ଆକାଉଣ୍ଟ ରୁ ପଇସା କଟିଗଲା କିନ୍ତୁ ଏଟିଏମ୍ ରୁ ବାହାରିଲା ନାହିଁ ଟଙ୍କା, ଜାଣନ୍ତୁ କେମିତି ପୁଣି ଥରେ ଫେରି ପାଇବେ ନିଜ ଟଙ୍କା ।

Spread the love

ଏଟିଏମ୍ ରୁ ପଇସା ବାହାର କରିଲା ବେଳେ ବହୁତ ଥର ଏମିତି ହୋଇଥାଏ ଯେ, ଖାତାରୁ ଟଙ୍କା କଟିଯାଏ କିନ୍ତୁ ଏଟିଏମ୍ ରୁ ଟଙ୍କା ବାହାରେ ନାହିଁ । ଏମିତିରେ ଗ୍ରାହକକୁ ଦୁଇ ତରଫରୁ ଅସୁବିଧା ହୋଇଥାଏ । ପ୍ରଥମତଃ ତାକୁ ଦରକାର ଥିବା ସମୟରେ ପଇସା ମିଳେ ନାହିଁ ଓ ଦ୍ଵିତୀୟତଃ ତାକୁ ନିଜ ପଇସା ପାଇବା ପାଇଁ ବ୍ୟାଙ୍କର ଚକ୍କର୍ ଲଗାଇବାକୁ ପଡିଥାଏ ।

ବ୍ୟାଙ୍କିଙ୍ଗ ବିଶେସଂଜ୍ଞଙ୍କ କହିବା ଅନୁଯାୟୀ, ସର୍ବ ପ୍ରଥମେ ଏଟିଏମ୍ ରୁ ପଇସା ବାହାର କରୁଥିବା ସମୟରେ ସ୍କିପ୍ ନେବା ଜରୁରୀ ଅଟେ । ଏହାଦ୍ଵାରା ଏଟିଏମ୍ ରୁ ଟଙ୍କା ଉଠାଇବାର ପ୍ରମାଣ ସହଜରେ ମିଳିଯିବ । ଏହାପରେ ବି ପୀଡିତଙ୍କୁ ଅଭିଯୋଗର ପୁରା ପ୍ରକ୍ରିୟା ଆପଣେଇବାକୁ ପଡିବ ଓ ମୌଖିକ ଅଭିଯୋଗ ଭରସାରେ ହିଁ ବସି ରହିଲେ କିଛି ହେବ ନାହିଁ ।

ଆର୍.ବି.ଆଇ.ର ନିୟମ ଅନୁଯାୟୀ, ସବୁ ବ୍ୟାଙ୍କର ଏଟିଏମ୍ ପରିସରରେ ସଂପର୍କ ଅଧିକାରୀଙ୍କ ଫୋନ ନମ୍ବର ଓ ବ୍ୟାଙ୍କର ଟୋଲ ଫ୍ରି ନମ୍ବର ସୂଚନା ଜାରି କରିବା ଅନିର୍ବାଜ୍ୟ ଅଟେ । ଏଟିଏମ୍ ରେ କମ୍ପ୍ଲେନ୍ ରେଜିଷ୍ଟର୍ ଓ ବକ୍ସ ମଧ୍ୟ ଥିବା ଜରୁରୀ ଅଟେ ।

ବ୍ୟାଙ୍କ ନିଜେ ଫେରାଇ ଥାଏ ପଇସା :

ସାମାନ୍ୟତମ ଏଟିଏମ୍ ରୁ ପଇସା ନ ବାହାରିଲେ ପଇସା ଆପେ ଆପେ କିଛି ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାକୁ ଆସି ଯାଇଥାଏ । କିନ୍ତୁ ବେଳେ ବେଳେ ଏପରି ହୋଇ ନ ଥାଏ, ଏମିତିରେ ଆମକୁ ମୌଖିକ ଅଭିଯୋଗ ଉପରେ ଭରସା କରି ବସି ରହିଲେ କିଛି ହେବ ନାହିଁ । ନିୟମତଃ ଗ୍ରାହକଙ୍କ ଏଟିଏମ ଟ୍ରାନ୍ଜେକସନ ଫେଲ୍ ହେବାର ୩୦ ଦିନ ମଧ୍ୟରେ ଅଭିଯୋଗ ଦର୍ଜ କରାଇବା ଉଚିତ ଓ ଏହାର ୭ ଦିନ ମଧ୍ୟରେ ଗ୍ରାହକକୁ ପଇସା ଫେରାଇ ଦେବା ଦରକାର । ଯଦି ବ୍ୟାଙ୍କ ନିର୍ଦ୍ଧାରିତ ସମୟରେ ଧନ ରାଶି ଫେରାଉ ନାହିଁ, ତେବେ ପୀଡିତ ସେହି ରାଶି ଉପରେ ସୁଧ ମଧ୍ୟ ପାଇବାର ଅଧିକାରୀ ହୋଇଥାଏ ।

