୧୪ ବର୍ଷ ବୟସରେ ରସ୍ନା ବିଜ୍ଞାପନରେ ଅଭିନୟ କରିଥିବା ତରୁଣୀ ସଚଦେବ ଦୁନିଆକୁ ଛାଡି ଚାଲିଯାଇଛନ୍ତି, ମୃତ୍ୟୁ ବରଣ କରିବେ ବୋଲି ସେ ପୂର୍ବରୁ ଜାଣି ପାରିଥିଲେ ।

Spread the love

ବହୁତ କମ ବୟସରେ ଦୁନିଆ ଠାରୁ ଶେଷ ବିଦାୟ ନେଇ ଚାଲି ଯାଇଥିଲେ ।

ମଣିଷ ଜୀବନ ପଣି ଫୋଟକା । କିଛି ଭରସା ନାହିଁ, କେଉଁ ସମୟରେ କେଉଁ ବ୍ୟକ୍ତିଙ୍କ ସହ କେଉଁ ପ୍ରକାରର ଘଟଣା ଘଟିଥାଏ କେହି କେବେ ଭାବିନଥାନ୍ତି । ବଲିଉଡର ବାଳା କଳାକାର ତରୁଣୀ ସଚଦେବଙ୍କ ସହ ଏପରି କିଛି ଘଟଣା ଘଟିଥିଲା । ଏହି ଘଟଣା ଆପଣଙ୍କର ମନେ ନ ଥିବ, ନିଜର କମଳ ପୂର୍ଣ୍ଣ ସ୍ଵରରେ “ଆଇ ଲଭ୍ ୟୁ ରସ୍ନା” କହୁଥିଲେ ସେହି ତରୁଣୀ ସଚଦେବ, ଜଣେ ଇଣ୍ଡିଆନ ମଡେଲ ଏବଂ ବାଳା ଅଭିନେତ୍ରୀ ରହିଥିଲେ । କିନ୍ତୁ ଜୀବନ, ତରୁଣୀ ସଚଦେବଙ୍କ ସହ ଏହିପରି କିଛି ଘଟଣା ଘଟିଥିଲା ଯାହାପରେ ୧୪ ବର୍ଷ ବୟସରେ ହିଁ ଦୁନିଆ ଛାଡି ଚାଲି ଯାଇଥିଲେ । ଆସନ୍ତୁ ଜାଣିବା ରସ୍ନା ଗାର୍ଲ ତରୁଣୀ ସଚଦେବ ପ୍ରତି ଘଟିଥିବା ଘଟଣା ବିଷୟରେ ।

୧୪ ବର୍ଷ ବୟସରେ ହିଁ ଦୁନିଆ ଛାଡି ଚାଲିଯାଇଥିଲେ ରସ୍ନା ଗାର୍ଲ ତରୁଣୀ ସଚଦେବ :

୧୪ ମଇ ୧୯୯୮ରେ ମୁମ୍ବାଇରେ ଜନ୍ମିତ ତରୁଣୀ ସଚଦେବ ଜଣେ ବାଳ କଳାକାର । ତରୁଣୀ ସଚଦେବଙ୍କ ପିତା ହରେଶ ସଚଦେବ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ଏବଂ ମାଆ ମୁମ୍ବାଇର ଇସ୍କନର ରାଧା ଗୋପୀନାଥ ମନ୍ଦିର ଭକ୍ତ ମଣ୍ଡଳୀର ସଦସ୍ୟା ଅଟନ୍ତି । ତରୁଣୀ ସଚଦେବ ମୁମ୍ବାଇରେ ହିଁ ନିଜର ପାଠପଡା ଆରମ୍ଭ କରିଥିଲେ । ଏହା ସହ ସେ ନିଜ ମାଆଙ୍କ ସହ ମନ୍ଦିରର ଅନେକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ତରୁଣୀ ସଚଦେବ ପାଞ୍ଚ ବର୍ଷ ବୟସରୁ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଁ ପାଦ ଦେଇଥିଲେ ଏବଂ ନିଜ ସମୟର ଜଣେ ଦାମୀ କଳାକାର ଥିଲେ । ତରୁଣୀ ସଚଦେବ ରସ୍ନା, କୋଲଗେଟ, ଆଇସିଆଇସିଆଇ ବ୍ୟାଙ୍କ , ରିଲାୟନ୍ସ ମୋବାଇଲ, ଏଲ.ଜି, କଫି ବାଇଟ୍, ଗୋଲ୍ଡ ବିନର, ଶକ୍ତି ମସଲା, ପରି ପ୍ରୋଡକ୍ଟର ବିଜ୍ଞାପନ ଗୁଡିକରେ ଅଭିନୟ କରିଥିଲେ । ସେ ଇଣ୍ଡଷ୍ଟ୍ରିର ଜଣେ ବ୍ୟସ୍ତ ବହୁଳ ଶିଶୁ କଳାକାର ଥିଲେ । ଷ୍ଟାରପ୍ଲସର “କ୍ୟା ଆପ୍ ପାଞ୍ଚବି ପାସ୍ ସେ ତେଜ ହେଁ ?” ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି “ଶୋ”ରେ ସାରୁଖନ ହୋଷ୍ଟ କରିଥିଲେ । ତରୁଣୀ ସଚଦେବ ୨୦୦୪ ମସିହାରେ ମାଲୟାଲମ ଚଳଚିତ୍ର “ବେଲ୍ଲି ନକ୍ଷତ୍ରମ”ରେ ନିଜର ଅଭିନୟ ଜୀବନର ପଦାର୍ପଣ କରିଥିଲେ ।

