ଚଉଠି ରାତିରେ ବରକୁ ଦେଖି ଚକିତ ହୋଇପଡିଥିଲା କନ୍ୟା, କକ୍ଷରୁ ବାହାରି ସିଧା ପହଞ୍ଚି ଯାଇଥିଲା ପୋଲିସ ଷ୍ଟେସନ ।

Spread the love

ବିବାହ ପୂର୍ବରୁ ଜଣେ ପୁଅ ସହ ସାକ୍ଷାତ କରାଇଥିଲେ କିନ୍ତୁ ବିବାହ ପରେ ବର ପରିବର୍ତ୍ତନ କରିଦିଆ ଯାଇଥିଲା ।

ଉତ୍ତରପ୍ରଦେଶର ଦାଦରି ଗାଆଁର ଜଣେ ଯୁବତୀ ସହ ଧୋକାରେ ବିବାହ କରିବାର ଏକ ଘଟଣା ସମ୍ମୁଖକୁ ଆସିଛି । କୁହାଯାଉଛି; ନିକଟରେ ଜଣେ ଯୁବତୀର ବିବାହ ଜଣେ ବୃଦ୍ଧ ସହ କରାଇ ଦିଆଯାଇଛି । ଯୁବତୀ ଜଣଙ୍କ ଆରୋପ ଲଗାଇଛି, ବିବାହ ପୂର୍ବରୁ ତାଙ୍କୁ କୌଣସି ଜଣେ ଯୁବକ ସହ ଭେଟ କରାଯାଇଥିଲା କିନ୍ତୁ ଯେଉଁ ବ୍ୟକ୍ତି ସହ ଯୁବତୀର ବିବାହ ହୋଇଛି, ତାର ବୟସ ବହୁତ ଅଧିକ ଅଟେ । ଯୁବତୀ ଜଣଙ୍କ ଦିଲ୍ଲୀର ବସିନ୍ଧା ଅଟେ ଏବଂ ବୃଦ୍ଧ ଜଣଙ୍କ ଦାଦରି ଗାଆଁର ଅଟନ୍ତି ।

ଯେତେବେଳେ ଯୁବତୀ ଜଣଙ୍କର ବିବାହ ଧୋକ୍କାରେ ବୃଦ୍ଧଙ୍କ ସହ କରାଇ ଦିଆଯାଇଥିଲା ଏବଂ ଯୁବତୀ ଜଣକ ଯେତେବେଳେ ଏହି ବିଷୟରେ ଜାଣି ପାରିଥିଲା, ଯୁବତୀ ଜଣଙ୍କ ବିନା କୌଣସି ବିଳମ୍ବ କରି ପୋଲିସରେ ଏହି ବିଷୟ ଜଣାଇଥିଲେ । ପୋଲିସ ସୂଚନା ଅନୁସାରେ, ଯୁବତୀର ଵିଵାହ ତା’ଠାରୁ ଦୁଇଗୁଣ ଅଧିକ ବୟସର ବୃଦ୍ଧ ସହ କରି ଦିଆଯାଇଛି । ପୋଲିସ ଏହି ବିଷୟରେ ବରକୁ ପଚାରପଚାରି କରିଛି ଏବଂ ଏହି ସମୟରେ ବର ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛି । ବର କହିବା ଅନୁସାରେ ସେ ଟଙ୍କା ଦେଇ ଏହି ବିବାହ କରିଛି ଏବଂ ଝିଅ ସହ କୌଣସି ପ୍ରକାରର ଧୋକ୍କା କରି ନାହିଁ ।

ପୁରା ଘଟଣା କଣ ଅଟେ ?