Google

ବ୍ୟାଙ୍କ ନିଜେ ଫେରାଇ ଥାଏ ପଇସା:

ପଇସା ବାହାର କରିବା ସମୟରେ ଯଦି ସ୍ଲିପ୍ ନ ବାହାରେ, ତେବେ ଆପଣଂକୁ ବ୍ୟାଙ୍କ ଷ୍ଟେଟମେଂଟ୍ ର ଫୋଟକପି ଲଗାଇବାକୁ ପଡିବ । ବ୍ୟାଙ୍କର କଷ୍ଟମର କେୟାର୍ ନମ୍ବରରେ କଲ୍ କରି ଅବା ୱେବସାଇଟ୍ ରେ ଲିଖିତ ଅଭିଯୋଗ ଦର୍ଜ କରିପାରିବେ । ଏଟିଏମ୍ ରୁ ଯଦି ପଇସା ନ ବାହାରିଲା, ତେବେ ଏହା ହେବାର ୩୦ ଦିନ ମଧ୍ୟରେ ଆପଣଂକୁ ଅଭିଯୋଗ କରିବାକୁ ପଡିବ ।

ସ୍ଲିପ୍-ଟିକୁ ସମ୍ଭାଳି କରି ରଖନ୍ତୁ :

ଯଦି ଏଟିଏମ୍ ରୁ ଟଙ୍କା ବାହାରିଲା ନାହିଁ, ତେବେ ସ୍ଲିପ୍-ଟିକୁ ସମ୍ଭାଳି କରି ରଖନ୍ତୁ । ସ୍ଲିପ୍-ରେ ଏଟିଏମ୍-ର ଆଇଡ଼ି, ଲୋକେସନ, ଟଙ୍କା ବାହାର କରିବାର ସମୟ ଓ ଅନ୍ୟ ସବୁ ସୂଚନା ମଧ୍ୟ ଥାଏ । ଆପଣ ସିଧାସଳଖ ବ୍ୟାଙ୍କର ଶାଖାକୁ ଯାଇ ମଧ୍ୟ ଅଭିଯୋଗ ଦର୍ଜ କରାଇପାରିବେ ।

ଅଭିଯୋଗ ଦର୍ଜ କରାନ୍ତୁ :

ଅଭିଯୋଗ ଦର୍ଜ ହେଲା ପରେ ବ୍ୟାଙ୍କରୁ ଆପଣଂକୁ କଲ ଆସିପାରେ । ଅଭିଯୋଗ କରିବାର ୭ ଦିନ ମଧ୍ୟରେ ଆପଣ ଟଙ୍କା ଫେରି ପାଇପାରିବେ । ଯଦି ଏପରି ହେଉ ନାହିଁ; ତେବେ ଆପଣ ବ୍ୟାଙ୍କ ମ୍ୟାନେଜରଙ୍କ ସହ ସମ୍ପର୍କ କରନ୍ତୁ ଓ ଯଦି ସେଠାରେ ମଧ୍ୟ କିଛି ହେଉ ନାହିଁ, ତେବେ ଆପଣ ବ୍ୟାଙ୍କ ଲୋକପାଳଙ୍କ ସହ ସମ୍ପର୍କ କରନ୍ତୁ ।

ଆର୍.ବି.ଆଇ.ରେ ମଧ୍ୟ ଅଭିଯୋଗ କରିପାରିବେ : :

ଆର୍.ବି.ଆଇ.ରେ ଅଭିଯୋଗ କରିବା ମଧ୍ୟ ଏକ ବିକଳ୍ପ ଅଟେ, ଯେତେବେଳେ ଆପଣଙ୍କ ସବୁ ଚେଷ୍ଟା ବିଫଳ ହୋଇଯାଏ, ତାପରେ ଆପଣ ଆର୍.ବି.ଆଇ.ରେ ଅଭିଯୋଗ କରିପାରିବେ । ଉପଭୋକ୍ତା ଫୋରମରେ ମଧ୍ୟ ଗୁହାରି କରି ପାରିବେ, ଯେଉଁଠି ଟଙ୍କା ମିଳିବାରେ ବିଳମ୍ବ ଯୋଗୁଁ ଆପଣଂକୁ କ୍ଷତି ପୂରଣ ମଧ୍ୟ ମିଳିବ ।