ଅନେକ ରୋଗର କେବଳ ଗୋଟିଏ ହିଁ ଚିକିତ୍ସା : ରସୁଣ ଯୁକ୍ତ କ୍ଷୀର । ଏହିଭଳି କରନ୍ତୁ ଏହାର ସେବନ ।

Spread the love

ଦୁଗ୍ଧ ସ୍ୱାସ୍ଥ୍ୟ ହିତକାରୀ ଜିନିଷ ଅଟେ । ଯଦି ଏହାର ସେବନ ଅନ୍ୟ କିଛି ଜିନିଷ ସହ କରାଯିବ ତେବେ ଶରୀରକୁ ଆହୁରି ଅଧିକ ଲାଭ ମିଳିବ । କଦଳୀ, ବାଦାମ ଓ ହଳଦୀକୁ ଯଦି କ୍ଷୀରରେ ମିଶାଇ ପିଆନ୍ତି; ତେବେ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସତେଜ ମଧ୍ୟ ରହିବ । ଏହିପରି ଭାବରେ ଯଦି କ୍ଷୀରରେ ରସୁଣର ମଧ୍ୟ ସେବନ କରାଯିବ; ତେବେ ସ୍ୱାସ୍ଥ୍ୟ ପାଇଁ ଏହା ଅଧିକ ଲାଭ ପ୍ରଦାୟକ ହୋଇଥାଏ । ଆୟୁର୍ବେଦରେ ଏହି ଦୁଇ ଜିନିଷକୁ ଏକା ସାଥେ ସେବନ କରିବା ଅତ୍ୟନ୍ତ ଗୁଣକାରୀ ଓ ଶରୀର ପାଇଁ ହିତକାରକ ବୋଲି କୁହାଯାଇଛି । ଯେ କୌଣସି ଶାରୀରିକ ପୀଡା, ରସୁଣଯୁକ୍ତ କ୍ଷୀର ପିଇ ଦୂର କରାଯାଇ ପାରିବ । ଯେଉଁ ଲୋକମାନେ ଏହି ରସୁଣଯୁକ୍ତ କ୍ଷୀରକୁ ପ୍ରତିଦିନ ସେବନ କରୁଛନ୍ତି, ତାଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ୍ ହୋଇଥାଏ । ଯଦି ଆପଣମାନେ କେବେ ଏହି କ୍ଷୀରର ସେବନ କରି ନାହାନ୍ତି । ତେବେ ଆଜିଠୁ ହିଁ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଚାଲନ୍ତୁ ଜାଣିବା; ରସୁଣଯୁକ୍ତ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନ୍ୟ କଣ କଣ ଫାଇଦା ମିଳିଥାଏ ।

କ୍ଷୀରରେ ରସୁଣ ପକାଇ ଗରମ କରି ପିଇବାର ଫାଇଦା :-

କୋଷ୍ଟକାଠିନ୍ୟରୁ ମୁକ୍ତି ମିଲିଥାଏ :

ଯେଉଁମାନଙ୍କୁ କୋଷ୍ଟକାଠିନ୍ୟ ହୋଇଥାଏ, ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ରସୁଣଯୁକ୍ତ କ୍ଷୀର ପିଅନ୍ତୁ । ଏହାକୁ ପିଇବା ଦ୍ୱାରା କୋଷ୍ଟକାଠିନ୍ୟ ସହିତ ଗ୍ୟାସ ଓ ଅପଚୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ରାତିରେ ଏହି କ୍ଷୀରକୁ ପିଇବା ଦ୍ୱାରା ସକାଳେ ଆପଣଙ୍କ ପେଟ ସଫା ହୋଇଥାଏ ।

କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରେ :

ହାଇ କୋଲେଷ୍ଟ୍ରୋଲ୍ ଦ୍ୱାରା ହୃଦୟକୁ ବହୁତ କ୍ଷତି ହୋଇଥାଏ ଓ ହୃଦୟ ସମ୍ବନ୍ଧିତ ରୋଗ ମଧ୍ୟ ହୋଇଥାଏ । ଯଦି କ୍ଷୀର ସହ ରସୁଣର ସେବନ କରାଯାଏ; ତେବେ ଏହା କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରିଥାଏ । ଏହି କ୍ଷୀରକୁ ପିଇବା ଦ୍ୱାରା ରକ୍ତନଳୀରେ ଜମିଥିବା କୋଲେଷ୍ଟ୍ରୋଲ୍ ସଫା ହୋଇଥାଏ । ଏଥିପାଇଁ ଯେଉଁ ଲୋକମାନଙ୍କୁ ଏହିପରି ସମସ୍ୟା ଅଛି, ସେମାନେ ଏହି କ୍ଷୀର ନିଶ୍ଚୟ ସେବନ କରିବା ଦରକାର ।

ମାଇଗ୍ରେନ୍ (ଅଧଃକପଳି ବିନ୍ଧିବା)ର କଷ୍ଟ ଦୂର ହୋଇଥାଏ :