ପୋଲିସ ସୂଚନା ଅନୁସାରେ ନିକଟରେ ଦିଲ୍ଲୀ ବାସିନ୍ଦା ଜଣେ ଯୁବତୀର ବିବାହ ନୋଏଡାର ୟୁପିର ଗୌତମବୁଦ୍ଧ ନଗର ଜିଲ୍ଲାର ଦାଦରି ପୋଲିସ ଥାନା କ୍ଷେତ୍ରର ବାସିନ୍ଦା ଜଣେ ବ୍ୟକ୍ତି ସହ କରାଇ ଦିଆଯାଇଛି । ବିବାହ ହେବା ପରେ ଯେତେବେଳେ କନ୍ୟା ନିଜ ଶଶୂର ଘରେ ପହଞ୍ଚିଥିଲା, ସେହି ସମୟରେ ହିଁ କନ୍ୟାକୁ ନିଜ ପତିର ପ୍ରକୃତ ଆୟୁ ଜଣା ପଡିଥିଲା । ପୋଲିସ କହିବା ଅନୁସାରେ କନ୍ୟାର ବିବାହ ସମସ୍ତ ପରମ୍ପରା ଅନୁସାରେ ଶେଷ ହେବା ପରେ ଯେତେବେଳେ କନ୍ୟା ନିଜ ଶୟନ କକ୍ଷକୁ ଯାଇଥିଲା ସେଠାରେ କନ୍ୟା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବସି ଥିବାର ଦେଖିଥିଲେ ଏବଂ ସେହି ବୃଦ୍ଧ ହିଁ ଯୁବତୀର ପତି ଥିଲା । ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଯୁବତୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତୁରନ୍ତ ପୋଲିସ ଷ୍ଟେସନ ଯାଇ ମାମଲା ବିଷୟରେ ଜଣାଇଥିଲେ । ଏହି ଘଟଣା ଶୁକ୍ରବାର ଦିନର ଅଟେ ଏବଂ ଆରୋପୀ ବୃଦ୍ଧ ଦାଦରିର ବାସିନ୍ଦା ଅଟେ ।

ବରକୁ ପୋଲିସ ପଚରାଉଚୁରା କରିଛି :

ମାମଲା ରଜ୍ଜୁ ହେବା ପରେ ପୋଲିସ ବରକୁ ପୋଲିସ ଥାନାକୁ ଡକାଇଥିଲେ ଏବଂ ଏହି ବିଷୟରେ ପଚାରି ଥିଲେ । ବର ପୋଲିସକୁ କହିଛି; ସେ ଟଙ୍କା ଦେଇ ଯୁବତୀ ସହ ବିବାହ କରିଛି । ବର ଅନୁସାରେ ସେ ୧ ଲକ୍ଷ ୫୦ ହଜାର ଟଙ୍କା ଯୁବତୀର ସମ୍ପର୍କୀୟଙ୍କୁ ଦେଇଛି, ଯାହାଫଳରେ ଯୁବତୀର ସମ୍ପର୍କୀୟ ଏହି ବିବାହରେ ରାଜି ହୋଇଥିଲା । ଅନ୍ୟ ପକ୍ଷରେ ଯୁବତୀ ଜଣଙ୍କ କହିଛି, ଏହି ବିଷୟରେ କିମ୍ବା ଟଙ୍କା ବିଷୟରେ ସେ କିଛି ଜାଣି ନାହାନ୍ତି ।

ବର ପରିବର୍ତ୍ତନ କରି ଦିଆଯାଇଥିଲା :

ଯୁବତୀ କହିବା ଅନୁସାରେ ବିବାହ ପୂର୍ବରୁ ତାକୁ ଅନ୍ୟ ଗୋଟିଏ ପୁଅ ଦେଖା ଯାଇଥିଲା ଏବଂ ସେହି ଯୁବକଟି ଯୁବତୀର ସମ ବୟସ୍କ ଥିଲା । କିନ୍ତୁ ବିବାହ ପରେ ଯେତେବେଳେ ମୁଁ ଶୟନ କକ୍ଷକୁ ଯାଇ ଦେଖିଥିଲି, ସେହି ସମୟରେ ସେହି ଯୁବକ ପ୍ରତିବଦଳରେ ଏହି ବୃଦ୍ଧ ଜଣଙ୍କ ଶୟନ କକ୍ଷରେ ଥିଲେ । ପୋଲିସ ଏହି ମାମଲା ବିଷୟରେ ଯୁବତୀର ଘର ଲୋକଙ୍କୁ ପଚରା ପଚରି କରିଛି । ପୋଲିସ ଅନୁସାରେ ବର ଏବଂ କନ୍ୟା ପକ୍ଷ ଆପୋଷ ବୁଝାମଣାରେ ମାମଲାର ସମାଧାନ କରି ଦେଇଛନ୍ତି । ଅନ୍ୟ ପକ୍ଷରେ ଯୁବତୀ ଜଣଙ୍କ ନିଜ ପିତା ମାତାଙ୍କ ସହ ଦିଲ୍ଲୀ ଚାଲି ଯାଇଛି ।