ଏକ ସମୟରେ ଦୁଇ କନ୍ୟା ଘରକୁ ବୋଧୂ ସାଜି ଆସିଥିଲେ, କନ୍ୟା ଲୁଟି ନେଇଥିଲେ ପୁରା ଘର, ବର କହିଛନ୍ତି- ମିଷ୍ଟା କଥାବାର୍ତ୍ତାରେ ଆମେ ଭୁଲି ଯାଇଥିଲୁ ।

Spread the love

ବିବାହରେ ଯେତେବେଳେ ପୁଅ ଏବଂ ଝିଅ ପକ୍ଷ ମଧ୍ୟରେ ଟଙ୍କାର ଦିଆନିଆ ହୁଏ, ତେବେ ସେହି ବିବାହ କୌଣସି ପରମ୍ପରା ନୁହେଁ ବରଂ ଏକ ବୁଝାମଣା ହିଁ ହୋଇଥାଏ । ସବୁ କ୍ଷେତ୍ରରେ ପୁଅ ପକ୍ଷରୁ ଭୁଲ୍ ହୋଇନଥାଏ ତଥାପି ସେମାନେ ଦଣ୍ଡ ଭୋଗିଥାନ୍ତି । ଏହିପରି ଏକ ଘଟଣା ଘଟିଛି ରାଜସ୍ଥାନର ଏକ ପରିବାର ଲୋକଙ୍କ ସହ ।ଆପଣମାନେ ଚଳଚିତ୍ର “ଡଲି କି ଡୋଲି” ଦେଖିଥିବେ ନିଶ୍ଚୟ ,ଯେଉଁଥିରେ ଜଣେ କନ୍ୟା (ସୋନାମ କପୁର୍) ବିବାହ କରୁଥିଲେ ଏବଂ ନିଜ ପିତାଙ୍କ ସହ ମିଶି ବରର ଘରକୁ ଲୁଟି ନେଉଥିଲେ । କିନ୍ତୁ ଏପରି କିଛି ଘଟିଛି ଅସଲ ଜୀବନରେ । ଏପରି ଏକ ଘଟଣା ରାଜସ୍ଥାନରେ ଘଟିଛି ଯେତେବେଳେ ଦୁଇ ଜଣ କନ୍ୟା ନିଜ ପତିଙ୍କ ଘରକୁ ଯାଇ ପୁରା ଘର ଲୁଟି ନେଇ ଘର ଛାଡି ଫେରାର ହୋଇଯାଇଛନ୍ତି ।

ଏକ ସମୟରେ ଦୁଇ କନ୍ୟା ଘରକୁ ଆସିଥିଲେ, ଲୁଟି ଚାଲିଗଲେ ପୁରା ଘର ।

ରାଜସ୍ଥାନର ଜୟପୁରରେ ସ୍ଥିତ ଏକ ଗ୍ରାମରେ ରହୁଥିବା ଗଜାନନ୍ଦ, ଅଲବରରେ ରହୁଥିବା ଚୌଥମଲ ତାଙ୍କର ଦୁଇ ଭାଇଙ୍କ ବିବାହର କଥା ନିଜ ପରିଚୟର ଦୁଇ ଝିଅଙ୍କ ସହ କରିବା ପାଇଁ ସ୍ଥିର କରିଥିଲା । ଚୌଥମଲ ନିଜର ଦୁଇ ଭାଇଙ୍କ ସହ ସୁରେଶ ସୈନି (ଝିଅର ଭାଇ)ଙ୍କ ଘରକୁ ଯାଇଥିଲା ଏବଂ ଦୁଇ ଝିଅଙ୍କ ସହ ନିଜ ଦୁଇ ଭାଇ ରାମନାରାୟଣ ଏବଂ ରାଜେଶ ସହ ମିଶାଇଥିଲେ । ଚୌଥମଲ ଏହି ବିବାହ ପାଇଁ ସୁରେଶକୁ ଏଗାର ଲକ୍ଷ ଟଙ୍କା ବରାଦ କରିଥିଲେ ଏବଂ ୧୯ ଫେବୃଆରୀ ଏକ ବିବାହ ମଣ୍ଡପରେ ଦୁଇ ଝିଅଙ୍କ ସହ ନିଜ ଭାଇମାନଙ୍କ ବିବାହ କରାଇ ଦେଇଥିଲେ । ବରାଦ ମୁତାବକ ସୁରେଶ ୧୧ ଲକ୍ଷ ଚୌଥମଲକୁ ଦେଇଥିଲେ ଏବଂ ବିବାହରେ ୯ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ ।

