ଅକ୍ଷୟ କୁମାର ଙ୍କ ସହ ଯୋଡ଼ିଥିଲା ଏହି ଅଭିନେତ୍ରୀଙ୍କ ନାମ , ସମ୍ପର୍କ ଭାଙ୍ଗିଲା ପରେ ଚାଲିଯାଇଥିଲେ ବିଦେଶ

Spread the love

ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ନାମ ଅନେକ ଅଭିନେତ୍ରୀଙ୍କ ନାମ ସହ ଯୋଡ଼ି ସାରିଲାଣି । ଏହି ଲିଷ୍ଟରେ ପୂଜା ବତ୍ରା ଙ୍କ ନାମ ମଧ୍ୟ ସାମିଲ ଅଛି । ପୂଜା ବତ୍ରାଙ୍କ ସହିତ ଅକ୍ଷୟ କୁମାର ନିଜର କ୍ୟାରିୟରର ଆରମ୍ଭରେ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବଲିଉଡ ଇଣ୍ଡଷ୍ଟ୍ରିରେ କେବଳ ଏହି ଦୁଇଜଣଙ୍କ ନାମ ଚର୍ଚ୍ଚାରେ ରହିଥିଲା, ଯାହା ପରେ ଦୁଇଜଣଙ୍କର ଜୀବନ ଠିକଠାକ ରହିଥିଲା କିନ୍ତୁ ଏମିତି କିଛି ପରିସ୍ଥିତି ଆସିଥିଲା ଯେଉଁଥିପାଇଁ ପୂଜା ବତ୍ରା କେବଳ ଅକ୍ଷୟ କୁମାରଙ୍କ ଜୀବନରୁ ଚାଲିଯାଇଥିଲେ ତାହା ନୁହେଁ ଆହୁରି ମଧ୍ୟ ଜଣେ ବିଦେଶୀ ଙ୍କୁ ବିବାହ କରିଥିଲେ ।

ସେତେବେଳେ ରବିନା, ଜୂହି, କାଜଲଙ୍କ ଭଳି ଅଭିନେତ୍ରୀ ମାନେ ନିଜର ଖାସ୍ ପରିଚୟ ଗଢ଼ିସାରିଥିଲେ, ସେହି ସମୟରେ ପୂଜା ବତ୍ରା ସମସ୍ତଙ୍କର ଧ୍ୟାନ ନିଜ ପ୍ରତି ଆକର୍ଷିତ କରିଥିଲେ । ପୂଜା ବତ୍ରା ନିଜ କ୍ୟାରିୟରର ଆରମ୍ଭରେ ଅନେକ ଫିଲ୍ମ କରିଥିଲେ, ଯେଉଁଥିରେ ସବୁ ଫିଲ୍ମରୁ ତାଙ୍କୁ ସଫଳତା ମିଳିଥିଲା । ଧୀରେ ଧୀରେ ପୂଜାଙ୍କ ଗ୍ରାଫ ଅଧିକ ବଢ଼ିବାରେ ଲାଗିଥିଲା ସେତେବେଳେ ତାଙ୍କ ଜୀବନରେ ଅକ୍ଷୟ କୁମାରଙ୍କ ପ୍ରବେଶ ହୋଇଥିଲା । ଦୁଇଜଣଙ୍କ ଭଲପାଇବା ଶୁଟିଂ ସେଟରୁ ହିଁ ଆରମ୍ଭ ହୋଇଥିଲା ଏବଂ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ । କିନ୍ତୁ ଏହାପରେ କିଛି ହୋଇଥିଲା ଯେଉଁଥିପାଇଁ ସେମାନେ ଏବେ ପରସ୍ପରଙ୍କ ମୁଁହ ଦେଖିବା ବି ପସନ୍ଦ କରନ୍ତି ନାହିଁ ।

