ବିବାହ ମଣ୍ଡପ ଉପରେ ବରକୁ ଚପଲରେ ମାରିଲେ ପତ୍ନୀ , ବରଯାତ୍ରୀ ମଧ୍ୟ ସେଠାରୁ ଚୁପଚାପ ପଳାଇଗଲେ

Spread the love

ବିବାହ ମଣ୍ଡପରେ କନ୍ୟା ବରକୁ ଚପଲରେ ମାରିଲେ, ବରଯାତ୍ରୀ ନୀରବରେ ଫେରିଗଲେ ।

କିଛିଦିନ ପୂର୍ବରୁ ବିହାରର ମୁଜଫୁରପୁରରୁ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସଥିଲା । ଯେତେବେଳେ ସେଠାରେ ବର ବିବାହ କରିବା ପାଇଁ ପହଞ୍ଚିଥିଲେ, ସେତେବେଳେ ବରର ବିବାହ ମଣ୍ଡପ ଉପରେ ହିଁ ଘୋର ଅପମାନ ହୋଇଥିଲା । ତାଙ୍କୁ ଯିଏ ମାରିଥିଲେ, ସେ ଆଉ କେହି ନୁହେଁ ବରଂ ସେହି ବରର ପ୍ରଥମ ପତ୍ନୀ ଯିଏ କି ନିଜ ସ୍ୱାମୀଙ୍କୁ ଜୋରରେ ମାଡ଼ ମାରିଥିଲେ । ବାହାଘରରେ ଆସିଥିବା ବରଯାତ୍ରୀ କିଛି ବୁଝିବା ପୂର୍ବରୁ ସେଠାରୁ ଚୁପଚାପ ପଳାଇ ଯାଇଥିଲେ । କିନ୍ତୁ ସେଠାକାର ଲୋକମାନେ ବରକୁ ଛାଡି ନ ଥିଲେ ।

ଜାଣନ୍ତୁ ଏହାର ପୁରା ଘଟଣା :

ସୂତ୍ର ଅନୁସାରେ ଏହି ମାମଲା ମୁଜଫୁରନଗରର ମିଠନପୁର ମାଲିଘାଟର ଅଟେ । ସେଠାରେ ଏମିତି କିଛି ହୋଇଥିଲା କି ବରର ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ମଧ୍ୟ ସ୍ୱାମୀ ଦ୍ୱିତୀୟ ବିବାହ କରିବା ପାଇଁ ବରଯାତ୍ରୀ ନେଇଯାଇ ଥିଲେ । ସେତେବେଳେ ତାଙ୍କର ସମସ୍ତ ସତ୍ୟ ସାମ୍ନାକୁ ଆସି ଯାଇଥିଲା ଏବଂ ଶେଷରେ ବରର ପ୍ରଥମ ପତ୍ନୀ ଠିକ୍ ସମୟରେ ସେଠାରେ ପହଞ୍ଚି, ବିବାହ ରୋକି ଦେଲେ ଏବଂ ମଣ୍ଡପ ଉପରେ ହିଁ ଜୋରରେ ଗଣ୍ଡଗୋଳ କରିଥିଲେ ।

ନିଜ ପରିବାର ଲୋକଙ୍କ ସହିତ ବିବାହ ସ୍ଥଳରେ ରିଙ୍କି କୁମାରୀ ପହଞ୍ଚି କହିଥିଲେ କି ବର ଅଶୋକ କୁମାର ପାସବନଙ୍କ ସହିତ ତାଙ୍କର ବିବାହ ପାଖାପାଖି ଅଢେଇ ବର୍ଷ ପୂର୍ବରୁ ହୋଇଥିଲା । ଏହି ଦୁଇ ଜଣଙ୍କର ବିବାହ ଆର୍.ଡି.ଏସ୍ କଲେଜ ପାଖରେ ଅବସ୍ଥିତ ମୁକ୍ତିନାଥ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା । ସେଠାରେ ରିଙ୍କି ନିଜର ତିନି ମାସର ଗର୍ଭଧାରଣ ବିଷୟରେ କହିଥିଲେ ।

ବିବାହ କରିବାର ମିଳିଥିଲା ସୂଚନା :

ରୀଙ୍କି କହିଥିଲେ କି ଅଶୋକ ତାଙ୍କୁ ତାଙ୍କର ବାପଘରେ ଛାଡି ଚାକିରୀ କରିବାର ଛଳନା କରି ବାହାରକୁ ଚାଲିଯାଇଥିଲେ । ପତି-ପତ୍ନୀ ଦୁହେଁ କେବଳ ଫୋନରେ ହିଁ କଥାବାର୍ତ୍ତା ହେଉଥିଲେ । ଦୁଇ ଦିନରୁ ଅଶୋକ ରିଙ୍କିକୁ ଫୋନ କରି ନ ଥିଲେ । ତେଣୁ ତାଙ୍କୁ ଚିନ୍ତା ହେବାରୁ ରିଙ୍କି ନିଜ ମାମାଙ୍କୁ ଅଶୋକ ବିଷୟରେ କହିଥିଲେ ।ସେତେବେଳେ ରିଙ୍କିର ମାମାଙ୍କୁ ସୂଚନା ମିଳିଲା ଯେ, ଅଶୋକଙ୍କ ବିବାହ ହେବାକୁ ଯାଉଛି । ଏହି କଥା ଶୁଣିଲା ପରେ ରିଙ୍କି ବହୁତ ବ୍ୟସ୍ତ ହୋଇପଡି ଥିଲେ । ସେତେବେଳେ ସେ ପଚରା ଉଚରା କରିବା ପରେ ମୁଜଫୁରନଗରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ରଙ୍କି ଜାଣିବାକୁ ପାଇଲେ, ଅଶୋକ ମୁସହରି ନାମର ଝିଅ ସହ ବିବାହ ହେବାକୁ ଯାଉଛି ।

ମଣ୍ଡପ ଉପରେ ମାରିଲେ ମାଡ଼ :

ଯେତେବେଳେ ରିଙ୍କି ମାଲିଘାଟ ସ୍ଥିତ ସେହି ଜାଗା ଯେଉଁଠାରେ ବିବାହ ଚାଲିଥିଲା, ଠିକ ସମୟରେ ରିଙ୍କି ସେଠାରେ ପହଞ୍ଚି ଖୁବ୍ ହଙ୍ଗାମା କରିବା ଆରମ୍ଭ କରିିଦେଲେ । ରୀଙ୍କି ସମସ୍ତଙ୍କ ସାମ୍ନାରେ ବର ସାଜିଥିବା ଅଶୋକଙ୍କୁ ମାରିବା ଆରମ୍ଭ କରିଦେଲେ । ଯେତେବେଳେ ଝିଅଘର ଲୋକଙ୍କୁ ସବୁ କଥା ଜଣାପଡ଼ିଗଲା; ସେତେବେଳେ ସେମାନେ ବରକୁ ବନ୍ଦୀ ନେଲେ ଏବଂ ପରିସ୍ଥିତି ବିଗିଡି ଯିବାର ଦେଖିକରି ସେଠାରୁ ସମସ୍ତ ବରଯାତ୍ରୀ ଲୋକ ପଳାଇ ଗଲେ । ସେଠାରେ ଝିଅ ପକ୍ଷର ଲୋକ ସେହି ବରକୁ ଯିବାକୁ ଦେଲେ ନାହିଁ ବରଂ ବିବାହ ନାଁରେ ଯେଉଁ ଯୌତୁକ ନେଇଥିଲା, ସେ ସବୁ ଫେରସ୍ତ କରିବାକୁ କହିଥିଲେ । ପାଖାପାଖି ସାରା ରାତି ବିବାହ ଭବନରେ ଏହି ଡ୍ରାମା ଲାଗି ରହିଥିଲା ।