ବ୍ରେନ ଟ୍ୟୁମର୍ ହେଲେ ଶରୀରରେ ଦେଖାଯାଏ, ଏହି ଦୁଇଟି ସଂକେତ, ଦ୍ଵିତୀୟ ସଂକେତଟି ଦେଖାଗଲେ ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ ।

Spread the love

ବର୍ତ୍ତମାନ ଦୁନିଆ ରେ ପ୍ରତ୍ୟେକ ମଣିଷ କିଛି ନା କିଛି ରୋଗରେ ପୀଡ଼ିତ ହୁଅନ୍ତି।ଆଜି ଆମେ ଆପଣ ଙ୍କୁ ଏମିତି ଏକ ରୋଗ ବିଷୟରେ କହିବୁ ଯାହା ଆରମ୍ଭ ରେ ସାମାନ୍ୟ ରୂପରେ ଦେଖାଯାଏ। ଏହା ଆପଣ ସମସ୍ତେ ଜାଣନ୍ତି ଯେ ଯେ କୌଣସି ବଡ଼ ରୋଗ ହେଲେ ପ୍ରଥମେ କିଛି ସଙ୍କେତ ଦେଇଥାଏ।ସେହିପରି ବ୍ରେନ ଟ୍ୟୁମର ହେବ ପୂର୍ବରୁ ଆପଣଙ୍କୁ ବହୁତ ସଂକେତ ମିଳିଥାଏ।ଯଦି ଆପଣ ଏହି ସଂକେତକୁ ନ ବୁଝି ଅଣଦେଖା କରନ୍ତି ତାହା ହେଲେ ଆମ ପାଇଁ ବହୁତ କ୍ଷତିକାରକ ହୋଇଥାଏ।

୧. ମୁଣ୍ଡ ବିନ୍ଧା :

ଆମେ ସବୁବେଳେ ଦେଖୁ ମୁଣ୍ଡ ବିନ୍ଧାକୁ ଲୋକେ ସାମାନ୍ୟ ରୂପେ ନେଇଥାନ୍ତି । କାରଣ ଯେତେବେଳେ ଆମେ ଅଧିକ କାମ କରୁ, ସେତେବେଳେ ଆମ ମୁଣ୍ଡରେ ଅଧିକ ଚାପ ପଡେ । ମୁଣ୍ଡ ବିନ୍ଧା ଠିକ କରିବା ପାଇଁ ଆମେ କିଛି ଔଷଧ ଖାଇ ନେଇଥାଉ । ଯାହାଫଳରେ ମୁଣ୍ଡବିନ୍ଧା ଦୂର ହୁଏ । ଯଦି ଆପଣ କିଛି କାମ ନ କରି ମଧ୍ୟ ମୁଣ୍ଡବିନ୍ଧା ହୁଏ ଏବଂ ଏମିତି ଆପଣଙ୍କ ସହ ବାରମ୍ବାର ଯଦି ହୁଏ, ତାହା ହେଲେ ଆପଣ ସତର୍କ ରୁହନ୍ତୁ ଏହା ବ୍ରେନ୍ ଟ୍ୟୁମର୍ ହେବାର ସଂକେତ ଦେଇଥାଏ ।

୨. କାମ ନ କରି ହାଲିଆ ହେବା :

ଯଦି କୌଣସି ଲୋକ କଠିନ କାମ କରିବା ପରେ ସହ ପୁରା ଦିନ ପରିଶ୍ରମ କରି ହାଲିଆ, ଦୁର୍ବଳ ଓ ମୁଣ୍ଡ ବୁଲେଇ ଥାଏ; ଏହା ସାଧରଣ ଘଟଣା ହୋଇଥାଏ । ଯଦି କୌଣସି ଲୋକ କିଛି କାମ ନ କରି ମଧ୍ୟ ହାଲିଆ ହୋଇ ଯାଆନ୍ତି ଏବଂ ପାଦରେ ଚାଲି ଚାଲି ଗଲେ ମୁଣ୍ଡ ବୁଲେଇ ଥାଏ; ତେବେ ଏହା ମଧ୍ୟ ବ୍ରେନ ଟ୍ୟୁମରର ଏକ ସଂକେତ ଅଟେ । ତେଣୁ ଆପଣ ସବୁବେଳେ ଧ୍ୟାନ ଦିଅନ୍ତୁ; ଯଦି ଏମିତି କେବେ ସମସ୍ୟା ଦେଖାଯାଏ, ତା’ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆମେ ଆଶା କରୁଛୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ଭଲ ଲାଗିଥିବା ।