ଅକ୍ଷୟ କୁମାରଙ୍କୁ ଅତ୍ୟନ୍ତ ଭଲପାଉଥିଲେ ପୂଜା ବତ୍ରା :-

ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ଅକ୍ଷୟ କୁମାରଙ୍କୁ ଅତ୍ୟନ୍ତ ଭଲପାଉଥିଲେ । ତାଙ୍କୁ ଏହି କଥାରେ ଆଦୌ ଫରକ ପଡ଼ୁନଥିଲା ଯେ ତାଙ୍କ ବିଷୟରେ ମେଡିଆରେ କିଛି ଲେଖାଯାଉଛି । ପ୍ରକୃତରେ ତାଙ୍କୁ ଅକ୍ଷୟ କୁମାରଙ୍କ ସହିତ ସମୟ ବିତାଇବା ବହୁତ ଭଲ ଲାଗୁଥିଲା, ଯେଉଁ କାରଣରୁ ସେ ତାଙ୍କ ସହିତ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ମଧ୍ୟ ନେଇସାରିଥିଲେ । କେବଳ ପୂଜା ନୁହେଁ, ଅକ୍ଷୟ କୁମାର ମଧ୍ୟ ତାଙ୍କୁ ପସନ୍ଦ କରୁଥିଲେ । ଏମିତିରେ ଦୁଇଜଣଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ସେମାନେ ପରସ୍ପରକୁ ଡେଟ ମଧ୍ୟ କରିଥିଲେ ।

ଅକ୍ଷୟ କୁମାର ଦେଲେ ଧୋକା :-

ମେଡିଆ ରିପୋର୍ଟ ମୁତାବକ ଅକ୍ଷୟ କୁମାର ପୂଜା ବତ୍ରାଙ୍କୁ ଡେଟ କରିବା ସହ ଅନ୍ୟ ଏକ ଅଭିନେତ୍ରୀଙ୍କୁ ମଧ୍ୟ ଡେଟ କରୁଥିଲେ । ଯାହାକି ପୂଜା ସହି ପାରି ନଥିଲେ । ବାସ୍ତବରେ ପୂଜା ବତ୍ରାଙ୍କୁ ଲାଗୁଥିଲା ଯେ ଅକ୍ଷୟ କୁମାର ମଧ୍ୟ ତାଙ୍କୁ ସେତିକି ଭଲ ପାଆନ୍ତି ଯେତିକି ସେ ଅକ୍ଷୟ କୁମାର ଙ୍କୁ ଭଲ ପାଆନ୍ତି । କିନ୍ତୁ ଅକ୍ଷୟ କୁମାରଙ୍କ ଅନ୍ୟ କାହା ସହିତ ଅଫେୟାର କଥା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ । ପୂଜା ବତ୍ରା ନିଜେ ଇଚ୍ଛା କରି ମଧ୍ୟ ଏହି ବ୍ରେକଅପକୁ ଭୁଲି ପାରୁ ନଥିଲେ । ଏହା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଯେଉଁଥିପାଇଁ ସେ ନିଜର କ୍ୟାରିୟରକୁ ମଧ୍ୟ ଛାଡ଼ିବାକୁ ପଛେଇ ନଥିଲେ ।

ବିଦେଶୀ ପୁଅ ସହିତ କରିଥିଲେ ବିବାହ :-

ଅକ୍ଷୟ କୁମାରଙ୍କ ଠାରୁ ଅଲଗା ହେବା ପରେ ପୂଜା ବତ୍ରା ସମ୍ପୂର୍ଣ୍ଣ ଅବସାଦ ରେ ରହିଥିଲେ, ଯେଉଁ କାରଣରୁ ସେ ଜଣେ ବିଦେଶୀ ପୁଅକୁ ବିବାହ କରିଥିଲେ ଏବଂ ବଲିଉଡ ଠାରୁ ଦୂରେଇ ଯାଇଥିଲେ । ଅକ୍ଷୟ କୁମାରଙ୍କ ଉପରେ କେତେ ଝିଅଙ୍କ ହୃଦୟ ଭାଙ୍ଗିବାର ଅଭିଯୋଗ କେତେଥର ରହିଛି । କେବଳ ଏତିକି ନୁହେଁ କେତେକ ଅଭିନେତ୍ରୀ ତାଙ୍କୁ ଧୋକା ଦେବାର ଅଭିଯୋଗ ମଧ୍ୟ କରିଛନ୍ତି । ଏବେ ଅକ୍ଷୟ କୁମାର ଟ୍ୱିଙ୍କିଲ ଖାନ୍ନାଙ୍କ ସହିତ ଖୁସିରେ ଅଛନ୍ତି ।