ନିଷ୍ଠୁର ପିତା ଠାରୁ ମାଆକୁ ବଞ୍ଚାଇବା ପାଇଁ ଛୋଟ ପିଲାଟି ୧.୫ କିମି ଦୌଡ଼ି ପୋଲିସ ଥାନାରେ ପହଞ୍ଚି ଥିଲା । ପରେ ପୋଲିସଙ୍କୁ ଏପରି କିଛି କହିଛି ଜାଣନ୍ତୁ ପୁରା ଘଟଣା ।

Spread the love

ମାଆଙ୍କୁ ପିଟୁ ଥିଲା ପିତା, ୮ ବର୍ଷୀୟ ପୁଅଟି ସହ୍ୟ ନ କରି ପରି ୧.୫ କିମି ଦୌଡ଼ି ଦୌଡ଼ି ପୋଲିସ ଷ୍ଟେସନ ପହଞ୍ଚିଥିଲା ।

ଘରୋଇ ହିଂସା ଏପରି ଏକ ସମସ୍ୟା ଯାହା ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ଦିନକୁ ଦିନ ଦେଶ ଆଧୁନିକତା ଆଡକୁ ବଢି ଚାଲିଛି, ଦିନ ରାତି ଏକ କରି ଲୋକେ ଦେଶକୁ ଆଗକୁ ବଢ଼ାଇବାରେ ଲାଗି ପଡିଛନ୍ତି । କିନ୍ତୁ କିଛି ହୀନ ମନଧାରୀ ଲୋକେ ନିଜ ପରିବାରର ସ୍ତ୍ରୀ ଏବଂ ପିଲାଙ୍କୁ ହଇରାଣ କରିବାରେ ଲାଗି ପଡିଛନ୍ତି । ପ୍ରତି ବର୍ଷ ଭାରତରେ ଘରୋଇ ହିଂସା ସମ୍ବନ୍ଧରେ ଅନେକ ମାମଲା ନଜରକୁ ଆସୁଛି କିନ୍ତୁ ୩୦ ରୁ ୪୦ ପ୍ରତିଶତ ହିଁ ପୋଲିସ ଥାନାରେ କେଶ ଦାୟର ହୋଇ ପାରୁଛି । ବେଳେବେଳେ ସମ୍ମାନ ଦୃଷ୍ଟିରୁ ଲୋକେ ଏହି ମାମଲା ଗୁଡିକୁ କୋର୍ଟ କଚେରୀକୁ ଆଣିବା ପାଇଁ ପଛଘୁଞ୍ଚା ଦିଅନ୍ତି । ଏଥିପାଇଁ ଅତ୍ୟାଚାରୀ ମାନେ ଏପରି ଜଘନ୍ୟ ଅପରାଧ ଘଟାଇ ଚାଲିଥାନ୍ତି । ଆଜି ଆମେ ୮ ବର୍ଷୀୟ ଏପରି ଏକ ପିଲା ବିଷୟରେ କହିବୁ, ଯିଏ ନିଜ ମାଆ ଉପରେ ହେଉଥିବା ଘରୋଇ ହିଂସାକୁ ସହ୍ୟ କରି ନପାରି ୧.୫ କିମି ଦୁରତାକୁ ଦୌଡ଼ି ଦୌଡ଼ି ପୋଲିସ ଷ୍ଟେସନ ଚାଲି ଯାଇ ପୋଲିସଙ୍କୁ ସବୁ କଥା କହିଛି । ଏହି ଘଟଣାଟି ଘଟିବା ପରେ ଲୋକେ ପିଲାଟିକୁ ଭୁ ଭୁ ପ୍ରଶଂସା କରୁଛନ୍ତି ।

ମାଆଙ୍କୁ ବଞ୍ଚାଇବା ପାଇଁ ୮ ବର୍ଷୀୟ ପିଲାଟି ଏପରି କିଛି ପଦକ୍ଷେପ ନେଇଥିଲା :

