥିବା କୌଣସି ଜଣେ ବ୍ୟକ୍ତି ପୁରା ଘଟଣାର ଭିଡ଼ିଓ କରୁଥିଲା ।

ଭିଡିଓଟି ସମ୍ମୁଖକୁ ଆସିଛି ଏବଂ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ସାମ୍ନାକୁ ଆସିଲା ପରେ ସିଦ୍ଧାର୍ଥ ନଗରର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଇଜଣ ପୋଲିସ କର୍ମୀଙ୍କୁ ଚିହ୍ନଟ କରିଛନ୍ତି । ଜଣେ ସବଇନ୍ସପେକ୍ଟର ବିରେନ୍ଦ୍ର ମିଶ୍ର ଓ ଅନ୍ୟ ଜଣେ ହେଡ କନଷ୍ଟେବଳ ମହେନ୍ଦ୍ର ପ୍ରସାଦ ବୋଲି ପରୀକ୍ଷାରୁ ଜଣାପଡିଛି ଏବଂ ଦୁଇଜଣ ପୋଲିସ କର୍ମୀଙ୍କୁ ସଦର ଏସ୍ପିଙ୍କ ଦ୍ଵାରା ସସପେଣ୍ଡ କରାଯାଇଛି ।

ସ୍ଥାନୀୟ ଖବର ଅନୁଯାୟୀ ମାରପିଟ ଦ୍ୱାରା ରୀଙ୍କୁ ପାଣ୍ଡ୍ୟାଙ୍କୁ ଆଘାତ ହୋଇଛି ଏବଂ ଏହା ସହିତ ତାଙ୍କ ପୁତୁରାର ମଧ୍ୟ ହାତରେ ଆଘାତ ଲାଗିଛି । ଏହି ବିଷୟରେ ବରିଷ୍ଠ ପୋଲିସ ଅଧିକାରୀ ଡ଼ଃ ଧର୍ମବୀର ସିଂହ ଏନ୍ଡ଼ିଟିଭି ସହ କଥାବାର୍ତ୍ତାରେ କହିଛନ୍ତି ।

କୁହାଯାଏ ଯେ, “ସେ (ରୀଙ୍କୁ ପାଣ୍ଡ୍ୟା) ଗାଡି ଚଲେଇବା ସମୟରେ ମଦ ପିଇଥିଲେ । ଦୁଇଜଣ ପୋଲିସ କର୍ମୀ ତାଙ୍କୁ ନିର୍ମମ ଭାବରେ ପିଟିଛନ୍ତି । ତାଙ୍କୁ ଚଟାଣରେ ପକାଇ ତାଙ୍କ ସହ ଖରାପ ବ୍ୟବହାର କରି ପିଟିଛନ୍ତି । ଦୁଇଜଣ ପୋଲିସ କର୍ମୀ ନିଜ ପୋଲିସ ପୋଷାକରେ ଥିଲେ । ଏହା ପୋଲିସ ବିଭାଗ ପାଇଁ ବହୁତ ନିନ୍ଦନୀୟ ଅଟେ” ।