ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା, ଏହି ଅଭିନେତ୍ରୀଙ୍କ ଚେହେରା ସର୍ଜରୀ ଦ୍ୱାରା ଖରାପ ହୋଇଯାଇଛି ।

Spread the love

ବଲିଉଡରେ ଯେତେବେଳେ କେହି ଏଣ୍ଟ୍ରି କରନ୍ତି, ତେବେ ସେହି ସମୟରେ ସେମାନେ ସାଧାରଣ ହୋଇ ରୁହନ୍ତି ନାହିଁ । କିନ୍ତୁ ଯେତେବେଳେ ସେମାନଙ୍କୁ ଲୋକେ ପସନ୍ଦ କରନ୍ତି; ସେହି ସମୟରେ ସେହି ତାରକାମାନେ ନିଜକୁ କୌଣସି ସୁପରଷ୍ଟାର ଠାରୁ କମ ମନେ କରନ୍ତି ନାହିଁ । ଖାସ କରି ଅଭିନେତ୍ରୀମାନେ ନିଜ ଚେହେରାକୁ ଏହିପରି କିଛି କରି ଦିଅନ୍ତି; ଯାହାଫଳରେ ସେମାନେ ଭାବିଥାନ୍ତି ସେମାନେ ସୁନ୍ଦର ଦେଖାଯିବେ । କିନ୍ତୁ ପରେ ସେମାନେ ନିଜ ଚେହେରା ଯୋଗୁଁ ହସର କାରଣ ପାଲଟି ଯାଇଥାନ୍ତି ।ଏହିଭଳି ହିଁ କିଛି ଘଟିଛି ଅଭିନେତ୍ରୀ ମୋନି ରାଏଙ୍କ କ୍ଷେତ୍ରରେ ଯିଏ, ବଲିଉଡରେ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ନିଜ ଚେହେରାକୁ ନେଇ ହସର ପାତ୍ରୀ ସାଜିଛନ୍ତି । ସର୍ଜରୀ ଫଳରେ ଖରାପ ହୋଇଯାଇଛି ଅକ୍ଷୟ କୁମାରଙ୍କ ଏହି ଅଭିନେତ୍ରୀଙ୍କ ସୁନ୍ଦରତା ।

ସର୍ଜରୀ ଫଳରେ ଖରାପ ହୋଇଯାଇଛି ଅକ୍ଷୟ କୁମାରଙ୍କ ଏହି ଅଭିନେତ୍ରୀଙ୍କ ସୁନ୍ଦରତା :

ଟିଭିରୁ ବଲିଉଡର ଯାତ୍ରା କରିଥିବା ଅଭିନେତ୍ରୀ ମୋନି ରାଏ କପୁର ଆଜିକାଲି ନିଜର ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ ଖାନଙ୍କ ଫିଲ୍ମ ଭାରତର ପ୍ରିମିୟାରରେ ମୋନି ରାଏଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା ଏବଂ ଏହି ସମୟରେ ତାଙ୍କର ଚେହେରା ସାମ୍ନାକୁ ଆସିଥିଲା ଏବଂ ଭାଇରଲ ହୋଇ ଯାଇଥିଲା । ମିଡ଼ିଆ ତାଙ୍କର ଯେଉଁ ଫୋଟ କ୍ଲିକ କରିଥିଲା, ସେହି ଫୋଟକୁ ସୋସିଆଲ ମିଡିଆରେ ସେୟାର କରଯାଇଥିଲା ଏବଂ ଲୋକେ ମଧ୍ୟ ଖୁବ୍ ଭାଇରଲ କରିଥିଲେ ଫୋଟଟିକୁ ।

ଫୋଟ ଭାଇରଲ ହେବା ପଛର କାରଣ ମୋନିଙ୍କ ସୁନ୍ଦରତା ନୁହେଁ ବରଂ ତାଙ୍କର ନୂତନ ସର୍ଜରୀ ଲୁକ ଅଟେ । ଏହି ଇଭେଣ୍ଟର ମୋନିଙ୍କ ଲୁକର ଚର୍ଚ୍ଚା ବହୁତ ଜୋର ଧରିଥିଲା । ଲୋକେ ମୋନିଙ୍କ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଫୋଟରେ ଆପଣ ଦେଖି ପାରୁଥିବେ ମୋନିଙ୍କ ଚେହେରା ଫୁଲି ଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ଖୁବ୍ ବ୍ୟଙ୍ଗ କରିଛନ୍ତି । ମୋନି ପୁଣି ଥରେ ସର୍ଜରୀ କରିଛନ୍ତି ଏବଂ ମୋନିଙ୍କ ନିଜ ଚେହେରାକୁ ଖୁବ୍ ମେକ୍-ଅପ୍ ମଧ୍ୟ କରାଇ ଥିଲେ, ଯାହା ତାଙ୍କର ସୁନ୍ଦରତାକୁ ଭିନ୍ନ ଧରଣର ଲୁକ୍ ପ୍ରଦାନ କରୁଛି । ମୋନିଙ୍କ ଏହି ଲୁକ୍ ତାଙ୍କର ପ୍ରଶଂସକଙ୍କୁ ପସନ୍ଦ ଆସି ନାହିଁ । ମୋନିଙ୍କ ଫୋଟରେ ଜଣେ ଇୟୁର୍ଜ ଲେଖିଛନ୍ତି, “ଲିପ୍ସ ସୁଜ୍ ସୁଜ୍ କର କାହିଁ ଗିର୍ ନା ଯାଏଁ” । ଏଥିରେ ଅନ୍ୟ ଜଣେ ଇୟୁର୍ଜ ଲେଖିଛନ୍ତି, ଏତେ ପରିମାଣରେ ସର୍ଜରୀ କରି ମୋନି ଭୟଙ୍କର ଦେଖା ଯାଉଛନ୍ତି, କେବଳ ଏତିକି ନୁହେଁ ଅନ୍ୟ ଜଣେ ଇୟୁର୍ଜ ମୋନିଙ୍କୁ ମାଇକେଲ ଜ୍ୟାକ୍ସନଙ୍କ ସହ ତୁଳନା କରିଛନ୍ତି ।

ମୋନି ରାଏ ଟିଭି ଶୋ’ ‘ଶାସ ଭି କଭି ବୋହୁ ଥି’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ସେ କୃଷ୍ଣା ତୁଳସୀର ଚରିତ୍ରରେ ଅଭିନୟ କରିଥିଲେ । ପରେ ନାଗିନ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଏହି ଧାରାବାହିକ ଦୁଇଟି ସିଜନ କରିବା ପରେ ମୋନି ଅକ୍ଷୟଙ୍କ ଫିଲ୍ମ “ଗୋଲଡ଼”ରେ ଅଭିନୟ କରିଥିଲେ । ୨୦୧୮ରେ ରିଲିଜ ହୋଇଥିବା “ଗୋଲଡ଼”ରେ ମୋନି ଅକ୍ଷୟଙ୍କ ପତ୍ନୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ବର୍ତ୍ତମାନ ମୋନି, ରାଜ କୁମାରଙ୍କ ସହ “ମେଡ ଇନ୍ ଚାଇନା”ରେ ଅଭିନୟ କରୁଥିବାର ନଜରକୁ ଆସୁଛନ୍ତି । ଏହି ଫିଲ୍ମରେ ମଧ୍ୟ ମୋନି ରାଜକୁମାରଙ୍କ ପତ୍ନୀ ଭୂମିକାରେ ନଜରକୁ ଆସିବେ । ଫିଲ୍ମଟି ଏହି ବର୍ଷ ରିଲିଜ ହେବ ।