ଏହି ଛାତ୍ରୀ ଜଣଙ୍କ ଦୁନିଆର ସବୁଠୁ ଚମକପ୍ରଦ ପଦାର୍ଥ ପ୍ରସ୍ତୁତ କରିଛନ୍ତି । ୨ ୱାଟର ବଲବ ଦେଵ ୨୦ ୱାଟ ବଲବ ଭଳି ଆଲୋକ ।

ବିଜୁଳି ବିଲ୍ କମ ହେବ, ଝିଅଟି ଖୋଜିଛି ୨ ୱାଟ ବଲବରୁ ୨୦ ୱାଟ ଆଲୋକ ଦେବା ଭଳି ନିୟମ ।
ବଢୁଥିବା ବିଜୁଳି ବିଲ୍ ଆଜି ମଧ୍ୟ ଅନେକ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟି ଯାଇଛି । ଏହି ବଢୁଥିବା ବିଜୁଳି ବିଲ୍ ଘରେ ଜଳୁଥିବା ଘରର ବଳବର ମୁଖ୍ୟ ଭୂମିକା ରହିଥାଏ । ଆମ ଘରର ସମସ୍ତ ବିଜୁଳିବତୀ ଉପାଦାନ ଠିକ ରୁପେ କାର୍ଯ୍ୟ କରିବା ପାଇଁ ଅଧିକରୁ ଅଧିକ ଆଲୋକର ଆବଶ୍ୟକତା ରହିଥାଏ । ଏହିପରି ଘରେ ଅନେକ ଲାଇଟ ଜଳାଇବା ପାଇଁ ପଡିଥାଏ, ଏହା ମଧ୍ୟ ହାଇ ଭୋଲ୍ଟେଜର ବଲବ ଆଣିବା ପାଇଁ ପଡିଥାଏ । ଯାହାଫଳରେ ଅଧିକ ଆଲୋକର ମଜା ନିଆଯାଇ ପାରିବ । କିନ୍ତୁ ଧୀରେ ଧୀରେ ୱାଟର ସଂଖ୍ୟା ବଢିଚାଲେ ଠିକ ସେହିପରି ବିଜୁଳିର ବିଲ୍ ମଧ୍ୟ ବଢି ଚାଲିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉତ୍ତରପ୍ରଦେଶର ଗୋରଖପୁର ନିବାସୀ ଜଣେ ଛାତ୍ରୀ ଏହିପରି ନୀତି ଉଦ୍ଭାବନ କରିଛନ୍ତି; ଯାହା ସାରା ବିଶ୍ୱକୁ ଲାଭଦାୟକ ହୋଇପାରିବ । ଏହି ଛାତ୍ରୀ ଦୁନିଆର ସବୁଠୁ ଚମକପ୍ରଦ ପଦାର୍ଥ ପ୍ରସ୍ତୁତ କରି ରସାୟନ ଶାସ୍ତ୍ରର ଦୁନିଆରେ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରି ଦେଇଛନ୍ତି । ଆସନ୍ତୁ ଏହି ବିଷୟରେ ବିସ୍ତାରରେ ଅଧିକ କିଛି ଜାଣିବା ।
ଦୁନିଆର ସବୁଠୁ ଚମକପ୍ରଦ ପଦାର୍ଥ ପ୍ରସ୍ତୁତ କରିବାରେ ଏହି ଛାତ୍ରୀଙ୍କ ନାମ ହେଉଛି ଇଫତ ଅମିନ । ଇଫତ ଗୋରଖପୁରର ଦିନଦୟାଲ ଉପାଧ୍ୟୟ ବିଶ୍ୱବିଦ୍ୟାଳୟରେ ରସାୟନ ଶାସ୍ତ୍ରର ଛାତ୍ରୀ ଅଟନ୍ତି । ବିଗତ ପାଞ୍ଚ ବର୍ଷରୁ ଏକ ବିଶେଷ ଶୋଧରେ କାର୍ଯ୍ୟ କରିଥିଲେ । ଏହି ଶୋଧ ଅନୁସାରେ ତାଙ୍କର ମୁଖ୍ୟ ଲକ୍ଷ୍ୟ ଏହିପରି ଏକ ପଦାର୍ଥ ପ୍ରସ୍ତୁତ କରିବା ଥିଲା । ଯାହା ବିଶ୍ୱର ସବୁଠୁ ଚମକପ୍ରଦ ବସ୍ତୁ ହୋଇଥିବ । ନିକଟରେ ସେ ନିଜର ଏହି ଶୋଧରେ ସଫଳତା ହାସଲ କରି ଏହିପରି ପଦାର୍ଥ ପ୍ରସ୍ତୁତ କରିଥିଲେ ।ଏହାକୁ ପ୍ରସ୍ତୁତ କରିବା ପରେ ପଦାର୍ଥର ପରୀକ୍ଷଣ ଆଇଆଇଟି ଚେନ୍ନାଇ ଏବଂ ଜାପାନର କ୍ୟୁସୁ ଇଂଷ୍ଟିଟିୟୁସନରେ ମଧ୍ୟ କରାଯାଇଥିଲା, ଯେଉଁଠି ଏହା ସମସ୍ତ ମାପ ଦଣ୍ଡରେ ସଫଳତାର ସହ ପରୀକ୍ଷାରେ ସଫଳ ହୋଇଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚମକପ୍ରଦ ପଦାର୍ଥ ଥିଲା ।କିନ୍ତୁ ଇଫତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚମକପ୍ରଦ ପଦାର୍ଥର କ୍ଷମତା ୯୧.୯ ପ୍ରତିଶତ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଏହା ଦୁନିଆର ସବୁଠୁ ଚମକପ୍ରଦ ପଦାର୍ଥ ରୂପେ ମାନ୍ୟତା ମିଳିଛି ।
