ପୁଅଙ୍କୁ ମଧ୍ୟ ଜାଣିବା ଦରକାର ମହିଳାଙ୍କ ଋତୁସ୍ରାବ ବିଷୟରେ । ଥରେ ନିଶ୍ଚିୟ ପଢନ୍ତୁ ।

Spread the love

ଋତୁସ୍ରାବ ବିଷୟରେ ଅନେକ କିଛି ଲେଖା ହୋଇଛି । ଆପଣମାନେ ପଢିଥିବେ କିନ୍ତୁ ପୁଅଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ ।

ମହିଳାଙ୍କ ଋତୁସ୍ରାବକୁ ନେଇ ଅନେକ ଲେଖା ଆପଣମାନେ ପଢିଥିବେ । ଏହାକୁ ନେଇ ପୁଅଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଯେତେବେଳେ ବାନ୍ଧବୀ ନିଜ ପୁରୁଷ ବନ୍ଧୁଙ୍କ ଉପରେ କାଥାକଥାରେ ଚିଡି ଯାଆନ୍ତି; ସେହି ସମୟରେ ପୁଅଟି କିଛି ବୁଝିପାରେ ନାହିଁ ! କଣ ପାଇଁ ଏହିପରି ହେଉଛି । ଋତୁସ୍ରାବ ସମୟରେ ମହିଳାଙ୍କ ଭିତରେ ଚିଡିଚିଡା ପଣ ଦେଖାଯାଇଥାଏ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ, ଋତୁସ୍ରାବ ସମୟରେ ମହିଳାଙ୍କ ଚିଡିଚିଡାପଣ ଏବଂ ଋତୁସ୍ରାବ ଜନିତ ପୀଡ଼ା କିପରି ଦୂର ହୋଇପାରିବ । ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ କହିବୁ ।

ଭିନ୍ନ ଭିନ୍ନ କାରଣରୁ ରକ୍ତ ସ୍ରାବ ହୋଇଥାଏ :

ପ୍ରତି ଝିଅଙ୍କ ଋତୁସ୍ରାବ ସମୟ ଭିନ୍ନ ଭିନ୍ନ ହୋଇଥାଏ । କୌଣସି ଝିଅଙ୍କୁ ୨୮ ଦିନରେ ଋତୁସ୍ରାବ ହୋଇଥିବା ବେଳେ କୌଣସି ଝିଅଙ୍କୁ ୩୦ କିମ୍ବା ତାହାଠାରୁ ଅଧିକ ସମୟ ମଧ୍ୟ ଲାଗିଥାଏ । ମହିଳାଙ୍କ ଶରୀରର ଗଠନ ଅନୁସାରେ ମହିଳାଙ୍କୁ ଋତୁସ୍ରାବ ହୋଇଥାଏ । ଋତୁସ୍ରାବ ସମୟରେ ଝିଅଙ୍କୁ ଅସହନୀୟ ପୀଡ଼ା ଅନୁଭୂତ ହୋଇଥାଏ । କିଛି କିଛି ମହିଳାଙ୍କୁ କୌଣସି ପୀଡ଼ା ହୋଇନଥାଏ । ବେଳେବେଳେ କୌଣସି ମହିଳାଙ୍କୁ ଋତୁସ୍ରାବ ସମୟରେ ବାନ୍ତି ହୋଇଥିବା ବେଳେ କିଛି ମହିଳାଙ୍କୁ ଅଣ୍ଟା ପୀଡ଼ା ହୋଇଥାଏ । ପ୍ରତି ଥର ରକ୍ତ ସ୍ରାବ ହେବାକୁ ଲୋକେ ଋତୁସ୍ରାବ ସହ ଯୋଡି ଦେଇଥାନ୍ତି ଯାହା ଏକ ଭୁଲ ଧାରଣା ଅଟେ । ପ୍ରତିଥର ରକ୍ତ ସ୍ରାବର ଅର୍ଥ ଋତୁସ୍ରାବ ନୁହେଁ । ବେଳେବେଳେ ଅନ୍ୟ କାରଣରୁ ମଧ୍ୟ ରକ୍ତ ସ୍ରାବ ହୋଇଥାଏ । ଏହା କର୍କଟ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ । କମ ବୟସରେ ଗର୍ଭବତୀ ହେବା ଫଳରେ ମଧ୍ୟ ରକ୍ତ ସ୍ରାବ ହୋଇଥାଏ । ଏହି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଗର୍ଭବତୀ ହେବା ଫଳରେ ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ :

ଏହା ଜରୁରୀ ନୁହେଁ ଯେ, ପ୍ରତି ମାସରେ ଠିକ୍ ସମୟରେ ଋତୁସ୍ରାବ ହେବ । ଋତୁସ୍ରାବ ଠିକ୍ ସମୟରେ ନ ହେବା; ଝିଅମାନଙ୍କର ଏକ ସମସ୍ୟା ଅଟେ । କିନ୍ତୁ ଅନେକ ମହିଳା ଏହି ବିଷୟକୁ ନେଇ ଚିନ୍ତିତ ହୋଇପଡନ୍ତି । ଧ୍ୟାନ ରଖନ୍ତୁ; ଋତୁସ୍ରାବ ଠିକ୍ ସମୟରେ ହେବା ଏହା ଜରୁରୀ ନୁହେଁ । ବେଳେବେଳେ ଗୋଟିଏ କିମ୍ବା ଦୁଇ ଦିନ ଆଗରେ କିମ୍ବା ପଛରେ ହୋଇପାରେ । ସମୟ ଅନୁସାରେ ଏବଂ ନିୟମିତ ରୂପରେ ଋତୁସ୍ରାବ ହେବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ବେଳେବେଳେ ଅନେକ ମହିଳାଙ୍କୁ ମାସିକ ଧର୍ମରେ ଅନିୟମିତତା ଦେଖା ଯାଇଥାଏ । କିଛି ମହିଳା ଗର୍ଭବତୀ ସମୟରେ ଋତୁସ୍ରାବ ରହିଯାଇ ଥାଏ । କୁହାଯାଇ ପାରେ ଯେଉଁ ମହିଳା ମାନଙ୍କର ଋତୁସ୍ରାବ ଅବଧି ୩୫ ରୁ ୩୬ ଦିନ ହୁଏ, ସେମାମଙ୍କର ପ୍ରତିମାସରେ ଋତୁସ୍ରାବ ହୋଇନଥାଏ । ଋତୁସ୍ରାବ ଅବଧି ଯେତେ ଲମ୍ବା ହୋଇଥାଏ, ସେମାନେ ଗର୍ଭବତୀ ହେବା ସମ୍ଭାବନା ମଧ୍ୟ ସେତେ ଅଧିକ ହୋଇଥାଏ ।

ଯୁବତୀ ଝିଅଙ୍କୁ ଋତୁସ୍ରାବ ବିଷୟରେ ଏହିଭଳି ବୁଝାନ୍ତୁ :

ପ୍ରତି ଝିଅର ଶାରୀରିକ ସରାଂଚନା ରକ୍ତସ୍ରାବ କାହାକୁ ଅଧିକ ହୋଇଥିବା ବେଳେ କାହାକୁ କମ ହୋଇଥାଏ । ଯଦି ଆପଣଙ୍କ ଶରୀରରେ କମ ରକ୍ତ ସ୍ରାବ ହୋଇଥାଏ; ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେତେବେଳେ ଆପଣ ଗର୍ଭବତୀ ହେବାର ସମ୍ଭାବନା ହୋଇଥାଏ, ସେହି ସମୟରେ ଏହିଭଳି ହୋଇଥାଏ । କିନ୍ତୁ ଋତୁସ୍ରାବ ସମୟରେ ଏହିଭଳି କୌଣସି ସମୟ ଆସି ନ ଥାଏ, ଯେତେବେଳେ ଆପଣ ଗର୍ଭବତୀ ହୋଇପାରିବେ ।