ମିଜୋଜରାମର ଏହି କୁନି ଶିଶୁ କୁକୁଡା ଉପରେ ସାଇକେଲ୍ ଚଢାଇ ଦେଇ, ଚିକିତ୍ସା କରିବା ପାଇଁ ହସ୍ପିଟାଲ ନେଇଥିଲେ କୁକୁଡାକୁ

ମିଜୋରାମ : ଶିଶୁମାନଙ୍କ ନିଶ୍ଚିତ ରୂପରେ ଏହି ପୃଥିବୀ ପୃଷ୍ଟରେ ରହୁଥିବା ସମସ୍ତ ଜୀବଙ୍କ ଥରୁ ପବିତ୍ର ଓ ଶୁଦ୍ଧ ମନୁଷ୍ୟ । ଏହି ଶିଶୁଙ୍କ ହୃଦୟ ସଂସାରର ଅନ୍ୟ ସମସ୍ତଙ୍କ ଠାରୁ ସ୍ୱଚ୍ଛ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । କ୍ଷମତା ଥାଉ କି ନଥାଉ, ମାନବିକତା କିନ୍ତୁ ସେମାନଙ୍କ ଭିତରେ ଭରି ହୋଇଥାଏ, ଯାହାକି ଆମ୍ଭେମାନେ ବେଳେବେଳେ ଭୁଲି ଯାଉଛୁ । ଫଟୋରେ ଦିଶୁଥିବା ଏହି ଛୋଟ ଶିଶୁ ଜଣକ ମିଜୋରାମ୍ର ବାସିନ୍ଦା ଅଟେ । ଗୋଟିଏ ହାତରେ କୁକୁଡ଼ା ଓ ଅନ୍ୟ ହାତରେ ଟଙ୍କା ଧରି ବିଳଳ ନୟନରେ ଚାହିଁଥିବା ଏହି କୁନି ପିଲାଟି କଥା ଶୁଣିଲେ ଆପଣ ଚକିତ ହୋଇଯିବେ ।
ଏହି ଘଟଣାଟି ହେଉଛି ମିଜୋରାମ୍ର, ଏହି କୁନି ଶିଶୁଟି ନିଜ ନୂଆ କିଣା ଯାଇଥିବା ଖୁସିରେ ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ । ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ଗୋଟିଏ କୁକୁଡା ଚାଲି ଆସିଥିଲେ ଏବଂ ଭୁଳବଶତଃ ପିଲାଟି ନିଜ ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରି, ନିଜ ପଡୋଶୀ ଘରର ଏକ କୁକୁଡା ଉପରେ ସାଇକେଲ୍ ଚଢାଇ ଦେଇଥିଲା । ଫଳରେ କୁକୁଡ଼ା ଦେହରେ ଆଘାତ ଲାଗିଲା । କୁୁକୁଡ଼ାଟି ଖଣ୍ଡିଆ ଖାବରା ହୋଇ ଯାଇଛି ଦେଖିବା, ପରେ ପିଲାଟିର ଦୁଖ ପ୍ରକାଶ କରିଲା । ତା’ପରେ ସେ ନିଜ ପାଖରେ ରଖି ଥିବା କିଛି ଟଙ୍କା ଧରି କୁକୁଡ଼ାଟିକୁ ଭଲ କରିବା ପାଇଁ ହସ୍ପିଟାଲ୍ ନେବାକୁ ବସିଲା ।
ଜଣେ ଫେସ୍ବୁକ୍ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ତାହା ଏବେ ସୁଦ୍ଧା ୫୦ ହଜାର ରୁ ଊର୍ଦ୍ଦ୍ଵ ସେୟାର୍ ହୋଇ ସାରିଲାଣି । ପିଲାଟିର ନିରୀହ ଆଖି ତା’ ନିର୍ମଳ ମନର କଥା କହୁଛି । ଅନେକ ଫେସ୍ବୁକ୍ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍ ପ୍ରଶଂସା କରିଛନ୍ତି ।
ଯଦି ଏହି ଛୋଟ ପିଲାର ହୃଦୟ ପରି ସମସ୍ତଙ୍କ ନିର୍ମଲ ହୃଦୟ ଥାନ୍ତା, ତେବେ ଦୁନିଆରେ ରହିବା ପାଇଁ ଏହି ଧାରିତ୍ରି ଛଡା ଆଉ କେଉଁ ସୁନ୍ଦର ଜାଗା ନଥାନ୍ତା ।
ଛୋଟ ପିଲାଟିର ଏହି ପ୍ରକାର କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।
କେହି କେହି ଏହା ମଧ୍ୟ କହିଛନ୍ତି ଯେ, ଏହି ଛୋଟ ଶିଶୁଟି ମଧ୍ୟ ଜାଣିଛି ଦୁନିଆରେ ଟଙ୍କା ଦ୍ଵାରା ହିଁ ସବୁ କିଛି ସମ୍ଭବପର ହୋଇପାରିବ ଏବଂ କହିଛନ୍ତି ଏହି ଥରୁ ଜଣାପଢୁଛି ଆମ ସମାଜ କେତେ ଭ୍ରଷ୍ଟାଚର ।
Source : punjabkesari