ଚଉଠିରାତିରେ ପତିଙ୍କୁ ଏହି ଜିନିଷ ଖୁଆଇ ଶୋଇଥିଲା ନବବିବାହିତା କନ୍ୟା । ସକାଳେ ରୁମର ଅବସ୍ଥା ଦେଖି ପତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।

Spread the love

ୟୁପିର ମୁରଦାବାଦରୁ ବିବାହ ସହ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ଅଟେ । କାରଣ ମୁରଦାବାଦର ଏହି ବିବାହର ଚର୍ଚ୍ଚା ପୋଲିସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ପ୍ରାୟତଃ ଏହିଭଳି ଘଟଣାରେ ଦେଖିବା ପାଇଁ ମିଳିଥାଏ ବିବାହ ଭାଙ୍ଗିବା ପଛରେ ମୁଖ୍ୟ କାରଣ ଯୌତୁକ କିମ୍ବା ଶରୀରୀକ ରଙ୍ଗ ରୁପ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ କନ୍ୟା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବରେଲିର ବାସିନ୍ଦା ପୂଜା ନାମକ ଜଣେ ଝିଅର ବିବାହ ୨ ଅଗଷ୍ଟରେ ସଞ୍ଜୟ ସହ ହୋଇଥିଲା । ସଞ୍ଜୟ ମୁରଦାବାଦର ସିଭିଲ ଲାଇନ୍ସ ଅଞ୍ଚଳର ଝାଂଝାପୁରର ନିବାସୀ ଅଟେ । ପୂଜା ଏବଂ ସଞ୍ଜୟଙ୍କ ବିବାହ ମୁରଦାବାଦ ସ୍ଥିତ କୌଣସି ମନ୍ଦିରରେ ହେବାର ଥିଲା । ଏହି କାରଣରୁ ଝିଅ ପକ୍ଷକୁ ମୁରଦାବାଦକୁ ନିମନ୍ତ୍ରଣ କରାଯାଇଥିଲା ।୨ ଅଗଷ୍ଟ ସକାଳେ ୯ ଟାରେ ଦୁହେଁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।

ସଂଜୟର ଘର ଲୋକେ ବହୁତ ଖୁସି ଥିଲେ । କାରଣ ସେମାନଙ୍କୁ ନିଜ ମନ ପସନ୍ଦିୟ କନ୍ୟା ମିଳି ଯାଇଥିଲା ।କିନ୍ତୁ ସେମାନଙ୍କୁ ଜଣା ନ ଥିଲା ଯେ, କନ୍ୟା ଆଗକୁ ଯାଇ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଘଟଣା ଏହିପରି ହୋଇଥିଲା, ବିବାହର ପରଦିନ କନ୍ୟା ଅର୍ଥାତ ପୂଜା ରୋଷେଇ ଘରକୁ ଯାଇ ସମସ୍ତଙ୍କ ପାଇଁ ଖାଦ୍ୟ ରୋଷେଇ କରିଥିଲା । ନୂଆଁ ବୋହୁକୁ କାମ କରୁଥିବାର ଦେଖି ସଞ୍ଜୟର ମାତାପିତା ବହୁତ ଖୁସି ଥିଲେ ।

ଖାଦ୍ୟ ପ୍ରସ୍ତୁତି ହେବା ପରେ ଭୋଜନ ସମୟରେ ପୂଜା ସମସ୍ତଙ୍କୁ ଡାକି ଖାଇବା ବାଢିଥିଲା । ବୋହୁ ହାତର ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ପରିବାର ଲୋକେ ଖାଦ୍ୟର ପ୍ରଶଂସା କରିଥିଲେ କିନ୍ତୁ ସେହିମାନେ ଏହାର ପରିଣତି ବିଷୟରେ ଜାଣି ନ ଥିଲେ ଯେ, କନ୍ୟା ଖାଦ୍ୟରେ ନିଶା ମିଶାଇ ଦେଇଛି । ଯାହାଫଳରେ ସମସ୍ତେ ସମୟ ପୂର୍ବରୁ ଶୋଇ ଯାଇଥିଲେ ଏବଂ ସଞ୍ଜୟ ମଧ୍ୟ ଶୋଇ ଯାଇଥିଲା । କିନ୍ତୁ ଯେତେବେଳେ ସକାଳେ ତାର ଆଖି ଖୋଲିଥିଲା ରୁମର ଅବସ୍ଥା ଦେଖି ସଞ୍ଜୟର ହୋସ ଉଡି ଯାଇଥିଲା । କାରଣ ରୁମରେ ତାର ପତ୍ନୀ ନ ଥିଲା ଏବଂ ରୁମର ସମସ୍ତ ଜିନିଷ ଏପଟ ସେପଟ ହୋଇ ପଡିଥିଲା ।

ପରେ ଘରୁ ସମସ୍ତ ଅଳଙ୍କାର ଏବଂ ଧନ ଉଭାନ ହୋଇଯାଇଥିଲା । ପୋଲିସ ବେହୋସ ପଡିଥିବା ଲୋକଙ୍କୁ ଡାକ୍ତରଖାନା ପଠାଇଥିଲା । ହୋସ ଆସିବା ପରେ ପରିଜନ ଝିଅ ପକ୍ଷ ବିରୁଦ୍ଧରେ କେଶ ଦେଇଥିଲେ । ପରେ ପୋଲିସ କନ୍ୟାର ତଲାସୀ ଜାରି ରଖିଛି ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।