ଷ୍ଟେଜ ଉପରେ ବର କିଛି ଏପରି କରିବା କାରଣରୁ କନ୍ୟା ଚିତ୍କାର କରି ଉଠିଲେ ଓ କହିଥିଲେ, “ମୁଁ ବିବାହ କରିବି ନାହିଁ” ।

Spread the love

ନିଶାସକ୍ତ ଅବସ୍ଥାରେ ବର ସମସ୍ତଙ୍କୁ ଗାଳିଗୁଳଜ କରିଥିଲା । କନ୍ୟାଙ୍କୁ ରାଗ ଆସିଥିଲା ଏବଂ ବିବାହ ଭାଙ୍ଗି ଦେଇଥିଲେ ।

ବିହାରରେ ଏକ ବିବାହ ସମୟରେ କନ୍ୟା ଯେତେବେଳେ ନିଜ ବରକୁ ଦେଖିଥିଲେ, କନ୍ୟା ଖୁବ୍ ଜୋରରେ ଚିତ୍କାର କରିଥିଲେ ଏବଂ କହିଥିଲେ ବିବାହ କରିବି ନାହିଁ । ଏହି ଘଟଣା ବିହାର ରାଜ୍ୟର ମଧୁବନି ଜିଲ୍ଲାର ରାଜନଗର ଥାନାର ଅଟେ । କୁହାଯାଉଛି, କିଛି ଦିନ ପୂର୍ବରୁ ଶତ୍ରୁଘନ, ରାମଙ୍କ ଘରକୁ ବରଯାତ୍ରୀ ନେଇ ଆସିଥିଲେ ଏବଂ ରାମ ଧୁମଧାମରେ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ଯେତେବେଳେ ରାମଙ୍କ ଝିଅ ନିଜ ବର (ଶତ୍ରୁଘନ)କୁ ଷ୍ଟେଜ ଉପରେ ଦେଖିଥିଲେ, ସେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଯାହାପରେ ବରାଯାତ୍ରୀକୁ ବିନା କନ୍ୟାର ଫେରିବା ପାଇଁ ପଡିଥିଲା ।

ପୁରା ଘଟଣା କଣ ଜଣାନ୍ତୁ :

ଉତ୍ତର ରଘୁବିରଚକ ଗାଁର ବସିନ୍ଧା ଶତ୍ରୁଘନ, ରାମଙ୍କ ଝିଅ ରାଧାଙ୍କ ବିବାହ ହେବାର ଥିଲା । ରାମ ଓ ପରିବାର ବର୍ଗ ମିଶି ଭଲ ରୁପରେ ବରଯାତ୍ରୀ ଓ ଶତ୍ରୁଘନଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ବର ନିଶାଶକ୍ତ ଥିଲା । ବରକୁ ଧରି ଜୟମାଳା ପକାଇବା ପାଇଁ ଷ୍ଟେଜ ପର୍ଯ୍ୟନ୍ତ ନିଆଯାଇ ଥିଲା । ନିଶାସକ୍ତ ଅବସ୍ଥାରେ ବର ଷ୍ଟେଜ ଉପରେ ଉପସ୍ଥିତ ଲୋକଙ୍କୁ ଗାଳିଗୁଲଜ କରିବାରେ ଲାଗି ପଡିଥିଲା । ଯେତେବେଳେ ରାଧା ଷ୍ଟେଜ ଉପରକୁ ଆସିଥିଲା, ସେହି ସମୟରେ ସେ ନିଜ ବରକୁ ନିଶାସକ୍ତ ଅବସ୍ଥାରେ ଦେଖିଥିଲେ ।କିଛି ସମୟ ପର୍ଯ୍ୟନ୍ତ ରାଧା କିଛି କହି ନ ଥିଲେ ଏବଂ ଚୁପଚାପ ନିଜ ବରକୁ ଦେଖିବାରେ ଲାଗିଲେ । କିନ୍ତୁ ବର ନିଜ କାର୍ଯ୍ୟରେ ଲାଗିଥିଲା ଏବଂ ରାଧାଙ୍କ ସାଙ୍ଗମାନଙ୍କୁ ଗାଳିଗୁଳଜ କରିବାରେ ଲାଗିଥିଲା । ବରର ଏହି ବ୍ୟବହାର ଦେଖି ରାଧା ରାଗି ଯାଇଥିଲେ ଏବଂ ଚିତ୍କାର କରି କହିଥିଲେ, “ମୁଁ ଏହି ବିବାହ କରିବା ପାଇଁ ଚାହୁଁ ନାହିଁ” । ଏହା କହି ରାଧା ଷ୍ଟେଜରୁ ଚାଲି ଯାଇଥିଲେ ନିଜ ରୁମକୁ ।

