ନୂଆ ବୋଧୂକୁ ସହିଦ ଭାଇର ଅନୁପସ୍ଥିତି ଅନୁଭବ ନ ହେବା ପାଇଁ ୧୦୦ଜଣ କମାଣ୍ଡୋ ବିବାହରେ ପହଞ୍ଚିଥିଲେ, ଏପରି ଶୈଳୀରେ ବିଦାୟ କରିଥିଲେ ।

Spread the love

ଗରୁଡ଼ କମାଣ୍ଡୋମାନେ ନିଜର ପାପୁଳି ଗୁଡିକୁ ଭୂମିରେ ରଖି ସହିଦ ବନ୍ଧୁଙ୍କ ଭଉଣୀକୁ ବିଦାୟ କରିଥିଲେ ।

ଯେତେବେଳେ କୌଣସି ଝିଅର ବିବାହ ହୁଏ, ତେବେ ତାହା ପାଇଁ ଏହା ଏକ ଖୁସିର ସମୟ ଅଟେ । ଏହି ବିବାହରେ ଯଦି ସମ୍ପୂର୍ଣ୍ଣ ପରିବାର ଏକାଠି ରୁହନ୍ତି; ତେବେ ଖୁସି ଦ୍ଵିଗୁଣ ହୋଇ ଯାଇଥାଏ । ବିଶେଷ କରି ଏକ ଝିଅର ବିବାହରେ ତାର ଭାଇର ଏକ ବିଶେଷ ଭୂମିକା ରହିଥାଏ । ବିବାହର ପ୍ରସ୍ତୁତିରୁ ଆରମ୍ଭ କରି ଭଉଣୀକୁ ଆବେଗ ପ୍ରବଣର ସାହଯ୍ୟ ଦେବା ପର୍ଯ୍ୟନ୍ତ ଭାଇର ଅନେକ ଗୁଡିଏ କର୍ତ୍ତବ୍ୟ ରହିଥାଏ । ଏବଂ ବାପାକୁ ମଧ୍ୟ ଅନେକ କାର୍ଯ୍ୟରେ ସାହଯ୍ୟ ସହଯୋଗ ମିଳି ଯାଇଥାଏ । ବିହାରର କାରାକାଟର ବାସିନ୍ଦା ତେଜନାରାୟଣ ସିଂଙ୍କ ଭାଗ୍ୟରେ ଏପରି ଲେଖା ନାହିଁ । ପ୍ରକୃତରେ ତେଜନାରାୟଣଙ୍କ କନ୍ୟା ଶଶିକଳାଙ୍କ ବିବାହ ଥିଲା । ନିଜ ଭଉଣୀର ବିବାହ ପାଇଁ ତେଜନାରାୟଣ ସିଂଙ୍କ ପୁତ୍ର ଏବଂ ଶଶିକଳାଙ୍କ ଭାଇ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲା ଅନେକ ସ୍ଵପ୍ନ ସଜେଇ ଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ନିଜ ଭଉଣୀଙ୍କ ବିବାହ ଦେଖିପାରି ନଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ପ୍ରକୃତରେ ଜ୍ୟୋତି ପ୍ରକାଶ ନିରାଲା ବାନ୍ଦିପୁରା ଲଢେଇରେ ସହିଦ ହୋଇ ଯାଇଥିଲେ । ଏମଧ୍ୟରେ ଜ୍ୟୋତି ପ୍ରକାଶ ନିରାଲା ଓ ଆତଂକ ବାଦୀମାନଙ୍କ ମଧ୍ୟରେ ଜୋରଜର ଲଢେଇ ଚାଲିଥିଲା । ଜ୍ୟୋତି, ଏହି ଲଢେଇରେ ଦୁଇଜଣ ଆତଂକବାଦୀଙ୍କୁ (କମାଣ୍ଡର ଲଖବିଙ୍କ ପୁତୁରା ଉବୈଦ ଉର୍ଫ ଓସାମା ଏବଂ ମହମୁଦଙ୍କ ଭାଇ) ମୃତ୍ୟୁର ଘାଟକୁ ପଠାଇ ଦେଇଥିଲେ । ଏତିକି ନୁହଁ, ଏହି ଲଢେଇରେ ଚାଲିଥିବା ସମୟରେ ଜ୍ୟୋତି ଆଘାତ ପାଇଥିବା ନିଜ ସାଥିମାନଙ୍କର ଜୀବନ ମଧ୍ୟ ବଞ୍ଚାଇ ଥିଲେ । ଏହି ସବୁ ମଧ୍ୟରେ ସେ ସହିଦ ହୋଇଯାଇଥିଲେ । ପୁତ୍ରର ମୃତ୍ୟୁ ପରେ ପିତାଙ୍କର ବଡ଼ ଚିନ୍ତା ଥିଲା । ବିଶେଷ କରି ସେ ନିଜ ପୁତ୍ରିର ବିବାହ ପାଇଁ ବହୁତ ଚିନ୍ତିତ ଥିଲେ । ଜ୍ୟୋତିର ଗରୁଡ଼ କମାଣ୍ଡୋ ସାଥୀମାନେ ପିତାଙ୍କୁ ପୁତ୍ରର ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ ।

ଯେତେବେଳେ ବିହାରର ବଦିଲାଡିହରେ ଶଶିକଳାର ବିବାହ ପାଲୀ ମାର୍ଗର ସୁଜିତ କୁମାରଙ୍କ ସହ ହେଉଥିଲା, ଠିକ ସେହି ସମୟରେ ଗରୁଡ଼ କମାଣ୍ଡୋର ଲୋକମାନେ ଆସି ଯାଇଥିଲେ । ଏହି ସମୟରେ ସେମାନେ ଏକ ପୁରୁଣା ପରମ୍ପରା ଅନୁସାରେ ଶଶିକଳାର ପାଦ ତଳେ ନିଜର ପାପୁଲି ରଖି ତାଙ୍କୁ ବିଦାୟ କରିଥିଲେ । ଏହି ବିବାହରେ ବାୟୁ ସେନାର ଗରୁଡ଼ ଗୋଷ୍ଠୀର ୧୦୦ଜଣ କମାଣ୍ଡୋ ଉପସ୍ଥିତ ଥିଲେ । ଏହି ସମ୍ପୂର୍ଣ୍ଣ ଦୃଶ୍ୟ ଉପସ୍ଥିତ ଜନତାଙ୍କୁ ଭାବୁକ କରି ଦେଇଥିଲା । ସହିଦ ଜ୍ୟୋତିଙ୍କ ପିତାଙ୍କ କହିବା ଅନୁଯାୟୀ, ୧୦୦ କମାଣ୍ଡୋ ଆସିଯିବା କାରଣରୁ ତାଙ୍କୁ ପୁତ୍ରର ଅନୁପସ୍ଥିତି ଅନୁଭବ ହୋଇନଥିଲା । ସେହିପରି ନବବଧୁ ସାଜିଥିବା ଶଶୀକଳାକୁ ୧୦୦ଜଣ ଭାଇ ମିଳି ଯାଇଥିଲେ । ଶେଷରେ ପିତା ତେଜନାରାୟଣ ସିଂ ଗରୁଡ଼ କମାଣ୍ଡୋ ମାନଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ ।

ଜ୍ୟୋତି ଅଶୋକ ଚକ୍ରରେ ସମ୍ମାନୀତ ଥିଲେ । ଗଣତନ୍ତ୍ର ଦିବସର ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଅଶୋକ ଚକ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ଇଣ୍ଟରନେଟରେ ଯେତେବେଳେ ଲୋକମାନେ ଏହାର ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେମାନେ କାନ୍ଦି ପକାଇଥିଲେ । ସମସ୍ତେ ବାୟୁ ସେନାର ଏହି କାର୍ଯ୍ୟ ପାଇଁ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । ଜଣେ ୟୁଜର୍ସ ଲେଖିଥିଲେ ଯେ, ଭଉଣୀ ଗୋଟିଏ ଭାଇକୁ ହରାଇଲେ କିନ୍ତୁ ଈଶ୍ଵର ତାଙ୍କୁ ୧୦୦ କମାଣ୍ଡୋ ଭାଇ ଦେଲେ । ସେହିପରି ଦ୍ଵିତୀୟ ୟୁଜର୍ସ ଲେଖିଥିଲେ ଯେ, “ଏହି କାରଣ ପାଇଁ ଆମର ଭାରତୀୟ ସେନାଙ୍କର କଥା ସବୁଠାରୁ ଅଲଗା, ଆପଣ ସମସ୍ତଙ୍କୁ ଆମର ସଲାମ ।”

ଏହି ପୁରା ଘଟଣା ଉପରେ ଆପଣ କଣ କହିବାକୁ ଚାହାଁନ୍ତି ? ନିଜର ନିଷ୍ପତି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଲେଖନ୍ତୁ ।