RSSର ବଡ଼ ନିଷ୍ପତ୍ତି, ଛାତ୍ରମାନେ ସେନାରେ ଭର୍ତ୍ତି ହେବା ପାଇଁ ଖୋଲିବ ‘ଆର୍ମି ସ୍କୁଲ’, ଜାଣନ୍ତୁ କଣ ଅଟେ ଏହି ଯୋଜନା !

Spread the love

ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂଗଠନର କ୍ଷେତ୍ରୀୟ ସଂଯୋଜକ ଅଜୟ ଗୋପାଳ ଏହି ବିଷୟରେ କହିଛନ୍ତି ।

RSS ଏକ ଏପରି ନାମ ଅଟେ, ଯେଉଁମାନେ ହିନ୍ଦୁ ଧର୍ମକୁ ମାନନ୍ତି । ବହୁତ ଗୁଡ଼ିଏ ଲୋକ RSS (ଆଏସଏସ)ର ଏହି ନାମ ଶୁଣି ମଧ୍ୟ ଏଥିରେ ଦାଖିଲ ହୋଇଥାନ୍ତି । କାରଣ ଏହା ଏପରି ସଂସ୍ଥା ଅଟେ; ଯେଉଁଥିରେ କି କଠୋର ହିନ୍ଦୁତ୍ୱ ମାନେ ହିଁ ନିବାସ କରନ୍ତି । ଏହାକୁ ଭାଜପା ବା ବିଜେପି ସହିତ ମଧ୍ୟ ଯୋଡ଼ା ଯାଇଥାଏ । କାରଣ ଯିଏ ବିଜେପିକୁ ପସନ୍ଦ କରନ୍ତି; ସେ ଆର୍.ଏସ.ଏସ୍.ରେ ମଧ୍ୟ ଦାଖଲ ହୋଇଥାନ୍ତି । ବର୍ତ୍ତମାନ ଆର୍.ଏସ.ଏସ୍. ତାର ସଂସ୍ଥାରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଯେଉଁଠାରେ କି ଶିଶୁ ମାନଙ୍କ ପାଇଁ ଭଲ ଭଲ କାର୍ଯ୍ୟ କରିବା ବିଷୟରେ ଚିନ୍ତା କରାଯିବ । ଏହି RSS ବର୍ତ୍ତମାନ ଏକ ବହୁତ ବଡ଼ ପଦକ୍ଷେପ ହାତକୁ ନେଇଛି; ଯେଉଁଠାରେ କି ଛାତ୍ର ମାନଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ “ଆର୍ମି ସ୍କୁଲ” ଖୋଲାବା ପାଇଁ ସ୍ଥିର କରିଛି ଏବଂ ଏହି ଯୋଜନାକୁ କିପରି ପ୍ରାପ୍ତ କରାଯିବ ଏହା ବିଷୟରେ ଜାଣନ୍ତୁ ।

ଛାତ୍ରମାନଙ୍କ ସେନାରେ ଭର୍ତ୍ତି କରିବା ପାଇଁ ଖୋଲିବ “ଆର୍ମି ସ୍କୁଲ” :

ରାଷ୍ଟ୍ରୀୟ ସେବକ ସଂଘ (RSS) ଉତ୍ତର ପ୍ରଦେଶରେ ପ୍ରତିରକ୍ଷା ପରୀକ୍ଷା ମାନଙ୍କ ପ୍ରସ୍ତୁତି ପାଇଁ ଏକ ବିଶେଷ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଅଛି । ସଂଘର ଶୈକ୍ଷିକ ଅଙ୍ଗ ବିଦ୍ୟା ଭାରତୀଙ୍କ ତତ୍ୱାଧୀନରେ ଖୋଲାଯିବ ଏବଂ ଏହି ବିଦ୍ୟାଳୟର ନାମ ପୂର୍ବ ସରସଙ୍ଘଚାଳକ ରାଜେନ୍ଦ୍ର ସିଂଙ୍କ ନାମ ଉପରେ “ରଜ୍ଜୁ ଭେୟା ସୈନିକ ବିଦ୍ୟା ମନ୍ଦିର” ରଖାଯିବ । ଭୂତ ପୂର୍ବ ସୈନିକ ଏବଂ ବୁଲନ୍ଦ ସହରର କୃଷକ ରାଜପାଲ ସିଂ ଏହି ସ୍କୁଲ ପାଇଁ ସଂଘ ୨୦ ହଜାର ସ୍କୁଏୟ ମିଟର ଜାଗାକୁ ଦାନରେ ଦେଇଛନ୍ତି । ଏହି ଜାଗାକୁ ମାଲିକ ରାଜପାଲ ସିଂ ଜନକଲ୍ୟାଣ ସେବା ସମିତିର ନାମରେ କରି ଦିଆଯାଇଛି । ଏହି ବିଦ୍ୟାଳୟର ପ୍ରତିଷ୍ଠାରେ ତିନି ମହଲା ବିଶିଷ୍ଟ ହଷ୍ଟେଲ କିମ୍ବା ଛାତ୍ରାବାସ, ଏକାଡେ଼ମୀ ବିଲ୍ଡିଂ, ଔଷଧଖାନା, ସେଥିର ସଦସ୍ୟଙ୍କ ପାଇଁ ବଡ଼ ଏବଂ ଭଲ ଷ୍ଟାଡିଅୟମ ତିଆରି କରାଯିବ । ଏହି ପ୍ରୋଜେକ୍ଟ ପାଇଁ ପାଖପାଖି ୪୦ କୋଟି ଟଙ୍କାର ଖର୍ଚ୍ଚ ହେବ । ଏହାକୁ ANI ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କଲେ –