ବର କହିଛନ୍ତି, ଝିଅଙ୍କ ମିଠା କଥାବାର୍ତ୍ତାରେ ଆମେ ଭୁଲି ଯାଇଥିଲୁ :

ବିବାହର ଗୋଟିଏ ଦୁଇ ଦିନ ଭଲରେ କଟିଥିଲା କିନ୍ତୁ ବିବାହର ୪ ଦିନ ପରେ ନିଜ ପତିଙ୍କ କ୍ଷୀରରେ ନିଶା ଔଷଧ ମିଶାଇ ପିଆଇ ଦେଇଥିଲେ । ଯେତେବେଳେ ଦୁଇ ବର ବେହୋସ ହୋଇ ଯାଇଥିଲେ ସେହି ସମୟରେ ନିଜ ଭାଇ ଦେଇଥିବା ୧୧ ଲକ୍ଷ ଟଙ୍କା ବିବାହରେ ଖର୍ଚ୍ଚ ହୋଇଥିବା ୯ ଲକ୍ଷ ଟଙ୍କା ଓ ଆଉ କିଛି ଟଙ୍କା ଏବଂ ସବୁ ଗହଣାଗାଣ୍ଠି ନେଇ ଫେରାର ହୋଇ ଯାଇଥିଲେ । ଏହି ବିଷୟରେ ଦୁଇ ବର କହିଛନ୍ତି ଆମେ ସେମାନଙ୍କ କଥାବାର୍ତ୍ତାରେ ଫସି ଯାଇଥିଲୁ ।

ଚୌଥମଲ, ଗଜେନ୍ଦ୍ର, ସୁରେଶ ଏବଂ ସେହି ଦୁଇ ମହିଳାଙ୍କ ବିରୁଦ୍ଧରେ ହରମାଡା ଥାନାରେ ରେପୋର୍ଟ କରିଛି । ପୋଲିସ, ଏହି ମାମଲାର କେଶ ରଜ୍ଜୁ କରି ଆରୋପୀ ମାନଙ୍କୁ ଖୋଜିବାରେ ଲାଗି ପଡିଛି । ବର ରାମନାରାୟଣ ଏବଂ ରାଜେଶ କହିଛନ୍ତି; ପ୍ରଥମ ଦୁହେଁ ପ୍ରେମରେ କଥା ହୋଇଥିଲେ, ଦ୍ଵିତୀୟ ଦିନ ସବୁକିଛି ଠିକ ଥିଲା । ଏହି କାରଣରୁ ଦୁହିଁଙ୍କ ଉପରେ ବିଶ୍ୱାସ କରି ଘରର ସମସ୍ତ ଚାବି ଦେଇଥିଲୁ । ଚତୁର୍ଥ ଦିନ ସେହି ଦୁଇ ଆରୋପୀ ମହିଳା ଆମ ଦୁହିଁଙ୍କୁ କ୍ଷୀରରେ ନିଶା ଔଷଧ ଦେଇଥିଲେ । ସେହି କ୍ଷୀର ପିଇ ଆମେ ଦୁଇ ଭାଇ ବେହୋସ ହୋଇ ଯାଇଥିଲୁ । ସକାଳେ ଆମ ହୋସ ଆସିବା ପରେ ଆମେ ଦେଖିଥିଲୁ ଘରର ସମସ୍ତ ଜିନିଷ ଏପଟସେପଟ ହୋଇ ପଡିଥିବା ଦେଖିଥିଲୁ ଏବଂ ଦୁଇ ମହିଳା ମଧ୍ୟ ଘରେ ଉପସ୍ଥିତ ନଥିଲେ ।

ପୂର୍ବରୁ ଏପରି ଅନେକ ଘଟଣା ଘଟି ଯାଇଛି :

ଲୁଟେରା କନ୍ୟାଙ୍କ ଏହି ଘଟଣା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଅନେକ ଘର ଏପରି ଲୁଟି ସାରିଛନ୍ତି ଏହି ଦୁଇ ମହିଳା । ଦଲାଲ କିମ୍ବା ଠକ୍ ମ୍ୟାରେଜ ବ୍ୟୁର ମାଧ୍ୟମରେ ଯେଉଁ ଲୋକେ ବିବାହ କରନ୍ତି; ସେମାନଙ୍କ ସହ ଏପରି ହୋଇଥାଏ । ପ୍ରଦେଶରେ ଗତ ତିନି ବର୍ଷ ମଧ୍ୟରେ ପାଖାପାଖି ୧୦୦ ମାମଲା ଏପରି ଘଟିଛି । ଯେଉଁଥିରେ ୨ କୋଟି ଟଙ୍କା ଏବଂ ଗହଣା ଲୁଟା ଯାଇଛି ।