୧୪ ମଇ ୨୦୧୨ରେ ହଠାତ ଖବର ଆସିଥିଲା ତରୁଣୀ ସଚଦେବଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଯେତେବେଳେ ନେପାଳରେ ଅଗ୍ନି ଏୟାର ଫ୍ଲାଇଟ ସିଏଚଟି ପ୍ଲେନ କ୍ରଶ ହୋଇଥିଲା ସେହି ଫ୍ଲାଇଟରେ ତରୁଣୀ ସଚଦେବ ମଧ୍ୟ ଥିଲେ । ସେ ଏବଂ ତରୁଣୀ ସଚଦେବଙ୍କ ମାଆ ଉଭୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେହି ଦିନ ହିଁ ତରୁଣୀ ସଚଦେବଙ୍କ ଜନ୍ମଦିନ ମଧ୍ୟ ଥିଲା । ସୋମବାର ଦିନ ୨୦ଟି ସିଟ ବିଶିଷ୍ଠ ଏହି ବିମାନରେ ମାଆ ଏବଂ ଝିଅଙ୍କ ସମେତ ବାର ଜଣ ଭାରତୀୟ, ଦୁଇ ଜଣ ଡେନମାର୍କ ବାସୀ ଏବଂ ଚାଳକ ଦଳର ତିନି ଜଣ ସଦସ୍ୟଙ୍କ ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଛଅ ଜଣ ଯାତ୍ରୀ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ ।

ମଜା ମସ୍ତିରେ ସାଙ୍ଗମାନଙ୍କ ଠାରୁ ବିଦାୟ ନେଇଥିଲେ :

୧୧ମଇ ୨୦୧୨ରେ ତରୁଣୀ ସଚଦେବଙ୍କୁ ନେପାଳ ଯିବାର ଥିଲା ଏବଂ ଯିବା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହ ଶେଷ ସାକ୍ଷାତ କରିଥିଲେ । ସେହି ସମୟରେ ତରୁଣୀ ସଚଦେବ ନିଜର ସାଙ୍ଗ ମାନଙ୍କୁ କହିଥିଲେ, ଏହା ମୋର ତୁମ ମାନଙ୍କ ସହ ଶେଷ ସାକ୍ଷାତ ଅଟେ । ଏହି କଥାଟି ତରୁଣୀ ସଚଦେବ ମଜା ମସ୍ତିରେ ନିଜ ସାଙ୍ଗ ମାନଙ୍କୁ କହିଥିଲେ । ପରେ ତରୁଣୀଙ୍କ ସାଙ୍ଗମାନେ ମିଡିଆକୁ କହିଛନ୍ତି, ତରୁଣୀ କଦାପି ପୂର୍ବରୁ ଏହି ଭଳି କହି ନ ଥିଲେ । ଶେଷଥର ପାଇଁ ନିଜ ସାଙ୍ଗ ମାନଙ୍କୁ “ଆଇ ଲଭ୍ ୟୁ” କହି ଶେଷ ବିଦାୟ ନେଇଥିଲେ ।