ସାଉଦିରେ ୧୩ ବର୍ଷ ବୟସରେ ଗିରଫ ହୋଇଥିବା ପୁଅକୁ ବର୍ତ୍ତମାନ ଫାଶି ଦିଆଯିବ ।

Spread the love

ସାଉଦି ଆରବରେ ୧୩ ବର୍ଷ ବୟସରେ ଗିରଫ ହୋଇଥିବା ବାଳକକୁ ବର୍ତ୍ତମାନ ଫାଶି ଦିଆଯିବ । କିଶୋରଙ୍କ ପ୍ରତି ସରକାର ବିରୋଧରେ ପ୍ରଦର୍ଶନ, ଆତଙ୍କ ସଂଗଠନ ସହ ଜଡିତ ଏବଂ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ଇତ୍ୟାଦି ଆରୋପ ହେତୁ ଗିରଫ କରାଯାଇଛି । ହ୍ୟୁମାନ ରାଇଟ୍ସ ଏକ୍ସପ୍ରେସ ଖବର ଅନୁସାରେ ବର୍ତ୍ତମାନ ୧୮ ବର୍ଷ ହୋଇଯାଇଛି, ମୁର୍ତାଜ କୁରେଇରିସଙ୍କୁ ଫାଶି ଦେବାର ସମ୍ଭାବନା ଅଛି ।

ମିଡ଼ିଆ ଖବର ଅନୁସାରେ, ୧୮ ବର୍ଷର ମୂର୍ତାଜ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଭୁଲ ବୋଲି କହିଛନ୍ତି । ଏତିକି ନୁହେଁ, ସେ ସାହାସିକତା ସହ କହିଛନ୍ତି ଯେ, ସେ ଚାପରେ ଆସି ଭୁଲ ସ୍ଵୀକାର କରିଛନ୍ତି । ଏମନେଷ୍ଟି ଇଣ୍ଟରନ୍ୟାସନଲଙ୍କ ଅନୁସାରେ ସାଉଦି ଆରବର ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି ଯେ, ମୂର୍ତାଜଙ୍କୁ ଫାଶି ଦେବା ପାଇଁ ଦାବି କରାଯାଇଛି ।

ଏହି ଦଣ୍ଡ ତାଙ୍କୁ କଥିତ ରୂପେ ସେହି ଅପରାଧି ପାଇଁ ଦିଆଯିବ, ଯାହା ସିଏ କେବଳ ମାତ୍ର ୧୦ ବର୍ଷ ବୟସରେ କରିଥିଲେ । ଏମନେଷ୍ଟି ଅନୁସାରେ, ପଚରା ଉଚାର ସମୟରେ ଯୁବକଙ୍କୁ ନିସ୍ତୁକ ମାଡ଼ ଦିଆ ଯାଇଥିଲା । ଦି ଇଣ୍ଡିପିଂଡେଣ୍ଟ ଅନୁସାରେ, ମୂର୍ତାଜ ସାଉଦି ଆରବର ଅଳ୍ପ ସଂଖ୍ୟକ ସିୟା ସମୁଦାୟ ସହ ସମ୍ବନ୍ଧ ରଖିଥିଲ ।