୧୩ ବର୍ଷୀୟ କନ୍ୟା ପୋଲିସକୁ ଚିଠି ଲେଖି କହିଥିଲା ବଞ୍ଚାଇ ଦିଅ ମୋତେ ଏମାନଙ୍କ ଠାରୁ……..

Spread the love

ପୋଲିସର ନାକ ତଳେ ୧୩ ବର୍ଷୀୟ ଝିଅର ବିବାହ ୩୪ ବର୍ଷୀୟ ପୁଅ ସହ କରାଇ ଦିଆଗଲା ।

ବିହାରରେ ଏକ ନାବାଳିକା ଝିଅର ବିବାହ ଜୋର ଜବରଦସ୍ତିରେ କରିଥିବା ଘଟଣା ସାମ୍ନାକୁ ଆସିଛି । ବିହାର ରାଜ୍ୟର ଭୋଜପୁର ଜିଲ୍ଲାର ବାସିନ୍ଦା ୧୩ ବର୍ଷୀୟ ଝିଅର ବିବାହ ୩୪ ବର୍ଷୀୟ ଏକ ପୁଅ ସହ କରାଇ ଦିଆ ଯାଉଥିଲା । ଏହି ୧୩ ବର୍ଷ ଝିଅଟି ନିଜ ବିବାହ ରୋକିବା ପାଇଁ ଅନେକ ଚେଷ୍ଠା କରିଥିଲା କିନ୍ତୁ ଝିଅଟିର ପରିବାର ଲୋକେ ମନ୍ଦିରକୁ ନେଇ ଝିଅଟିର ବିବାହ କରାଇ ଦେଇଥିଲେ । ଏହି ଝିଅଟି ବିବାହର ୨୦ ଦିନ ପୂର୍ବରୁ ହିଁ ପୋଲିସକୁ ନିଜ ବିବାହର ସୂଚନା ଦେଇ ପୋଲିସ ଠାରୁ ସାହାଯ୍ୟ ମାଗିଥିଲା । କିନ୍ତୁ ପୋଲିସ ଏହି ବିବାହକୁ ରୋକିବାରେ ଅସମର୍ଥ ହୋଇଥିଲା ।

କୁହାଯାଉଛି, ଏହି ନାବାଳିକା ଝିଅଟି ପୋଲିସକୁ ଏକ ଚିଠି ଲେଖିଥିଲା, ସେହି ଚିଠିରେ ଝିଅଟି ଲେଖିଥିଲା ମୋତେ ବଞ୍ଚାଇ ଦିଅନ୍ତୁ ! ମୁଁ ବିବାହ କରିବା ପାଇଁ ଚାହୁଁ ନାହିଁ, ମୋର ହେବାକୁ ଯାଉଥିବା ସ୍ୱାମୀର ବୟସ ୩୪ ବର୍ଷ ଅଟେ । କିନ୍ତୁ ପୋଲିସ ଏହି ଘଟଣାରେ କୌଣସି ହସ୍ତକ୍ଷେପ କରିନଥିଲା କିନ୍ତୁ ଏହି ଘଟଣାରେ ମହିଳା ଥାନା ପ୍ରଭାରୀ ମାଧୁରୀ କୁମାରୀଙ୍କ କହିବା ଅନୁସାରେ, ତାଙ୍କ ପାଖକୁ କୌଣସି ପ୍ରକାରର ଚିଠି ମିଳି ନାହିଁ । କିନ୍ତୁ ତାଙ୍କ ପାଖରୁ ଏକ ଫୋନ କଲ୍ ଆସିଥିଲା ଏବଂ ଜଣେ ଝିଅ କହିଥିଲା, ମୋର ବିବାହ କରାଇ ଦିଆଯାଉଛି ମୋତେ ବିବାହରୁ ବଞ୍ଚାଇ ଦିଅନ୍ତୁ ।

ଝିଅଟି ଏସ୍.ଡ଼ି.ଓଙ୍କ ପାଖକୁ ଆବେଦନ ପଠାଇ ଥିଲା :

ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଝିଅଟି ସଦର ଏସ୍.ଡ଼ି.ଓଙ୍କ ଠାରୁ ସାହାଯ୍ୟ ମାଗିଥିଲା । ପରେ ସଦର ଏସ୍.ଡ଼ି.ଓ ଆବେଦନ ପତ୍ରକୁ ସ୍ଥାନୀୟ ଧନଗାଇ ପୋଲିସ ପାଖକୁ ପଠାଇ ଦେଇଥିଲେ । ପରେ ଧନଗାଇ ପୋଲିସ ଝିଅଟି ସହ ମିଶି ପ୍ରତିଜ୍ଞା କରିଥିଲା ଯେ, ସେ ଝିଅଟିର ବିବାହ କରାଇଦେବେ ନାହିଁ । କିନ୍ତୁ ପୋଲିସର ନାକ ତଳେ ଝିଅଟିର ମାତାପିତା ସ୍ଥାନୀୟ ସନ୍ଦେଶ ଥାନା ଅନ୍ତର୍ଗତ ଶିବ ମନ୍ଦିରକୁ ନେଇଯାଇଥିଲେ ଏବଂ ଝିଅଟିର ବିବାହ ୨୬ ଏପ୍ରିଲରେ କରାଇଦେଇ ଥିଲେ ।

ଏହି ଘଟଣାରେ ପୋଲିସ କହିଛି; ଝିଅଟିର ମାତାପିତା ଲୁକ୍କାୟିତ ରୂପେ ବିବାହ କରାଇ ଦେଇଛନ୍ତି ଏବଂ ଆମକୁ ଏହାର କୌଣସି ସୂଚନା ମିଳି ନଥିଲା । ପରେ ଯେତେବେଳେ ଆମକୁ ଏହି ବିଷୟରେ ଖବର ମିଳିଥିଲା, ସେହି ସମୟରେ ଆମେ ସନ୍ଦେଶ ଥାନାକୁ ଖବର ଦେଇଥିଲୁ । ପରେ ସନ୍ଦେଶ ଥାନାର ପୋଲିସ ମନ୍ଦିରର ପୂଜାରୀକୁ ଏହି ବିଷୟରେ ପଚାରିଥିଲେ । ମନ୍ଦିରର ପୂଜାରୀକୁ ପୋଲିସ ବିବାହର କାଗଜପତ୍ର ଏବଂ ରସିଦ ମାଗିଥିଲେ ଏବଂ ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ ଚଳାଇଛି ।

ଏହି ଘଟଣା ପରେ ସନ୍ଦେଶ ଥାନା ପ୍ରଭାରୀ କହିଛନ୍ତି, ସୂଚନା ମିଳିଥିଲା ଯେ, ଅଖଗାଁର ଏକ ମନ୍ଦିରରେ ଏକ ବିବାହ ଚାଲିଛି । ଏହାପରେ ପୋଲିସ ମନ୍ଦିରର ପୂଜାରୀକୁ ପଚାରିଥିଲେ ଝିଅର ବୟସ ଏବଂ ପୂଜାରୀ ଝିଅଟିର ବୟସ ୧୮ ବର୍ଷ ବୋଲି କହିଥିଲା ।

ବିହାରରେ ଘଟିଥିବା ଏହି ଘଟଣା ସିଧାସଳଖ ପୋଲିସର ଅଣଦେଖାରେ ହୋଇଛି । ଏହି ନିରୀହ ଝିଅଟି ବିବାହର ୨୦ ଦିନ ପୂର୍ବରୁ ମହିଳା ଥାନାର ପୋଲିସଙ୍କୁ ସାହାଯ୍ୟ ମାଗିଥିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କାରଣରୁ ଝିଅଟିର ପିତାମାତା ଲୁକ୍କାୟିତ ରୂପେ ଝିଅଟିର ବିବାହ କରାଇ ନେଇଥିଲେ ।