ଗୁରୁବାର ଦିନ ଅବିବାହିତ ପୁଅମାନେ ଏହି ଉପାୟ କରିବା ଦ୍ୱାରା ମିଳିଥାଏ ଭଲ ପତ୍ନୀ ।

Spread the love

ଯେତେବେଳେ କୌଣସି ପୁଅ ଯୌବନରେ ପାଦ ରଖିଥାଏ ଏବଂ ନିଜେ ଉପାର୍ଜନ କରିବ ପାଇଁ ଲାଗିଥାଏ, ସେହି ସମୟରେ ସେହି ପୁଅ ଜଣକ ଵିଵାହ କରି ନିଜର ବୈବାହିକ ଜୀବନ ଖୁସିରେ ବିତାଇବା ପାଇଁ ଚିନ୍ତା କରିଥାଏ । କିନ୍ତୁ ଏହା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ । କାରଣ କୌଣସି ଝିଅକୁ ବିବାହ କରିବା ଅର୍ଥ ହେଉଛି ଜୀବନ ତମାମ ସେହି ଝିଅ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା । ଏହି ପରିପ୍ରେକ୍ଷିରେ ନିଜ ପାଇଁ ଯୋଗ୍ୟ କନ୍ୟା ବାଛିବା ସମ୍ଭବ ହୋଇ ନ ଥାଏ । ଏହି ସମସ୍ୟାର ସମାଧାନ ନିମନ୍ତେ ଭଗବାନଙ୍କ ଶରଣ ପଶିଥାନ୍ତି । ଜୀବନରେ କୌଣସି ମଧ୍ୟ ସମସ୍ୟା ଆସିଲେ ଭଗବାନ ହିଁ ଆମ୍ଭ ମାନଙ୍କର ସେହି ସମସ୍ୟାର ସମାଧାନ କରିଥାନ୍ତି । ଖାସ୍ କରି ପ୍ରତି ସମସ୍ୟାର ସମାଧାନ ପାଇଁ ଆମ୍ଭ ମାନଙ୍କୁ ଭଗବାନଙ୍କର ହିଁ ସହାୟତା ଲୋଡ଼ିବା ପାଇଁ ପଡିଥାଏ । ଏହି କ୍ଷେତ୍ରରେ ଆମ୍ଭ ମାନଙ୍କର ପରିଶ୍ରମ କୌଣସି କାମରେ ଆସି ନ ଥାଏ ।

ଏକ ସର୍ବଗୁଣ ସମ୍ପର୍ଣ୍ଣ ପତ୍ନୀ ପାଇବା ନିମନ୍ତେ ଗୁରୁବାର ଦିନ ଏକ ବିଶେଷ କାମ କରିବା ପାଇଁ ପଡିବ । ଏହି କାମଟି ଭଗବାନ ଵିଷ୍ଣୁ ସହ ଜଡ଼ିତ ଅଟେ । ଯେତେବେଳେ କୌଣସି ଝିଅକୁ ଯୋଗ୍ୟ ବର ପାଇବା ପାଇଁ ଲାଳସା ଥାଏ, ସେ ଶିବଙ୍କର ପୂଜାପାଠ କରି ଶିବଙ୍କୁ ସନ୍ତୁଷ୍ଟ କରାଇଥାନ୍ତି । କିନ୍ତୁ ଯେତେବବଳେ କୌଣସି ପୁଅକୁ ଯୋଗ୍ୟ କନ୍ୟାଙ୍କ ଲାଳସା ଥାଏ, ସେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ କରିଥାନ୍ତି । ଏଭଳି କରିବା ଦ୍ୱାରା ପୁଅଟିକୁ ମାତା ଲକ୍ଷ୍ମୀଙ୍କ ପରି ସହଧର୍ମୀ ପତ୍ନୀ ମିଳିଥାଏ । ଲକ୍ଷ୍ମୀ ବିଷ୍ଣୁଙ୍କ ପତ୍ନୀ ହେବ କାରଣରୁ ସେମାନଙ୍କୁ ଲକ୍ଷ୍ମୀ ନାରାୟଣ କୁହାଯାଇ ଥାଏ । ଏହି କାରଣରୁ ପୁଅଙ୍କୁ ଯୋଗ୍ୟ ପତ୍ନୀ ପାଇବା ମିମନ୍ତେ ଵିଷ୍ଣୁଙ୍କର ପୂଜା କରିବାକୁ ପଡ଼ିଥାଏ ।

