ପ୍ରଥମେ ତକିଆ ଏବଂ ବର୍ତ୍ତମାନ ସମାଜ ପେପର ପିନ୍ଧିବା ଫଳରେ ଇଣ୍ଟରନେଟରେ ଥଟାର ଶିକାର ହୋଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ।

Spread the love

କରୋନା ସଙ୍କଟ କାରଣରୁ ସମ୍ପୂର୍ଣ୍ଣ ଦେଶ ଲାକଡାଉନ ମଧ୍ୟରେ ଗତି କରୁଛି ଲୋକେ ନିଜ ନିଜ ଘରେ ରହି କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଆହ୍ୱାନ ଦେଖିବା ପାଇଁ ମିଳିଛି । ଅନ୍ୟପକ୍ଷରେ ଫେସନ ସହ ଜଡିତ ଆହ୍ୱାନରେ ଅଭିନେତ୍ରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି ଯାହାଫଳରେ ଅଭିନେତ୍ରୀ ମାନେ ଥଟାର ପାତ୍ର ହୋଇଛନ୍ତି । ଆମେ ଏଠାରେ ଅଭିନେତ୍ରୀ ପାୟଲ ରାଜପୁଟଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ । ପାୟଲ ଜଣେ ଟେଲିଭିଜନ ତାରକା ଅଟନ୍ତି । ନିକଟରେ ପାୟଲ ସୋସିଆଲ ମିଡିଆରେ ଫେସନ ସହ ଜଡିତ ଏକ ଆହ୍ୱାନରେ ଭାଗ ନେଇଥିଲେ ଯାହାଫଳରେ ସେ ଥଟାର ପାତ୍ରୀ ହୋଇଥିଲେ । ପାୟଲ ନିକଟରେ ଖବରକାହାଜ ପିନ୍ଧିଥିଲେ ଯାହାଫଳରେ ସୋସିଆଲ ମିଡିଆରେ ଥଟା କରିବାରେ ଲାଗିଛନ୍ତି ।

Google
Google

ପାୟଲ ରାଜପୁତ ଇଂଷ୍ଟାଗ୍ରାମରେ ଏକ ଫୋଟ ଶେୟାର କରିଥିଲେ ଯେଉଁଥିରେ ସେ ଲୋକଙ୍କୁ ପଚାରିଛନ୍ତି ମୋର ପୋଷାକ କିପରି ଲାଗୁଛି ? ପାୟଲ ନିୟୁଜ ପେପର ବ୍ୟବହୃତ ଏକ ପୋଷାକ ପିନ୍ଧିଥିଲେ । ପାୟଲଙ୍କ ଏହି ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଫୋଟ ଦେଖିବା ପରେ ଲୋକେ ଅଭିନେତ୍ରୀଙ୍କୁ ଥଟା କରିବାରେ ଲାଗିଛନ୍ତି । ଜଣେ ଇୟୁଜର ଲେଖିଛନ୍ତି ମୁଁ ଛୋଟ ବେଳେ ଚକଲେଟ ଜରିରେ ଏହିପରି କିଛି କରୁଥିଲି । ଅନ୍ୟଜଣେ ଲେଖିଛନ୍ତି “ହେ ନିୟୁଜପେପର” ।

Google

ଏହା ପୂର୍ବରୁ ପାୟଲ ତକିଆ ଆହ୍ୱାନରେ ଭାଗ ନେଇଥିଲେ ଯେଉଁଥିରେ ସେ ତକିଆର ପୋଷାକ ପିନ୍ଧି ଫୋଟ ଶେୟାର କରିଥିଲେ । ପାୟଲ ତକିଆକୁ ଏକ ପତଳା ବେଲ୍ଟ ସାହାଯ୍ୟରେ ପିନ୍ଧିଥିଲେ । ପାୟଲଙ୍କ ଏହି ଫୋଟଟି ମଧ୍ୟ ବହୁତ ଭାଇରଲ ହୋଇଥିଲା । ଏହି ଆହ୍ୱାନ ଫଳରେ ମଧ୍ୟ ପାୟଲ ଥଟାର ପାତ୍ରୀ ହୋଇଥିଲେ ।