ସଲମାନ ଖାନଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ । ନିଜେ ବିବାହ ପାଇଁ ପ୍ରସ୍ତାବ ପଠାଇଛନ୍ତି ।

Spread the love

ବର୍ତ୍ତମାନ ବଲିଉଡର ଜଣେ ଜଣାଶୁଣା ସୁନ୍ଦରୀ ଅଭିନେତ୍ରୀ ସଲମାନ ଖାନଙ୍କ ସହ ବିବାହ କରିବା ପାଇଁ ତତ୍ପର ହୋଇ ରହିଛନ୍ତି ।

ବଲିଉଡରେ ଅନେକ ତାରକା ଅଛନ୍ତି କିନ୍ତୁ କିଛି ଅଭିନେତ୍ରୀ ଏହିପରି ଅଛନ୍ତି ଯେଉଁମାନଙ୍କ ପ୍ରସିଦ୍ଧି ପ୍ରଥମରୁ କମ ନଥିଲା କିମ୍ବା ଆଗାମୀ ଦିନ ଗୁଡିକରେ ମଧ୍ୟ କମ ହେବ ନାହିଁ । ସଲମାନ ବଲିଉଡର ଏହିଭଳି ଜଣେ ଅଭିନେତା ଯିଏ ସର୍ବଦା କୌଣସି ନା କୌଣସି ବିଷୟକୁ ନେଇ ମିଡ଼ିଆର ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ କଳା ହରିଣ ଶିକାର ମାମଲାରୁ ମୁକ୍ତି ହୋଇଛନ୍ତି । ସଲମାନ ନିଜ କ୍ରୋଧ ଅପେକ୍ଷା ଦୟାଳୁ ଚରିତ୍ର ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ଏହି କଥାରେ ଦ୍ଵିମତ ନାହିଁ ଯେ, ସଲମାନ ବଲିଉଡର ଏହିପରି ଜଣେ କଳାକାର ଅଟନ୍ତି ଯିଏ, ସର୍ବଦା ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ସଲମାନଙ୍କ ଅନେକ ପ୍ରଶଂସକ ଦୁନିଆର କୋଣ ଅନୁକୋଣରେ ରୁହନ୍ତି ଏବଂ ତାଙ୍କର ଫିଲ୍ମ ଦେଖିବା ପାଇଁ ଲୋକେ ଚାହିଁ ବସିଥାନ୍ତି । ଦର୍ଶକଙ୍କୁ ସଲମାନଙ୍କ ଫିଲ୍ମ ସହ ସଲମାନଙ୍କ ବିବାହର ଅପେକ୍ଷା ମଧ୍ୟ କରି ବସିଥାନ୍ତି । ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । ଅନେକ ଥର ସଲମାନଙ୍କ ବିବାହର ମିଛ ଖବର ମଧ୍ୟ ଶୁଣିବା ପାଇଁ ମିଳିଛି । ସଲମାନଙ୍କ ବିବାହ ହୋଇ ନାହିଁ କିନ୍ତୁ ବଲିଉଡର ଅନେକ ଅଭିନେତ୍ରୀ ସଲମାନଙ୍କ ସହ ବିବାହ କରିବା ପାଇଁ ଚାହିଁ ବସିଥାନ୍ତି । ଏହି ପରିପ୍ରେକ୍ଷୀରେ ବଲିଉଡର ଜଣେ ଅଭିନେତ୍ରୀ ସଲମାନଙ୍କ ପାଖକୁ ନିଜର ଏବଂ ସଲମାନଙ୍କ ବିବାହର ପ୍ରସ୍ତାବ ପଠାଇଛନ୍ତି । ଏହି ଅଭିନେତ୍ରୀଙ୍କୁ ସଲମାନ ଏତେ ପସନ୍ଦ ଅଟନ୍ତି ଯେ, ସେ ସଲମାନଙ୍କ ସହ ବିବାହ କରିବା ପାଇଁ ପାଗଳ ହୋଇଯାଇଛନ୍ତି ।

ଏହି ଅଭିନେତ୍ରୀ ସଲମାନଙ୍କୁ ବିବାହ ପ୍ରସ୍ତାବ ପଠାଇଛନ୍ତି :

ଦୁନିଆରେ ଅନେକ ଝିଅ ସଲମାନଙ୍କ ସହ ବିବାହ କରିବା ପାଇଁ ଇଛା ପ୍ରକୋଟ କରିଥାନ୍ତି । ଏହାସହ ବଲିଉଡରେ ମଧ୍ୟ ଅନେକ ଅଭିନେତ୍ରୀ ସଲମାନଙ୍କ ସହ ବିବାହ କରିବା ପାଇଁ ଅପେକ୍ଷାରେ ରହିଥାନ୍ତି । ଅନେକ ଅଭିନେତ୍ରୀ ସଲମାନଙ୍କ ସହ ବିବାହ କରିବା ପାଇଁ ଇଛା ପ୍ରକଟ କରିଛନ୍ତି ଏବଂ ଏହି ସୂଚୀରେ ବର୍ତ୍ତମାନ ସୁନ୍ଦରୀ ଅଭିନେତ୍ରୀ ଉର୍ବଶ୍ରୀ ରୌଟେଲାଙ୍କ ନାମ ମଧ୍ୟ ଯୋଡି ହୋଇ ଯାଇଛି । ଉର୍ବଶ୍ରୀ, ସଲମାନଙ୍କ ପ୍ରେମରେ ପାଗଳୀ ହୋଇ ଯାଇଛନ୍ତି ଏବଂ ସଲମାନଙ୍କ ସହ ବିବାହ କରିବା ପାଇଁ ଇଛା ପ୍ରକଟ କରିଛନ୍ତି । ଉର୍ବଶ୍ରୀ ସର୍ବଦା ନିଜ ସୁନ୍ଦରତାକୁ ନେଇ ଖୁବ୍ ଚର୍ଚ୍ଚିତ ଅଟନ୍ତି କିନ୍ତୁ ଏହିଥର ସେ ଏହିଭଳି ମନ୍ତ୍ୟବ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଉର୍ବଶ୍ରୀଙ୍କୁ ସଲମାନଙ୍କ ବିଷୟରେ ପଚାରା ଯାଇଥିଲା, ସେହି ସମୟରେ ସେ କହିଥିଲେ, ସଲମାନ ଦେଶର ଏହିଭଳି ଜଣେ ଅଭିନେତା ଯିଏ ନିଜ ବଳରେ ଫିଲ୍ମ ଚଳାଇବାର କ୍ଷମତା ରଖିଛନ୍ତି ଏବଂ ସେ ଅବିବାହିତ ଅଟନ୍ତି । ଯାହାଫଳରେ ଅନେକ ଝିଅଙ୍କ ସ୍ୱପ୍ନ ରହିଛି ଯେ, ସେମାନେ ସଲମାନଙ୍କ ସହ ବିବାହ କରିବେ । ସମସ୍ତଙ୍କ ଭଳି ମୋର ମଧ୍ୟ ସଲମାନଙ୍କ ସହ ବିବାହ କରିବା ପାଇଁ ଇଛା ରହିଛି ।

ଏହି ଅଭିନେତ୍ରୀଙ୍କ ସହ ବିବାହ କରିବା ପାଇଁ ଚାହିଁଥିଲେ ସଲମାନ :

ନିକଟରେ ସଲମାନ କହିଛନ୍ତି, ସେ ବଲିଉଡର ଅଭିନେତ୍ରୀ ଜୁହି ଚବାଲାଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ । ସେ କହିଛନ୍ତି, ଜୁହି ତାଙ୍କୁ ପସନ୍ଦ ଥିଲେ । ଜୁହିଙ୍କ ପିତାଙ୍କ ସହ ସଲମାନ ବିବାହ ପାଇଁ କଥା ମଧ୍ୟ ହୋଇସାରିଥିଲେ କିନ୍ତୁ ଜୁହିଙ୍କ ପିତା ଏହି ବିବାହରେ ରାଜି ହୋଇନଥିଲେ । ପୂର୍ବରୁ ସଲମାନଙ୍କ ସମ୍ପର୍କ ଅନେକ ଅଭିନେତ୍ରୀଙ୍କ ସହ ରହିଥିବା କାରଣରୁ ଜୁହିଙ୍କ ପିତା ଚାହିଁ ନଥିଲେ ଯେ, ଜୁହି ଏବଂ ସଲମାନଙ୍କ ବିବାହ ହେଉ । ଜୁହିଙ୍କ ପିତାଙ୍କ ପାଇଁ ସଲମାନଙ୍କ ଛବି ଭଲ ନ ଥିଲା ।