ଏହି ପ୍ରସିଦ୍ଧ ଅଭିନେତାଙ୍କ ୧୦ ବର୍ଷୀୟ ଝିଅ ପଚାରିଲେ- “ପାପା ଆପଣ ଏମିତି ଖରାପ ସିନ୍ ଫିଲ୍ମ କାହିଁକି କରୁଛନ୍ତି । ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ବଲିଉଡର ପ୍ରସିଦ୍ଧ ଅଭିନେତା ଶର୍ମାନ ଯୋଶୀ ଆଜି ନିଜର ୪୦ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଚଳଚିତ୍ର ଷ୍ଟାଇଲରୁ ଲୋକଙ୍କୁ ହସାଇବା ଆରମ୍ଭ କରିଥିବା ଶର୍ମନ ସର୍ବଦା ବ୍ୟଙ୍ଗତମ ଚଳଚିତ୍ରରେ ହିଁ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଶର୍ମନ କିଛି ସିରିୟସ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଅତୀତରେ ଶର୍ମନ “ହେଟ ଷ୍ଟୋରୀ-୩”ରେ ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ଅଭିନେତ୍ରୀ ଜରିନ ଖାନ୍ ଙ୍କ ସହ ବହୁତ ବୋଲଡ଼ ସିନ୍ ଦେଇଥିଲେ କିନ୍ତୁ ଏହି ସିନ୍ ଗୁଡିକୁ ନେଇ ଶର୍ମନଙ୍କ ଝିଅ ଯେତେବେଳେ ପ୍ରଶ୍ନ କରିଥିଲେ, ପ୍ରଶ୍ନ ଶୁଣି ଶର୍ମନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଚଳଚିତ୍ର “ହେଟ ଷ୍ଟୋରୀ-୩”ରେ ବୋଲଡ଼ ସିନ୍ ଦେଇ ଶର୍ମନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହି ଚଳଚିତ୍ରରେ ସେ ବହୁତ ବୋଲଡ଼ ସିନ୍ ଜରିନଙ୍କ ସହ ଦେଇଥିଲେ । ଚଳଚିତ୍ରରେ ଦୁହେଁ ପତି ପତ୍ନୀଙ୍କ ଭୂମିକାରେ ନଜର ଆସିଥିଲେ ।

ଅନ୍ୟପଟେ ଶର୍ମନଙ୍କ ଝିଅଙ୍କୁ; ପାପା ଶର୍ମନଙ୍କ ଏପରି ସିନରେ ଅଭିନୟ କରିବା ପସନ୍ଦ ହୋଇନଥିଲା । ତେଣୁ ସେ ଘରକୁ ଆସିବା ପରେ ଶର୍ମାନଙ୍କୁ କହିଥିଲେ, “ପାପା ଆପଣ ଏପରି ସିନ୍ କଣ ପାଇଁ କରନ୍ତି ।”

ଏହି ସିନକୁ ନେଇ ଶର୍ମନଙ୍କୁ ଝିଅ ବହୁତ ରାଗି ଯାଇଥିଲେ । ଶର୍ମନ ଯେତେବେଳେ ନିଜ ଝିଅଙ୍କ ଠାରୁ ଏହି ପ୍ରଶ୍ନ ଶୁଣିଥିଲେ, ସେହି ସମୟରେ ଏହାର ଉତ୍ତର ସେ ଦେଇ ପାରିନଥିଲେ । ସେ ନିଜର ୧୦ ବର୍ଷୀୟ ଝିଅକୁ କିପରି ବୁଝିବେ ନିଜେ ବୁଝି ପାରିନଥିଲେ ? ପରେ ଶର୍ମନ ବହୁ କଷ୍ଠରେ ବୁଝାଇଥିଲେ ଜଣେ କଳାକାରକୁ ଯେଉଁ କାମ ନିର୍ଦ୍ଦେଶକ ଦେଇଥାନ୍ତି; ସେହି କାମ କରିବା ପାଇଁ ପଡିଥାଏ । ଚଳଚିତ୍ରରେ ଶର୍ମନଙ୍କ ବ୍ୟତୀତ କରଣ ସିଂହ ଗ୍ଲୋବର, ଜରିନ ଖାନ୍ ଏବଂ ଦେଜି ସାହଙ୍କ ଉପରେ ମଧ୍ୟ ବୋଲଡ଼ ସିନ ସୁଟିଂ କରାଯାଇଥିଲା ।