बहुत बधाई इफ्फत अमीन।
आपने गोरखपुर और उ.प्र. का नाम रोशन करने के साथ ही देश और प्रदेश के युवाओं के लिये एक अनुकरणीय प्रतिमान स्थापित किया है।
आप जैसे युवा ही एक नए और सशक्त भारत का निर्माण कर रहे हैं।
उ.प्र. की जनता और सरकार आपके साथ है।
आपको सुनहरे भविष्य के लिए शुभकामनाएं। pic.twitter.com/fqsM0rSr8L— Yogi Adityanath (@myogiadityanath) June 29, 2019
ଇଫତ କହିଛନ୍ତି; ତାଙ୍କ ପାଇଁ ଏହି କାର୍ଯ୍ୟ କରିବା ସହଜ ନଥିଲା । ପ୍ରାରମ୍ଭର ଦୁଇ ବର୍ଷ ଏହି ଦୁର୍ଲଭ ପଦାର୍ଥକୁ ଏକତ୍ରିତ କରି ଶୋଧକୁ ବୁଝାଇବାରେ ସମୟ ଲାଗି ଯାଇଥିଲା । ଏହି ପଦାର୍ଥରେ ଲେଥେନାଇଡ଼ ସିରିୟମ ପରି ଅନେକ ମିଶ୍ରଣ ସାମିଲ ଅଛି । ଏହାର ପ୍ରୟୋଗରେ ଇଫତ ୪୮ଟି କ୍ଲମ୍ପ୍ଲେକ୍ସ ପ୍ରସ୍ତୁତ କରିଥିଲେ । ଏହାକୁ ପ୍ରସ୍ତୁତି କରିବା ପରେ ସମସ୍ତଙ୍କର ଭିନ୍ନ ଭିନ୍ନ ଲୁମିନିୟସ୍ ଚମକ କ୍ଷମତା ଯାଞ୍ଚ କରାଯାଇଥିଲା, ସେହି ସମୟରେ ହିଁ ତାଙ୍କୁ ସଫଳତା ହାସଲ ହୋଇଥିଲା । ନିଜର ଏହି ଉପଲବ୍ଧି ପାଇଁ ତାଙ୍କୁ ଗୁରୁ ଗୋରଖନାଥ ଶୋଧ ମଡେଲ ଉପାଧି ମିଳିଥିଲା । କେବଳ ଏତିକି ନୁହେଁ ଶୋଧ ପତ୍ରକୁ ଇଣ୍ଟରନ୍ୟାସନାଲ ସ୍ତରର ମ୍ୟାଗାଜିନରେ ମଧ୍ୟ ପ୍ରକାଶ କରାଯାଇଛି ।
ସାଧାରଣ ଜନତାଙ୍କୁ ଏହି ସୁବିଧା ମିଳିବ :
ଇଫତଙ୍କ ଏହି ସଫଳ ଶୋଧ ଫଳରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚମକପ୍ରଦ ପଦାର୍ଥର ବ୍ୟବହାର ଆରଗନିକ ଏଲଇଡି ବଲବ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯିବ । ଏହି ବଲବର ସୁବିଧା ହେଉଛି ଏହା ୧ କିମ୍ବା ୨ ୱାଟର ହେବା ଫଳରେ ୨୦ ୱାଟ ଭଳି ଆଲୋକ ପ୍ରଦାନ କରିବ । ଅର୍ଥାତ ଏହାକୁ ଆଲୋକ ଅଧିକ ମିଳିବା କିନ୍ତୁ ବିଦ୍ୟୁତ ବିଲ୍ କମ ଆସିବ । ଏହା ବ୍ୟତୀତ ଏହି ଚମକପ୍ରଦ ପଦାର୍ଥ କାରଣରୁ ଏମଆରଆଇରେ ଭଲ ରେଜଲ୍ଟ ଦେଖିବା ପାଇଁ ମିଳିବ । ଅନ୍ୟ ପକ୍ଷରେ ଔଷଧ ଏବଂ ବାୟୋଲୋଜି ସିଷ୍ଟମର ପରୀକ୍ଷା ଏବଂ ଲେବଳିଙ୍ଗରେ ମଧ୍ୟ କାମରେ ଆସିବ । ଏହାସହ ରାଡାର କ୍ଷେତ୍ରରେ କମ ଉର୍ଜା ଖର୍ଚ୍ଚ ହେବ ।