ନିବସ୍ତ୍ର ହୋଇ ୩ କିଲୋମିଟର ଚାଲି ଚାଲି ପୋଲିସ ଥାନା ପହଞ୍ଚି ଥିଲେ, ୨୮ ବର୍ଷୀୟ ମହିଳା ଜଣକ ! ଜାଣନ୍ତୁ କଣ କାରଣ ଥିଲା ।

Spread the love

ଶଶୁର ଘରଲୋକଙ୍କ ଅତ୍ୟାଚାରରେ ସହି ନ ପାରି ଜଣେ ମହିଳା ସହଯ୍ୟ ପାଇଁ ପୋଲିସକୁ ଫୋନ କଲେ । କିନ୍ତୁ ପୋଲିସ ମଧ୍ୟ ଆସି ନଥିଲା । ଯେଉଁଥି ପାଇଁ ରାଜସ୍ଥାନ ପୋଲିସର କାମକୁ ନେଇ ପୁଣି ଥରେ ଅଙ୍ଗୁଳି ଉଠିଛି । ଶେଷରେ ନିର୍ବସ୍ତ୍ର ମହିଳା ପାଦରେ ୩ କିଲୋମିଟର ଚାଲିଚାଲି ଯାଇ ବିଦାଶର ଥାନାରେ ପହଞ୍ଚିଥିଲେ, ଯାହା ବର୍ତ୍ତମାନ ଚୁରୁ ଜିଲ୍ଲାରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ କି ରାସ୍ତାରେ ମହିଳା ନିବସ୍ତ୍ର ହୋଇ ଚାଲି ଚାଲି ଯାଉଥିଉଲେ, ଲୋକେ ମୋବାଇଲରେ ଭିଡିଓ ସୁଟିଂ କରୁଥିଲେ । କିନ୍ତୁ କେହି ଜଣେ ବି ମଣିଷ ତାଙ୍କର ଲଜ୍ଜା ନିବାରଣ ପାଇଁ ଆଗେଇ ଆସି ନ ଥିଲେ ।

୨୦ ନମ୍ବର ଜାତୀୟ ରାଜମାର୍ଗରେ ଦୀର୍ଘ ୪୫ ମିନିଟ ମହିଳା ଜଣକ ନଗ୍ନ ଶରୀର ଓ ଖାଲିପାଦରେ ଚାଲିଥିଲେ ମଧ୍ୟ ସହାୟତା ପାଇଁ ପୋଲିସ ପହଞ୍ଚି ନ ଥିଲା କି ରାସ୍ତାର ଜନସାଧାରଣ ଆଗେଇ ଆସିନଥିଲେ ।

ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନା କରୁଥିବା ଘଟଣାକୁ ନେଇ ମହିଳାଙ୍କ ଟେଲିଫୋନ ସୂଚନାକୁ ପୋଲିସ ଗୁରୁତ୍ଵ ଦେଇ ନ ଥିଲା । ତେବେ ମହିଳା ନଗ୍ନ ଶରୀରରେ ଥାନାରେ ପହଞ୍ଚିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ତ୍ବାରିତ କାର୍ଯ୍ୟାନୁଷ୍ଠାନ କରିବା ସହ ତାଙ୍କ ଦେଢଶୁର, ଯାଆ ଓ ଦିଅରଙ୍କୁ ଗିରଫ କରିଛି । ଏହା ସହିତ ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ତାଙ୍କର ନଗ୍ନ ଭିଡିଓ ସୁଟିଂ କରିଥିବା ଉମାଶଙ୍କର ନାଈକୁ ମଧ୍ୟ ଗିରଫ କରାଯାଇଛି ।

ଚୁରୁ ଜିଲ୍ଲା ବିଦାରସର ଥାନା ଅଞ୍ଚଳର ୱାର୍ଡ ନମ୍ବର ୫ରେ ରହୁଥିବା ମହିଳାଙ୍କ ସହ ତାଙ୍କ ପରିବାର ଲୋକଙ୍କର ରବିବାର ସକାଳେ ଝଗଡା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଘର ଲୋକେ ମହିଳାଙ୍କ ପୋଷାକ ଚିରି ତାଙ୍କୁ ନିର୍ବସ୍ତ୍ର କରିଦେଇଥିଲେ । ଘଟଣା ନେଇ ସେ ଫୋନ ଯୋଗେ ପୋଲିସକୁ ସୂଚନା ଦେଇଥିଲେ । ହେଲେ ଦୀର୍ଘ ସମୟ ଧରି ପୋଲିସ ନ ପହଞ୍ଚିବାରୁ ଶେଷରେ ସେଇ ଅବସ୍ଥାରେ ମହିଳା ଥାନା ଅଭିମୁଖେ ବାହାରି ପଡିଥିଲେ । ମହିଳା ଥାନା ନିକଟସ୍ଥ ସାଲାସର ମନ୍ଦିରରେ ପହଞ୍ଚିବା ପରେ ଥାନା ଆଇଆଇସି ଓ କନଷ୍ଟେବଳ ସେଠାରେ ତାଙ୍କୁ ବେଡସିଟ୍ ଆଣି ଘୋଡାଇଥିଲେ । ପରେ ସେ ଥାନାକୁ ଯାଇ ତାଙ୍କର ଅଭିଯୋଗ ରୁଜୁ କରିଥିଲେ ।