ନିଜ ବିବାହର ପ୍ରୋଶେସନ୍; ବୁଲେଟରେ ବାହାର କରି ଏହି କନ୍ୟା ଜଣଙ୍କ ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି ।

Spread the love

ବିବାହର ପ୍ରୋଶେସନ୍ ନେଇ କନ୍ୟା ବରଙ୍କ ଘରକୁ ଯାଇଥିଲେ । ସୋଶଲ ମିଡିୟାରେ ଏହି ଖବରଟି ଚର୍ଚା ର ବିଷୟ ପାଲଟିଛି ।

ବିଗତ କିଛି ଦିନ ହେବ ସାରା ଦେଶରେ ବିବାହର ଋତୁ ଚାଲିଛି । ଏହି ବିବାହ ଋତୁ ସମୟରେ ଆମେ ଆପଣଙ୍କୁ କିଛି ନିଆରା ବିଚିତ୍ର ବିବାହ ବିଷୟରେ ଆମ ଲେଖା ମାଧ୍ୟମରେ ଜଣାଇଛୁ । କେହି କେହି ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି ତ କେହି କେହି ଅଯଥା ଖର୍ଚ ବଞ୍ଚାଇବା ପାଇଁ ନିର୍ବନ୍ଧ ଦିନ ହିଁ ବାହାଘର ଶେଷ କରି ଦେଇଥାନ୍ତି । ଏହିପରି ବିବାହ ଗୁଡିକ ବିଷୟରେ ଆମେ ଆପଣଙ୍କୁ ଜଣାଇ ଆସିଛୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ବିବାହ ବିଷୟରେ ଜଣାଇବୁ ଯାହା ବହୁ ବର୍ଷରୁ ଚାଲି ଆସିଥିବା ପ୍ରଥା ଗୁଡିକୁ ପଛରେ ପକାଇ ଦେଇଛି ।

କହିବାକୁ ଚାହୁଁଛୁ ଏହି ଦିନ ଗୁଡିକରେ ସୋସିଆଲ ମିଡିଆରେ ମହାରାଷ୍ଟ୍ର ଅନ୍ତର୍ଗତ ପୁନେର ଦଣ୍ଡ ନାମକ ସ୍ଥାନରେ ଏମିତି ଗୋଟିଏ ବିବାହ ହୋଇଛି; ଯାହା କି ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଦଣ୍ଡ ଜିଲ୍ଲାର ଗୋଟିଏ ଗାଁ ରହିଛି, କେଡ଼ଗାଁ ଯେଉଁଠି ହୋଇଥିଲା ଏକ ବିବାହ ଉତ୍ସବ ଏବଂ ସେହି ବିବାହ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । କହିବାକୁ ଚାହୁଁଛୁ, ଏହି ବିବାହରେ କନ୍ୟା କିଛି ଏପରି କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଆପଣମାନେ ଜାଣିଛନ୍ତି, ବର ପ୍ରୋଶେସନ ନେଇ କନ୍ୟା ଘରେ ପହଂଚିଥାଏ କିନ୍ତୁ କେଡ଼ଗାଁର ଏହି ବିବାହରେ ପ୍ରୋଶେସନ ଆସିଥିଲା କିନ୍ତୁ ବର ପକ୍ଷରୁ ନୁହେଁ କନ୍ୟା ପକ୍ଷରୁ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ନିଜେ କନ୍ୟା ବୁଲେଟରେ ପ୍ରୋଶେସନ୍ ନେଇ ଆସିଥିଲେ ।

କନ୍ୟାଙ୍କର ନାମ କୋମଲ ଅଟେ । କୋମଲ ପୁରାପୁରି ଫିଲ୍ମ ଷ୍ଟାଇଲରେ କନ୍ୟା ପରିଧାନରେ କଳା ଚଷମା ପିନ୍ଧି ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ନିଜେ ବୁଲେଟ ଚଳାଇ ନିଜ ବାହାଘର ବେଦି ପାଖରେ ପହଞ୍ଚିଥିଲେ । କହିବାକୁ ଚାହୁଁଛୁ; କୋମଲ ନିଜେ ବୁଲେଟ ଚଲାଉଥିଲେ ଓ ପଛେ ପଛେ କୋମଲଙ୍କର ପରିବାର କାର୍ ରେ ଆସୁଥିଲେ । ଦୁଇ ଜଣ ଲୋକ କୋମଲଙ୍କ ସାମ୍ନାରେ ବାଇକ ଚଳାଇ ଆସୁଥିଲେ ଓ ସେହି ଦୁଇ ଜଣ ଭିଡିଓ ଶୁଟିଙ୍ଗ କରୁଥିଲେ । ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି ଓ ଏହାର ଲୋକପ୍ରିୟତା ଧିରେଧିରେ ବଢିବାରେ ଲାଗିଛି ।

କୋମଲ ଏହିପରି କରିବାର କିଛି ଉଦ୍ଦେଶ୍ୟ ରହିଛି ଯାହା ସମାଜକୁ ଏହା ଭଲ ବାର୍ତ୍ତା ପ୍ରଦାନ କରିଛି । ଏହିପରି କରିବା ପଛରେ କୋମଲ ଓ କୋମଲଙ୍କର ପରିବାରଙ୍କର ସହମତି ରହିଛି । କୋମଲ ଏହିପରି କରି ସମାଜକୁ ବାର୍ତ୍ତା ଦେବାକୁ ଚହୁଁଛନ୍ତି ଯେ, ଆଜିର ଏହି ଦୁନିଆରେ ପୁଅ ଏବଂ ଝିଅଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ ଓ ଦୁହିଁଙ୍କ ମଧ୍ୟରେ ସମାନତା ରହିବା ନିହାତି ଆବଶ୍ୟକ ଅଟେ । କୋମଲ କହିଛନ୍ତି, କେବଳ ପୁଅମାନଙ୍କୁ ହିଁ ବିବାହର ପ୍ରୋଶେସନ୍ ନେଇ ଯିବାର ଅଧିକାର ମିଳି ନାହିଁ । କହିବାକୁ ଚାହୁଞ୍ଛୁ, କୋମଳଙ୍କ ବିବାହ ୨ ଜାନୁୟାରୀ ଦିନ ହୋଇଥିଲା । ଯେତେବେଳେ କୋମଲ ଏପରି କିଛି କରିବାକୁ ନିଜ ପରିବାର ଓ ବରପକ୍ଷକୁ ଜଣାଇଥିଲେ ସେହି ସମୟରେ ସମସ୍ତେ କୋମଳଙ୍କ କଥାରେ ରାଜି ହୋଇଯାଇଥିଲେ । ଏହିପରି କରି ନା କେବଳ କୋମଲ ନିଜ ଇଛା ପୂର୍ଣ କରିଛନ୍ତି ବରଂ ଏପରି କରି ସମାଜକୁ ଏହା ଭଲ ବାର୍ତ୍ତା ମଧ୍ୟ ଯୋଗାଇଛନ୍ତି ।