ମାଇଗ୍ରେନ୍ ସମସ୍ୟା ଗ୍ରସ୍ତ ରୋଗୀମାନଙ୍କ ପାଇଁ ରସୁଣ ଯୁକ୍ତ କ୍ଷୀର ଅତ୍ୟନ୍ତ ଉପକାରୀ ଅଟେ । ଆୟୁର୍ବେଦ ଅନୁସାରେ ଯଦି ଏହି କ୍ଷୀରର ସେବନ କରାଯାଏ, ତେବେ ମାଇଗ୍ରେନ୍ ର କଷ୍ଟ ଦୂର ହୋଇଥାଏ । ମାଇଗ୍ରେନ୍ କଷ୍ଟ ଆରମ୍ଭ ହେବା, ମାତ୍ରେ ଆପଣ କେବଳ ରସୁଣ ଯୁକ୍ତ ଗରମ କ୍ଷୀରର ସେବନ କରନ୍ତୁ । ଆପଣଙ୍କ କଷ୍ଟ ଦୂର ହୋଇଯିବ । ଏହି କ୍ଷୀରରେ ଆଣ୍ଟି ଫ୍ଲେମେଟାରୀ ତତ୍ୱ ରହିଛି, ଯାହା କଷ୍ଟ ଦୂର କରିବାରେ ସହାୟକ ଅଟେ ।

ଗଣ୍ଠି ଯନ୍ତ୍ରଣା ଦୂର କରିଥାଏ :

ଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସ୍ତବ୍ୟସ୍ତ ଲୋକଙ୍କ ପାଇଁ ଏହି କ୍ଷୀର କୌଣସି ରାମବାଣ ସଦୃଶ । ଏହି କ୍ଷୀରକୁ ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ସଂଗେ ସଂଗେ ଦୂର ହୋଇଯାଏ । ଅଣ୍ଟା ଯନ୍ତ୍ରଣା ହେଉଥିଲେ; ଏହି କ୍ଷୀର ପ୍ରତିଦିନ ପିଇବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ । ଆପଣଙ୍କୁ କୌଣସି ପ୍ରକାରର ଔଷଧ ବା ମେଡ଼ିସିନ ଦରକାର ପଡିବ ନାହିଁ ।

ବ୍ରଣ ଦୂର ହୋଇଥାଏ :

ରସୁଣ ଯୁକ୍ତ କ୍ଷୀର ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ; ଯାହାଦ୍ୱାରା ଚେହେରାରେ ବ୍ରଣ ହୁଏ ନାହିଁ । ଏହା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ । ଯଦି ଆପଣଙ୍କ ମୁହଁରେ ବ୍ରଣର ସମସ୍ୟା ହୋଉଥାଏ; ତେବେ ଆପଣ କୌଣସି ଔଷଧ ନେବା ପରିବର୍ତ୍ତେ ଏହି କ୍ଷୀର ପୀଅନ୍ତୁ ।

କେମିତି କରିବେ ଏହାର ସେବନ?

କ୍ଷୀରରେ ମିଶାନ୍ତୁ ରସୁଣ ରସ :

ଆପଣ ଦୁଇ ପ୍ରକାରରେ କ୍ଷୀର ଓ ରସୁଣକୁ ଏକା ସାଥିରେ ସେବନ କରି ପାରିବେ । ପ୍ରଥମ ଉପାୟରେ ଆପଣ ୫ଟି ରସୁଣର ରସ ବାହାର କରି ଗୋଟେ ଗ୍ଲାସ କ୍ଷୀରରେ ପକାନ୍ତୁ ଓ ପିଅନ୍ତୁ ।

କ୍ଷୀରରେ ଫୁଟାନ୍ତୁ ରସୁଣ :

ଅନ୍ୟ ଉପାୟ ଅନୁଯାୟୀ, ଆପଣ କ୍ଷୀରକୁ ଗରମ କରିବା ସମୟରେ ସେଥିରେ ୩ ରୁ ୪ଟି ରସୁଣ ପକାନ୍ତୁ ଓ କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ । କ୍ଷୀର ଫୁଟିଗଲା ପରେ ଥଣ୍ଡା କରି, ଏହାକୁ ପିଅନ୍ତୁ ଓ ରସୁଣଗୁଡିକୁ ଚୋବାଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ ମହୁ ମଧ୍ୟ ପକାଇ ପାରିବେ ।

ଆୟୁର୍ବେଦ ଅନୁସାରେ ରସୁଣ ଯୁକ୍ତ କ୍ଷୀର ପିଇଲେ ଶରୀରକୁ ଅତ୍ୟନ୍ତ ଲାଭ ମିଳିଥାଏ ଓ ଶରୀରକୁ କୌଣସି ପ୍ରକାରର କ୍ଷତି ପହଂଚି ନଥାଏ । ଆପଣ ବିନା କୌଣସି ଡରରେ କ୍ଷୀରକୁ ପିଇ ପାରିବେ । ରାତ୍ରି ସମୟରେ ଏହି କ୍ଷୀର ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ।