RBIର ଆଦେଶ : ରବିବାର ମଧ୍ୟ ଖୋଲା ରହିବା ଏହି ବ୍ୟାଙ୍କର ବ୍ରାଞ୍ଚ

Spread the love

ଭାରତୀୟ ରିଜର୍ବ ବ୍ୟାଙ୍କ (RBI) ତରଫରୁ ମଙ୍ଗଳବାର ଦିନ ଘୋଷଣା କରାଗଲା ଯେ, ସରକାରୀ ନେଣଦେଣ କାରବାର କରୁଥିବା ସମସ୍ତ ବ୍ୟାଙ୍କର ଶାଖା ରବିବାର ମଧ୍ୟ ଖୋଲା ରହିବା ଅର୍ଥାତ ୩୧ ମାର୍ଚ୍ଚ ଠାରୁ ଖୋଲା ରହିବା । କେନ୍ଦ୍ରୀୟ ବ୍ୟାଙ୍କ ଏହି ମାମଲାକୁ ନେଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଚଳିତ ଆର୍ଥିକ ବର୍ଷର ଶେଷ ଦିନ ୩୧ ମାର୍ଚ୍ଚ ଏବଂ ଏହି ଦିନ ରବିବାର । ଏହିପରି ସ୍ଥିତିରେ ବ୍ୟାଙ୍କ ସମ୍ବନ୍ଧିତ କାରବାର ନିମତେ ବ୍ୟାଙ୍କର ସମସ୍ତ ଶାଖା ଖୋଲା ରହିବା ପାଇଁ ଆଦେଶ ଦେଇଛନ୍ତି ।

ରିଜର୍ବ ବ୍ୟାଙ୍କ ଜାରି କରିଲା ସର୍କୁଲାର

ରିଜର୍ବ ବ୍ୟାଙ୍କ ଗୋଟିଏ ସର୍କୁଲାରରେ ଘୋଷଣା କରି କହିଛି, ‘ଭରତ ସରକାର କହିଛନ୍ତି କି, ସରକାରୀ ସୁବିଧା ଏବଂ ପେମେଣ୍ଟ ସମ୍ବନ୍ଧିତ ନିମନ୍ତେ ୩୧ ମାର୍ଚ୍ଚ ୨୦୧୯ରେ ସମସ୍ତ Pay and Account କର୍ଜୟାଳୟ ଖୋଲା ରହିବା । ଏହି ପରିପ୍ରେକ୍ଷୀରେ ସମସ୍ତ ଆଜେନ୍ସି ବ୍ୟାଙ୍କକୁ ଉପଦେଶ ଦିଆଯାଇଛି, ସରକାରୀ ବ୍ୟବସ୍ଥା ଉପଲଲବ୍ଧ ଥିବା ସମସ୍ତ ବ୍ୟାଙ୍କ ଶାଖା ୩୧ ମାର୍ଚ୍ଚ ୨୦୧୯ ରବିବାର ଦିନ ଖୋଲା ରହିବ ।

କେନ୍ଦ୍ରୀୟ ବ୍ୟାଙ୍କ କହିଛି, ଏହି ପରିପ୍ରେକ୍ଷୀରେ ସରକାରୀ ନେଣଦେଣ କାରବାର କରୁଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କ ଅଧିନସ୍ଥ ଶାଖା, ସରକାରୀ ନେଣଦେଣ ନିମନ୍ତେ ୩୦ ମାର୍ଚ୍ଚ ୨୦୧୯ ସନ୍ଧ୍ୟା ୮ ଘଣ୍ଟାରୁ ୩୧ ମାର୍ଚ୍ଚ ୨୦୧୯ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ସର୍କୁଲାରରେ କୁହାଯାଇଛି, ଆର୍.ଟି.ଜି.ସ୍ ଏବଂ ଏନ୍.ଆ.ଏଫ୍.ଟି ସମେତ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ ନେଣଦେଣ ମଧ୍ୟ ୩୦ ମାର୍ଚ୍ଚ ଓ ୩୧ ମାର୍ଚ୍ଚ ୨୦୧୯ ରତିଖ ଦିନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରହିବା ।