5 ଟଙ୍କା ଆଇସକ୍ରୀମର ଖାଇବାର ଏକ ଘଣ୍ଟା ପରେ ପିଲାଟିର ଶରୀର ଫୁଲି ଯାଇଥିଲା, ଚିକିତ୍ସାରେ ବର୍ତ୍ତମାନ ସୁଦ୍ଧା 4ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି ।

Spread the love

ପଞ୍ଜାବ ନୁୟୁଜ :- ଡାକ୍ତର କହିଛନ୍ତି କଣ ପାଇଁ ଏପରି ହୋଇଛି ।

ଘଟଣାଟି ପଞ୍ଜାବର ଅମୃତସର ରେହାଡ଼ି ଗ୍ରାମର । ଏହି ଗ୍ରାମର ଗୋଟିଏ ଛୋଟ ପିଲା ଆଇସ୍କ୍ରିମ ଖାଇ ଶରୀରର ଅବସ୍ଥା ବିଗିଡି ଯାଇଛି, ସେହି ପିଲାଟିର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । ଆଇସକ୍ରିମ ଖାଇବାର ଏକ ଘଣ୍ଟା ପରେ ପିଲାଟିର ଶରୀର ଫୁଲିବାରେ ଲାଗିଲା । ଦେହସାରା ଏହା ବ୍ୟାପି ଯାଇଛି । ପିଲାଟିକୁ ଗୁରୁନାନକ ଦେଵ ହସ୍ପିଟାଲର ଚର୍ମ ବିଭାଗରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଚିକିତ୍ସାରେ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି ।

ପୀଡିତା ଝିଅଟି ତରନତାରନର ମରହଣା ଗ୍ରାମର ବାସିନ୍ଦା । ପିତା ତରସେମ ସିଂ କହିଛନ୍ତି; ତାଙ୍କ 5 ବର୍ଷର ଝିଅ ରାମ ସନ୍ଦିପ କୌର ଆଈଙ୍କ ଘର ପଣ୍ଡାରୀ ଗ୍ରାମ ଅଟେ । ସେ ତାକୁ ନେଇ ପଣ୍ଡାରୀ ଗ୍ରାମକୁ ଯାଇଥିଲେ । ସେ ଭାଇ ଭଉଣୀ ସହିତ ମିଶି ଖେଳୁଥିଲା । ଏହି ସମୟରେ ଆଇସକ୍ରିମ ଵାଲା ଆସିଥିଲା, ପିଲାମାନେ ଜିଦ କରିବାରୁ ଆଇସକ୍ରିମ ଖାଇବା ପାଇଁ ପଇସା ଦେଇଥିଲି । ମୋ ଝିଅ 5ଟଙ୍କା ଅରେଞ୍ଜ ଆଇସକ୍ରିମ ଓ ଅନ୍ୟ ପିଲାମାନେ କପ ଵାଲା ଆଇସକ୍ରିମ ଖାଇଥିଲେ । ଏହାର କିଛି ସମୟ ପରେ ସନ୍ଦୀପ ଘରକୁ ଆସି ନିଦ ଆସୁଛି କହି ଶୋଇପଡ଼ିଥିଲା ।

ଏହା ପରେ କିଛି ଏପରି ହୋଇଥିଲା ଯାହା ଦେଖିବା ପରେ ସମସ୍ତଙ୍କ ଚେତା ହଜି ଯାଇଥିଲା :

ପିତାଙ୍କ କହିବା ଅନୁସାରେ ଯେତେବେଳେ ଝିଅ ଶୋଇ ଥିଲା, ପରେ ଆମେ ତାର ଶରୀର ଦେଖି ବ୍ୟସ୍ତ ହୋଇପଡିଲୁ । ସେତେବେଳେ ଝିଅର ଓଠ ଓ ଗଳାର ଚର୍ମ ଫାଟି ଯାଇଥିଲା । ସେ ଅସହ୍ୟ ଯନ୍ତ୍ରଣାରେ କାନ୍ଦୁଥିଲା । ପ୍ରଥମେ ଆମେ ଭାବିଲୁ କୌଣସି କୀଟ କାମୁଡି ଦେଇଛି କିନ୍ତୁ ପରେ ଯେତେବେଳେ ହସ୍ପିଟାଲ ନେଲୁ ଦେଖିଲୁ ଆହୁରି ଅନେକ ସ୍ଥାନରେ ଏହିପରି ଫାଟିଛି ।

ପୁରା ଶରୀରକୁ ବ୍ୟାପିଗଲା ସଂକ୍ରମଣ :

ଡାକ୍ତର ପରୀକ୍ଷା କରି କହିଲେ, ଏହା ସଂକ୍ରମଣ କାରଣରୁ ପୁରା ଶରୀରରେ ବ୍ୟାପି ଯାଇଛି । ଡାକ୍ତର ସଙ୍ଗେ ସଙ୍ଗେ ଅମୃତସରର ଏକ ହସ୍ପିଟାଲକୁ ନେବାପାଇଁ କହିଲେ । ଡାକ୍ତରୀ ପରୀକ୍ଷାରେ ବିଷାକ୍ତ ପଦାର୍ଥ ସଂକ୍ରମଣର ସୂଚନା ମିଳିଲା । ଚର୍ମ ବିଶେଷଜ୍ଞ ଡା: ଏସ୍. କେ. ମାଲହୋତ୍ର କହିଲେ ଡ୍ରଗ୍ସର ପ୍ରତିକ୍ରିୟା ଫଳରେ ଏହିପରି ରୋଗ ଦେଖାଯାଇ ଥାଏ । ଏହାର ଅର୍ଥ ନିଶା ନୁହେଁ । କିନ୍ତୁ ରାସାୟନିକ ରଙ୍ଗର ମିଶ୍ରଣରେ ତିଆରି ଖାଦ୍ୟ ପଦାର୍ଥ ଖାଇବା ଫଳରେ ଏହିପରି ହୋଇଥାଏ ।