ମାତ୍ର ୫୦୦ ଟଙ୍କା ନେଇ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ ଏହି ଅଭିନେତ୍ରୀ, ଆଜି ତାଙ୍କ ପାଖରେ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି…

Spread the love

ଘର ଭଡ଼ା ଦେବା ପାଇଁ ମଧ୍ୟ ତାଙ୍କ ପାଖରେ ନ ଥିଲା ଟଙ୍କା କିନ୍ତୁ ବର୍ତ୍ତମାନ ମୁମ୍ବାଇର ପୋସ ନାମକ ସ୍ଥାନରେ ଅଛି କୋଟି କୋଟି ମୂଲ୍ୟର ଘର !

ବଲିଓଡ଼ ଇଣ୍ଡଷ୍ଟ୍ରିକୁ ଆସିବା ଓ ନିଜର କ୍ୟାରିୟର ତିଆରି କରିବା ସହିତ ନିଜକୁ ସେହି ଶିଖରରେ ପହଞ୍ଚିବାର ସ୍ଵପ୍ନ ସମସ୍ତେ ଦେଖନ୍ତି । ବଲିଓଡ଼ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କମ କଳାକାର ଅଛନ୍ତି; ଯାହାର କି କେହି ଗଡ଼ଫାଦର ନଥାଇ ମଧ୍ୟ ସେମାନେ ନିଜ ଅଭିନୟ ଓ କ୍ଷମତା ବଳରେ ଏହି ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିଛନ୍ତି ଏବଂ ଏବେ ସେମାନେ ଜଣେ ଜଣେ ଜଣା ଶୁଣା କଳାକାର ହୋଇଯାଇଛନ୍ତି । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ଏକ କଳାକାର ବିଷୟରେ କହିବୁ; ଯିଏ କି ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି କିନ୍ତୁ ଯେତେବେଳେ ସେ ଅଭିନୟରେ କ୍ୟାରିୟର ତିଆରି କରିବା ପାଇଁ ମୁମ୍ବାଇ ଆସିଥିଲେ, ସେତେବେଳେ ତାଙ୍କ ପାଖରେ ମାତ୍ର ୫୦୦ ଟଙ୍କା ହିଁ ଥିଲା ଓ ଆଜି ସେ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି ।

ଆମେ ଆଲୋଚନା କରୁଛୁ ଟାଇଗର ଶୋରଫାଙ୍କ ପ୍ରେମିକା ଦିଶା ପଟାନୀଙ୍କ ବିଷୟରେ । ଦିଶା ବଲିଉଡ଼ରେ ଏମ.ଏସ୍.ଧୋନି ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ନଜର ଆସିଥିଲେ । ନିଜର ପ୍ରଥମ ଚଳଚ୍ଚିତ୍ରରୁ ହିଁ ଦିଶା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ଓ ନୂଆ କରି ବଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିଶାଙ୍କ ସମ୍ପୂର୍ଣ୍ଣ ଶ୍ରେୟ ଏହି ଚଳଚ୍ଚିତ୍ରକୁ ଯାଏ । ଏହି ଚଳଚ୍ଚିତ୍ର ଦିଶାଙ୍କୁ ବଲିଉଡ଼ରେ ପରିଚୟ ପ୍ରଦାନ କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଏବେ ଦିଶାଙ୍କ ଗଣନା ବଲିଉଡ଼ର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ସହିତ କରାଯାଏ ଓ ବର୍ତ୍ତମାନ ସେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଗୁଡ଼ିକରେ ନିଜ ନାମ ସାମିଲ କରିଛନ୍ତି ।

ଦିଶାଙ୍କୁ ଯେତେବେଳେ ଏକ ଇଣ୍ଟରଭ୍ୟୁରେ ବଲିଉଡ଼ରେ ନିଜ ସଫଳତା ବିଷୟରେ ପ୍ରଶ୍ନ କରାଗଲା; ତେବେ ସେ ଉତ୍ତରରେ କହିଥିଲେ ଯେ, ଏହି ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବହୁତ ସଂଘର୍ଷ ଏବଂ ପରିଶ୍ରମ କରିବାକୁ ପଡ଼ିଥିଲା । କହି ରଖୁଛୁ ଯେ, ଦିଶାଙ୍କୁ ସର୍ବଦା ଅଭିନୟର ଆଗ୍ରହ ଥିଲା ଏବଂ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ନିଜର ପାଠ ପଢାକୁ ମଝିରେ ଛାଡି ଦେଇଥିଲେ ଏବଂ ଅଭିନୟ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ସେ ମୁମ୍ବାଇକୁ ଚାଲି ଆସିଥିଲେ । ଦିଶା କହିଲେ ଯେ, ମୁମ୍ବାଇ ସହର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା ଏବଂ ସେ ଏଠାରେ ଏକୁଟିଆ ହିଁ ରହୁଥିଲେ । ସେ ନିଜ ଘରୁ ମାତ୍ର ୫୦୦ ଟଙ୍କା ନେଇ ଆସିଥିଲେ ଓ ଏଠାରେ ନିଜ ଖର୍ଚ୍ଚ ସେ ହିଁ ଚଳାଉଥିଲେ ସେ କେବେ ମଧ୍ୟ ଘରଲୋକଙ୍କୁ ଟଙ୍କା ମାଗିନଥିଲେ ।

ଦିଶା କହିଛନ୍ତି ଯେ, ତାଙ୍କ ଜୀବନରେ ଏମିତି ଏକ ସମୟ ମଧ୍ୟ ଆସିଥିଲା, ଯେତେବେଳେ ତାଙ୍କ ପାଖରେ କିଛି ମଧ୍ୟ ଟଙ୍କା ନଥିଲା । ସବୁଦିନ ଅଡିସନ ଦେବା ପାଇଁ ଯିବାକୁ ପଡୁଥିଲା । ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା ଯେ, କାମ ନ ମିଳିବା ଯୋଗୁଁ ଘର ଭଡ଼ା ଦେବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । କିନ୍ତୁ କେବେ ମଧ୍ୟ ଦିଶା ହାର ମାନି ନଥିଲେ । ଏହାପରେ ବଲିଉଡ଼ ଚଳଚ୍ଚିତ୍ର ‘ଏମ.ଏସ୍.ଧୋନି: ଦ ଅନ ଟୋଲଡ଼ ଷ୍ଟୋରୀ’ରେ ତାଙ୍କୁ ଏକ ଛୋଟ ଭୂମିକା ପାଇଁ ଚୟନ କରାଯାଇଥିଲା । କିନ୍ତୁ ଏହି ଛୋଟ ଭୂମିକାଟି ହିଁ ଆଜି ଦିଶାଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ଦେଇଛି । ଦିଶା କହିଲେ କି ଏହାପରେ ମୋତେ ଅନ୍ୟ ଏକ ଫିଲ୍ମରେ ଚୟନ କରିଥିଲେ କିନ୍ତୁ ପରେ ତାଙ୍କ ବଦଳରେ ଅନ୍ୟ କାହାକୁ ବାଛି ନେଲେ । କିନ୍ତୁ ଦିଶା ହାର ମାନି ନାହାନ୍ତି ଓ ନିଜ ମନ ବଳ ଲଗାଇ ପରିଶ୍ରମ କରୁଛନ୍ତି ।

ଯେହେତୁ ଦିଶାଙ୍କ ପରିଶ୍ରମର ଫଳ ଏହା ଯେ, ସେ ଏବେ ବଲିଉଡର ଜଣେ ଉଚ୍ଚକୋଟିର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କେବେ ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିବା ଝିଅ ପାଖରେ ଆଜି ମୁମ୍ବାଇର ପୋଶ ନାମକ ସ୍ଥାନ ବାନ୍ଦ୍ରା ଠାରେ ନିଜର ଏକ ଘର ଅଛି । ଏହି ଅପାର୍ଟମେଣ୍ଟ ୨୦୧୭ରେ ଦିଶା ନିଜେ ନିଜକୁ ଉପହାର ସ୍ୱରୂପ ଦେଇଥିଲେ । ଦିଶାଙ୍କ ଏହି ଘରର ନାମ ‘ଲିଟିଲ ହଟ’ ଅଟେ । ଯାହାର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ଅଟେ ।