ରାଧାଙ୍କ ପରିବାର ଲୋକେ ରାଧାଙ୍କ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରାଧା ନିଜ ଜିଦରେ ଅଟଳ ଥିଲେ । ମଦୁଆ ବର ସହ ବିବାହ କରିବା ପାଇଁ ମନା କରି ଦେଇଥିଲା । ପରେ ରାଧାଙ୍କ ପରିବାର ରାଧାଙ୍କ କଥାରେ ସହମତି ଜଣାଇ ବିବାହ ଭାଙ୍ଗି ଦେଇଥିଲେ । ବରର ପିତାମାତା ରାଧାଙ୍କ ପରିବାର ଲୋକଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରାଧାଙ୍କ ପରିବାର ଲୋକେ ଵିଵାହ ଭାଙ୍ଗିବା ଜିଦରେ ଅଟଳ ଥିଲେ ।

ସମ୍ମାନର ସହ ବରାଯାତ୍ରୀଙ୍କୁ ବିଦାୟ ଦେଇଥିଲେ :

ବିବାହ ଭାଙ୍ଗିବା ପରେ ରାଧାଙ୍କ ପିତା ୧୫୦ ଜଣ ବରାଯାତ୍ରୀଙ୍କୁ ସମ୍ମାନର ସହ ଖାଦ୍ୟ ଖାଇବା ପାଇଁ ଦେଇଥିଲେ ଏବଂ ଆଦରର ସହ ବିଦାୟ ଦେଇଥିଲେ । କିନ୍ତୁ ବର ଏବଂ ବରର ବନ୍ଧୁମାନଙ୍କୁ ଅଟକାଇ ରଖିଥିଲେ ଏବଂ ବିବାହରେ ହୋଇଥିବା ଖର୍ଚ୍ଚ ସେମାନଙ୍କ ଠାରୁ ମାଗିଥିଲେ । ବରର ପରିବାର ଲୋକେ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ । ପରେ ମାମଲା ପଞ୍ଚାୟତରେ ପହଞ୍ଚିଥିଲା । ସୋମବାର ଦିନ ଦୁଇ ପକ୍ଷର କଥା ଶୁଣିବା ପରେ ମହିନାଥପୁର ପଞ୍ଚାୟତର ମୁଖିଆ ଅଶୋକ ଯାଦବ ରାଧାଙ୍କ କଥାରେ ସହମତି ଜଣାଇଥିଲେ ଏବଂ କନ୍ୟା ପକ୍ଷର ଯୁକ୍ତି ଦେଇଥିଲେ ।

ବିହାରରେ ମଦ ବିକ୍ରି ଏବଂ ପିଇବା ଉପରେ କଟକଣା ଲାଗିଛି କିନ୍ତୁ ଏହି ରାଜ୍ୟରେ ଲୋକଙ୍କୁ ସହଜରେ ମଦ ମିଳି ଯାଇପାରୁଛି ଏବଂ ପ୍ରାୟତଃ ଏଭଳି କାର୍ଯ୍ୟକ୍ରମ ଗୁଡିକରେ ଲୋକେ ମଦ ପିଇ ହଙ୍ଗାମା କରିଥାନ୍ତି ।