ବିଦାୟ ସମୟରେ କନ୍ୟାର ପ୍ରେମୀକ, ରାସ୍ତା ମଝିରେ ହିଁ ଅଟକାଇ ଦେଲା କନ୍ୟା-ବରର କାର୍ ! ତା’ପରେ ଯାହା ହେଲା…

Spread the love

ରାଜସ୍ଥାନ: ନିଜ ପ୍ରେମିକାର ବିବାହ ଅନ୍ୟ ବ୍ୟକ୍ତିସହ ହେବାରୁ କ୍ରୋଧରେ ଆସି ପ୍ରେମିକ, ନବବିବାହିତ ପ୍ରେମିକାକୁ ଅପହରଣ କରିନେଇଛି । ପ୍ରେମିକ ଜଣକ, ପ୍ରେମିକାର ବିବାହ ହେବା ଠିକ ପରବର୍ତ୍ତୀ ମୁହୂର୍ତ୍ତରେ ଅପହରଣ କରି ଜୟପୁରକୁ ନେଇଗଲା । କୁହାଯାଉଛି କି, ପ୍ରେମିକ ପୁରା ପ୍ଲାନିଙ୍ଗରେ ଆସି ଏହି ଅପହରଣ କରିଥିଲା । ପ୍ରେମୀକୁ ଅପହରଣ କରିବା ସମୟରେ ତାଙ୍କ ମିତ୍ରମାନେ ମଧ୍ୟ ସାହାଯ୍ୟ କରିଥିଲେ । କେବଳ ଏତିକି ହିଁ ନୁହେଁ, ପ୍ରେମିକ ନିଜ ପ୍ରେମିକାକୁ ନିଜ ସ୍ୱାମୀଙ୍କ ଉପସ୍ଥିତିରେ ହିଁ ଅପହରଣ କରି ନିଜ ସହିତ ନେଇଗଲେ ।

ଏହି ଘଟଣା ମଙ୍ଗଳବାର ଦିନ ସକାଳେ ରାଜସ୍ଥାନର ଉଦୟପୁରରେ ଘଟିଥିଲା । ପୋଲିସଙ୍କ ଅନୁସାରେ ଉଦୟପୁରରେ କିଛିଦିନ ପୂର୍ବେ ହିଁ ବିନିତା ସୁଧାର ନାମକ ଏକ ଝିଅର ବିବାହ ହୋଇଥିଲା ଓ ବିବାହ ହେବାପରେ ସେହି ଝିଅକୁ ଅପହରଣ କରାଗଲା । ପୋଲିସ ଯେତେବେଳେ ଏହି ମାମଲାର ଯାଞ୍ଚ କରିଲେ ତ ଜଣାପଡ଼ିଲା, ବିନିତା ସୁଧାରର ଅପହରଣ ତାର ପ୍ରେମିକ ଦ୍ୱାରା ହୋଇଥିଲା ଓ ସେ ବିନିତାକୁ ଜବରଦସ୍ତି ଅପହରଣ କରି ନେଇଯାଇଥିଲା ।

ବିଦାୟ ସମୟରେ ଅପହରଣ କରିଲା –

ସୋମବାର ଦିନ ବିନିତାର ବିବାହ କ୍ଷୀତିଜ୍ ନାମକ ଗୋଟିଏ ପୁଅ ସହିତ ହୋଇଥିଲା । ବିବାହ ହେବାପରେ ମଙ୍ଗଳବାର ସକାଳେ ବିନିତାକୁ ନିଜ ଘରରୁ ବିଦାୟ କରିଥିଲେ । ବିଦାୟ କରିବା ପରେ ବିନିତା ନିଜ ସ୍ୱାମୀ କ୍ଷୀତିଜ୍ ସହ ନିଜ ଶଶୁର ଘରକୁ ଯାଉଥିଲେ । ଏହି ମଧ୍ୟରେ ବିନିତାର ପ୍ରେମିକ, ପ୍ରିୟାଙ୍କ ଜିଙ୍ଗର ରାସ୍ତା ମଧ୍ୟରେ ଆସି କାର୍ କୁ ଅଟକାଇ ବିନିତାକୁ ଅପହରଣ କରି ନିଜ ସହ ଜୟପୁରକୁ ନେଇଗଲା । ଏହି ଘଟଣାରେ ଆରୋପି ପ୍ରିୟାଙ୍କ ଜିଙ୍ଗରଙ୍କୁ ତାଙ୍କର ମିତ୍ରମାନଙ୍କ ସହଯୋଗ କରିଥିଲେ ।

ସ୍ୱାମୀ ନିଜ ସ୍ତ୍ରୀର ଅପହରଣ ହେବାର ପୋଲିସଙ୍କ ପାଖରେ FIR ଲେଖାଇଥିଲେ –

ପୋଲିସଙ୍କ ଅନୁସାରେ ବିନୀତାର ଅପହରଣ ହେବାପରେ ବିନୀତାର ସ୍ୱାମୀ ପୋଲିସଙ୍କ ପାଖରେ FIR ଲେଖାଇଥିଲେ । FIR ଲେଖାଇବା ପରଦିନ ଅର୍ଥାତ ବୁଧୁବାର ଦିନ ହିଁ ଆରୋପୀ ପ୍ରିୟାଙ୍କ ଜଙ୍ଗିରକୁ ପୋଲିସ ଧରି ନେଇଥିଲା । ପୋଲସି ଆରୋପୀ ପ୍ରିୟାଙ୍କ ଜଙ୍ଗିର୍ କୁ ଜୟପୁରରେ ଗିରଫ୍ କରିବା ସହ ତାର ମିତ୍ରମାନଙ୍କୁ ମଧ୍ୟ ଗିରଫ୍ କରିଥିଲେ ।

ଜୟପୁରର ପୋଲିସ କହିବ ଅନୁସାରେ, ବିନୀତା ଓ ମୁଖ୍ୟ ଅରୋପିକୁ ସେମାନେ ବୁଧୁବାର ଦିନ ଜୟପୁର ଠାରେ ଧରି ନେଇଥିଲେ । ପୋଲିସ ଆରୋପୀ ଓ ପିଡିତାଙ୍କ ବୟନକୁ ଲିଖିତ ଆକାରରେ ଲିପିବଦ୍ଧ କରିରଖିଲେ । ପୋଲିସଙ୍କ କହିବା ଅନୁସାରେ ବିନୀତା ନିଜ ସ୍ୱାମୀଙ୍କ ସହ ରହିବାକୁ ଇଛା ପ୍ରକାଶ କରିଥିଲେ । ପୋଲିସ ବିନୀତାକୁ ନିଜ ଘର ଲୋକଙ୍କ ପାଖକୁ ପଠାଇଦେଲେ । ଯେତେବେଳେ କି ମୁଖ୍ୟ ଆରୋପୀ ଓ ତାର ମିତ୍ରମାନଙ୍କୁ ଜେଲ୍ ରେ ବନ୍ଦୀ କରି ରଖିଲେ ।