ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଲେଇ ଆମ ସାମ୍ନାରେ ରାସ୍ତା କାଟିବାର ପ୍ରକୃତ ଅର୍ଥ କଣ ? ଏହା ଜାଣି ଆପଣ ମଧ୍ୟ ନିଶ୍ଚୟ ରୂପେ ଆଶ୍ଚର୍ଯ୍ୟ ହେଇଯିବେ…

Spread the love

ଅଧିକାଂଶ ସମୟରେ ଏଭଳି ହେଇଥାଏ କି, ଯେତେବେଳେ କୌଣସି ଲୋକ ରାସ୍ତାରେ ଯାଉଥିବ, ତେବେ ହଠାତ ଆଗରେ ବିଲେଇ ଆସିଯାଇଥାଏ । ଲୋକଙ୍କ ଅନୁସାରେ ଯେତେବେଳେ କୌଣସି ବିଲେଇ ଲୋକର ସାମ୍ନାରେ ରାସ୍ତା କାଟି ଚାଲିଯାଏ, ତେବେ ଏହାକୁ ସେମାନେ ଅଶୁଭ ବୋଲି କହିଥାନ୍ତି ଓ ଯେଉଁ କାମରେ ଯାଉଥିଲେ ସେହି କାମ ପୂର୍ଣ୍ଣ ହେଇନଥାଏ ବୋଲି କହିଥାନ୍ତି । ଖାସ୍ କରି ଯେତେବେଳେ କଲା ବିଲେଇ ସାମ୍ନାରେ ରାସ୍ତା କାଟି ଚାଲିଯାଏ, ସେତେବେଳେ ଲୋକମାନେ ବହୁତ ଭୟବିତ ହେଇଯାନ୍ତି । ଲୋକଙ୍କ ଅନୁସାରେ ଯେତେବେଳେ ଏଭଳି ହେଇଥାଏ, ତେବେ ନିଜର କାମ ସମ୍ପୂର୍ଣ ହେବାକୁଯାଉଥିବା ଟି ମଧ୍ୟ ବିଗିଡ଼ିଯାଇ ଥାଏ । ଲୋକ ଯେଉଁ କାମରେ ଯାଇଥାଏ ସେଥିରେ ଅସଫଳତା ପାଇଥାଏ ।

କିନ୍ତୁ ଆପଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଲେଇ ରାସ୍ତା କାଟିବାର ଅର୍ଥ କିଛି ଅଲଗା ଅଟେ ।

ଆପଣଙ୍କୁ କହିବାକୁ ଚାହୁଁଛୁ କି, ବିଲେଇ ରାସ୍ତା କାଟିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଭ ନୁହେଁ ବରଂ ଶୁଭ କୁହାଯାଇଥାଏ । ଏହା ଜାଣି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ଏହାହିଁ ସତ୍ୟ ଅଟେ । ତେବେ ଆସନ୍ତୁ ଏହି ସତ୍ୟତା ଉପରେ ସମ୍ପୂର୍ଣ ରୂପେ ଜାଣିବା । ଜ୍ୟୋତିଷ ଶାସ୍ତ୍ର ଙ୍କ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତି କାମରେ ଯାଉଥାଏ, ସେତେବେଳେ ଯଦି ବିଲେଇ ରାସ୍ତା କାଟି ଥାଏ ଏହାର ଅର୍ଥ ହେଉଛି ଆପଣଙ୍କ କାମ ସଫଳ ହେବାକୁ ଯାଉଛି । କିନ୍ତୁ ଯେଉଁ ଲୋକମାନେ ବିଲେଇ ରାସ୍ତା କାଟିଲେ ନକରାତ୍ମକ ରୂପେ ଭାବିଥାନ୍ତି, ସେମାନଙ୍କ ଜୀବନରେ କିଛି ନା କିଛି ଅଶୁଭ ହେଇଥାଏ ।

ଆମ ଭାରତୀୟ ସମାଜରେ ବହୁତ କମ ଲୋକ ହିଁ ବିଲେଇ କୁ ପାଳିଥାନ୍ତି । କିନ୍ତୁ ଅନ୍ୟ ଦେଶ ମାନଙ୍କରେ ବିଲେଇ କୁ ଗୋଟିଏ ପେଟ୍ ରୂପରେ ପାଳିଥାନ୍ତି । ବିଲେଇ ରାସ୍ତା କାଟିଲେ ଯଦି ଆମେ ନକରାତ୍ମକ ଭାବିବା ତେବେ ଆମ ସହିତ ମଧ୍ୟ କିଛି ଅଶୁଭ ହେଇଥାଏ କିନ୍ତୁ ଯଦି ଆମେ ସକାରାତ୍ମକ ରୂପେ ଭାବିବା ତେବେ ଆମ କାମ ନିଶ୍ଚୟ ସଫଳ ହେଇଥାଏ । କହିବାକୁଗଲେ ଏହା କେବଳ ଆମ ଭାବନାର ଖେଳ ହେଇଥାଏ ।

ବାସ୍ତବରେ ମନୁଷ୍ୟ ସଫଳ ନହେଇପାରିଲେ ସେ କହିଥାଏ କି, ବିଲେଇ ରାସ୍ତା କାଟିବାରୁ ହିଁ ଏଭଳି ହେଲା । କିନ୍ତୁ ଆପଣଙ୍କୁ ସବୁବେଳେ ସକାରାତ୍ମକ ରୂପେ ଭାବିବାକୁ ପଡ଼ିବ । କହିବାକୁଗଲେ ଆଗରେ ଯେତେ ପରିମାଣରେ ବିଲେଇ ଦେଖିବାକୁ ପାଉଥିଲେ, ଏବେ ତାହାର ସଂଖ୍ୟା ବହୁତ ପରିମାଣରେ କମିଗଲା । ଏଭଳି ସ୍ଥିତିରେ ବିଲେଇ କୁ ଶୁଭ, ଅଶୁଭ ରେ ଯୋଡ଼ିବା ଉଚିତ ନୁହେଁ । ମନୁଷ୍ୟ ଉପରେ କିଛି ଭଲ ବା ଖରାପ ହେବା, ତାହା ତ କେବଳ ମନୁଷ୍ୟ ଉପରେ ନିର୍ଭର କରିଥାଏ । ତେଣୁ ନିଜ ମନରୁ ଏହି ଭାବନାକୁ ବାହାର କରିଦିଅନ୍ତୁ କି, ବିଲେଇ ରାସ୍ତା କାଟିଲେ ଆମେ ଯାଉଥିବା କାମରେ ସଫଳ ହେଇପାରିବା ନାହିଁ ।