ଏହି ପୁରା ଘଟଣାଟି ଉତ୍ତରପ୍ରଦେଶର ସନ୍ଥ କବିର ନଗର ଜିଲ୍ଲାର ଅଟେ । ଏଠାକାର ସ୍ଥାନୀୟ ନିବାସୀ ୮ ବର୍ଷୀୟ ମୁସ୍ତାକ ନିଜ ପିତାମାତାଙ୍କ ସହ ରୁହେ । ମୁସ୍ତାକର ପିତା ସର୍ବଦା ନିଜ ପତ୍ନୀଙ୍କୁ ମାରପିଟ କରେ । ଦିନେ ଏହି କଥାରେ ଅତିଷ୍ଟ୍ୟ ହୋଇପଡି ମୁସ୍ତାକ ଚୁପ ହୋଇରହିବା ଠିକ ମନେ କରି ନଥିଲା । ସେ ବହୁତ ଚତୁରତାର ସହ ନିଜ ଘର ଠାରୁ ଦୌଡ଼ି ଦୌଡ଼ି ପୋଲିସ ଷ୍ଟେସନରେ ପହଞ୍ଚି, ପୋଲିସକୁ ସମସ୍ତ ଘଟଣା ବିଷୟରେ ସୂଚନା ଦେଇଥିଲା । ଏଠାରେ ଆମେ କହିବା ପାଇଁ ଚାହୁଁଛୁ ମୁସ୍ତାକର ଘର ଠାରୁ ପୋଲିସ ଷ୍ଟେସନର ଦୂରତା ହେଉଛି ୧.୫ କିମି । ଏହି ପରିପ୍ରେକ୍ଷୀରେ ଯେତେବେଳେ ମୁସ୍ତାକ ନିଜ ପିତା ନିଜ ମାଆଙ୍କ ଉପରେ ଅତ୍ୟାଚାର ହେଉଥିବାର ଦେଖିଥିଲା; ସେ ଘରୁ ଦୌଡ଼ି ପୋଲିସ ଷ୍ଟେସନରେ ପହଂଚି ଯାଇଥିଲା । ସେଠାରେ ସେ ଯାଇ କହିଥିଲା; “ତା ପିତା, ତା ମାଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଏବଂ ଏହି କାରଣରୁ ସେ ନିଜ ପିତାଙ୍କ ଉପରେ କେଶ ଫାଇଲ କରିବା ପାଇଁ ଆସିଛି ।”

ପୁଅର କେଶ ଫାଇଲ ପରେ ପିତା ଗିରଫ ହୋଇଛି :

ଏହି ପୁରା ଘଟଣାର ସୂଚନା ଜିଲ୍ଲାର ଏସପି ରାହୁଲ ଶ୍ରୀବାସ୍ଥବ ନିଜ ଟୁଇଟ୍ ମାଧ୍ୟମରେ ଦେଇଛନ୍ତି । ସେ ୮ ବର୍ଷୀୟ ମୁସ୍ତାକର ଫୋଟ ଜାରି କରି ଲେଖିଛନ୍ତି, ଉତ୍ତରପ୍ରଦେଶର କବିର ସନ୍ତ ଅଂଚଳରେ ରହୁଥିବା ୮ ବର୍ଷୀୟ ମୁସ୍ତାକ ସହ ମିଶନ୍ତୁ । ଏହି ବାଳକଟି ୧.୫ କିମି ଦୌଡ଼ି ଆସି ପୋଲିସ ଷ୍ଟେସନରେ କେଶ ଫାଇଲ କରିଛି ଯେ, “ତା ପିତା ମୁସ୍ତାକର ମାଆଙ୍କୁ ବହୁତ ମାରପିଟ କରୁଛନ୍ତି ।” କେଶ ଫାଇଲ ପରେ ପିତାକୁ ପୋଲିସ ଗିରଫ କରିଛି । ଏହି ଛୋଟ ପିଲାଟି ଠାରୁ ଆମେ ମଧ୍ୟ ଶିକ୍ଷା ଲାଭ କରିବା ଦରକାର ଯେ, ଏପରି ହିଂସାକୁ ସହ୍ୟ ନକରି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ୍ ।

ପ୍ରାୟତଃ ଘଟଣା ପୋଲିସ ନଜରକୁ ଆସି ନ ଥାଏ :

ଦେଶରେ ପ୍ରତିଦିନ ଏପରି ଅନେକ ଘଟଣା ମହିଳା କିମ୍ବା ପିଲାଙ୍କ ଉପରେ ଘଟୁଛି । କିନ୍ତୁ ଏହି ଘଟଣା ମାନଙ୍କ ମଧ୍ୟରୁ ଅନେକ ଘଟଣା ପୋଲିସ ନଜରକୁ ଆସି ନ ଥାଏ । କିଛି ମହିଳା ଏବଂ ଶିଶୁ ଏହାକୁ ଚୁପଚାପ ସହ୍ୟ କରି ନିଅନ୍ତି । କିନ୍ତୁ ଯେଉଁଭଳି ଭାବରେ ଏହି ନିରୀହ ୮ ବର୍ଷୀୟ ବାଳକଟି ସାହସିକତାର ସହ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲା, ସତ୍ୟରେ ବାଳକଟି ପ୍ରଶଂସାର ଯୋଗ୍ୟ ଅଟେ । ସୋସିଆଲ ମିଡିଆରେ ମଧ୍ୟ ପିଲାଟିର ଏହି କାର୍ଯ୍ୟ ପାଇଁ ଲୋକମାନେ ଅଜସ୍ର ପ୍ରଶଂସା କରି ଚାଲିଛନ୍ତି ।