ଵିଵାହ ପାଇଁ ଇଛୁକ ପୁଅମାନେ ଗୁରୁବାର ଦିନ ଏହି ଉପାୟ କରିବା ଉଚିତ :

Google

ଗୁରୁବାର ଦିନ ସକାଳୁ ଶିଘ୍ର ଉଠି ବର ଗଛର ଗୋଟିଏ ପତ୍ର ତୋଳି ଆଣିବା ଉଚିତ । ବିଶେଷ ଧ୍ୟାନ ରଖିବେ ପତ୍ରଟି ଯେପରି ଫାଟି ନ ଥାଏ କିମ୍ବା ଛିଦ୍ରଯୁକ୍ତ ନଥିବା । ସ୍ନାନ କରିବାକୁ ଯିବା ସମୟରେ ପତ୍ରଟିକୁ ମଧ୍ୟ ନିଜ ସାଥିରେ ନେଇ ଯାଆନ୍ତୁ । ବର୍ତ୍ତମାନ ପତ୍ରଟିକୁ ମୁଣ୍ଡରେ ରଖି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ସ୍ନାନ କରନ୍ତୁ । ଏହିଭଳି ସାତଥର କରିବା ପରେ ପତ୍ରଟିକୁ ଲାଲ ରଙ୍ଗର କପଡାରେ ବାନ୍ଧି ଦେଇ ଲାଲ ରଙ୍ଗର ସୁତାରେ ବାନ୍ଧି ଦିଅନ୍ତୁ ।

ଏହା ପରେ ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ଏକ ଦୀପ ପ୍ରଜ୍ୱଳନ କରନ୍ତୁ । ଆପଣ ଯେଉଁ ସ୍ଥାନରେ ବସିଛନ୍ତି, ସେହି ପାଖରେ ହିଁ ଲାଲ ରଙ୍ଗର କପଡାରେ ବନ୍ଧା ହୋଇଥିବା ପାତ୍ରଟିକୁ ରଖନ୍ତୁ । ବର୍ତ୍ତମାନ ବିଷ୍ଣୁଙ୍କର ଆରତୀ କରିବା ସହ ହାତ ଯୋଡି ଏକ ଭଲ ସର୍ବଗୁଣ ସମ୍ପର୍ଣ୍ଣା, ସୁନ୍ଦରୀ ପତ୍ନୀର କାମନା କରନ୍ତୁ । ପରେ ଲାଲ ରଙ୍ଗର କପଡାରେ ବନ୍ଧା ଥିବା ପତ୍ରଟିକୁ ଗୋଟିଏ ଦିନ ପାଇଁ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଛାଡି ଦିଅନ୍ତୁ । ପରଦିନ ଅର୍ଥାତ ଶୁକ୍ରବାର ଦିନ ସେହି ଲାଲ କପଡାଟିକୁ ଖୋଲନ୍ତୁ ଏବଂ ପତ୍ରରେ କୁମକୁମ୍ ସହାୟତାରେ ନିଜ ନାମ ଲେଖନ୍ତୁ । ବର୍ତ୍ତମାନ ଏହି ପତ୍ରକୁ କୌଣସି ନଦୀ କିମ୍ଵା ପୋଖରୀରେ ଭସାଇ ଦିଅନ୍ତୁ ।

ଏହି ଉପାୟ କରିବା ପରେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କୁ ମନ ପସନ୍ଦର କନ୍ୟା ପ୍ରାପ୍ତି ହେବ । ଏହି ଉପାୟ କରିବା ସହ ପ୍ରତି ଗୁରୁବାର ଦିନ ଵିଷ୍ଣୁ ବ୍ରତ ପାଳନ କରନ୍ତୁ ।