ଏହି ବିଦ୍ୟାଳୟ ଆବାସୀୟ ପ୍ରକାରର ହେବ । ଯେଉଁଠାରେ ପୁଅମାନଙ୍କ ରହିବାର ସ୍ଥାନ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସିବିଏସଇ ବୋର୍ଡର ପାଳନ କରି ଏହି ବିଦ୍ୟାଳୟରେ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ମଧ୍ୟ ହେବ । ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂଗଠନର କ୍ଷେତ୍ରୀ ସଂଯୋଜକ ଅଜୟ ଗୋୟଲ କହିଛନ୍ତି ଯେ, “ଏହା ଏକ ପ୍ରୟୋଗ ଅଟେ ଯାହା କି ଦେଶରେ ପ୍ରଥମ ଥର ପାଇଁ କରାଯାଉଛି । ଯଦି ଏହା ସଫଳ ହେବ; ତେବେ ଏହାକୁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରତିଷ୍ଠା କରାଯିବ ।’ମିଡ଼ିଆ ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟର ପ୍ରସ୍ପେକ୍ଟ ବା ଲକ୍ଷ୍ୟ ପାଖାପାଖି ତିଆରି ହୋଇ ସାରିଛି ଏବଂ ଆଗାମୀ ମାସରୁ ବିଦ୍ୟାଳୟରେ ନାମ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ । ଗୋୟଲଙ୍କ ଅନୁସାରେ, ୬ଷ୍ଠ ଶ୍ରେଣୀର ପ୍ରଥମ ପର୍ଯ୍ୟାୟରେ ୧୬୦ଟି ଛାତ୍ର ରହିବେ ଏବଂ ଆଗାମୀ ମାସରୁ ବୀରଗତି ପ୍ରାପ୍ତ ଜବାନ ମାନଙ୍କ ଶିଶୁମାନଙ୍କ ପାଇଁ ୫୬ ସିଟ (୩୫%) ସଂରକ୍ଷିତ ରହିବ ।

ପୂର୍ବ ସୈନିକ ଅଧିକାରୀ ମାନଙ୍କ ସହଯୋଗ ମଧ୍ୟ ରହିବ :

ଏହା ବ୍ୟତୀତ ସଂଘ ସେପ୍ଟେମ୍ବରରେ ସେନାବୃତ୍ତି ଅଫିସର ମାନଙ୍କ ସହିତ ମିଶି ଏହି ବିଦ୍ୟାଳୟକୁ ଆହୁରି ଅଧିକ କିପରି ଉତ୍ତମ କରା ଯାଇପାରିବ, ଏଥିପାଇଁ ଏକ ସଭାର ଆୟୋଜନ କରାଯିବ । ଗୋୟଲଙ୍କ ଅନୁସାରେ ଏଥିରେ କେତେକ ଅବସର ପ୍ରାପ୍ତ ସୈନ୍ୟ ଅଧିକାରୀ ସଂଘ ଏବଂ ଆନୁଷ୍ଠାନିକ ସଙ୍ଘଠନ ସମ୍ପର୍କରେ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯିବ । ସଭାର ତାରିଖ ଗୋଟିଏ ସପ୍ତାହ ମଧ୍ୟରେ ସ୍ଥିର କରାଯିବ । ଏହା ପର୍ଯ୍ୟନ୍ତ କି ସୈନିକ ବିଦ୍ୟାଳୟର ନେଟୱର୍କ ମଧ୍ୟ ଆବଶ୍ୟକତା ପୂରଣ କରି ପାରିବ ନାହିଁ ।