ଥାଇରାଇଡ୍ ସମସ୍ୟା ପାଇଁ ବଢୁଥିବା ଓଜନକୁ କମାଇବା ପାଇଁ ଏହି ଚାରୋଟି ଅଭ୍ୟାସକୁ ବଦଳାନ୍ତୁ ।

Spread the love

ଥାଇରାଇଡ୍ ସମସ୍ୟା ବହୁତ ବେଶୀ ବଢି ଚାଲିଛି । ଏହି ରୋଗ ମହିଳାମାନଙ୍କ ଠାରେ ବେଶୀ ଦେଖାଯାଏ । ଏହି ରୋଗରେ ରୋଗୀର ଶରୀର ବେଶୀ ଫୁଲି ଯାଏ କିମ୍ବା ଦିନକୁ ଦିନ ପତଳା ହେବାକୁ ଲାଗେ । ଥାଇରାଇଡ୍ ଗ୍ରନ୍ଥି ଆମ ଶରୀରରେ ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ଯଦି ଏହି ଗ୍ରନ୍ଥି ଠିକ ଭାବରେ କାମ ନ କରେ, ତାହେଲେ ଶରୀରରେ ଅନେକ ଗୁଡିଏ ସମସ୍ୟା ଆରମ୍ଭ ହୋଇଥାଏ ।

ଥାଇରାଇଡ୍ ଗ୍ରନ୍ଥି ଦୁଇ ପ୍ରକାରରେ ଅସନ୍ତୁଳିତ ହୋଇଥାଏ । ଯଦି ଥାଇରାଇଡ୍ କାରଣରୁ ଆପଣଙ୍କ ଓଜନ ବଢି ଚାଲିଛି, ତାହେଲେ ଆପଣ ଏହି ସମସ୍ୟା ପାଇଁ ହାୟପଥାୟରାଇଜିମ୍ ର ଶିକାର ହୋଇଛନ୍ତି । ଓଜନ ବଢି ଚାଲିଛି ଯଦି, ତାହେଲେ ଆପଣ କିଛି ପରିବର୍ତନ କରି ଆପଣ ନିଜର ଓଜନକୁ କମେଇପାରିବେ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଓଜନ ଥାଇରାଇଡ୍ ସମସ୍ୟା ପାଇଁ ବଢି ଚାଲିଛି ତାହେଲେ ପ୍ରଥମେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପରୀକ୍ଷା କରାଇନେବା ନିହାତି ଜରୁରୀ :

ଏହା ଜରୁରୀ ନୁହେଁ ଯେ, ଓଜନ ବଢିବା ହିଁ ଥାଇରାଇଡ୍ ର କାରଣ । ଏହା ବି ପରୀକ୍ଷା କରିଦେବା ଉଚିତ ଯେ, କାଳେ ଆପଣଙ୍କୁ ଥାଇରାଇଡ୍ ଅଛି ନା ନାହିଁ । ଥାଇରାଇଡ୍ ଦୁଇ ପ୍ରକାରର ସେ ଗୁଡିକ ହେଲା ସକ୍ରିୟ (ଅଣ୍ଡର୍ ଏକ୍ଟିଭ୍) ଓ ଅଧିକ ସକ୍ରିୟ (ଓଭର ଏକ୍ଟିଭ)। ଡକ୍ଟର ଏହାର ପରୀକ୍ଷା କରି ଆପଣଙ୍କୁ ଜଣେଇବେ । ଏହା ସହ ଡକ୍ଟରଙ୍କ ପରୀକ୍ଷାରେ ଏହା ବି ଜଣାପଡିବ ଯେ, ଆପଣଙ୍କ ଗଳାରେ କୌଣସି ପ୍ରକରାର ଗଣ୍ଠି ହୋଇଛି କି ନାହିଁ । ଏହା ସବୁ ଜାଣି ସାରିବା ପରେ ହିଁ ଆପଣ ସୂଚାରୁ ରୂପେ ନିଜର ଯତ୍ନ ନେଇପାରିବେ ।

ଖାଇବା ପିଇବା ଅଭ୍ୟାସରେ କରନ୍ତୁ କିଛି ପରିବର୍ତନ :

ଥାଇରାଇଡ୍ ରେ ଓଜନ କମେଇବା ମାନେ ଏହା ନୁହେଁ ଯେ, ଆପଣ ପୂରାପୂରି ଖାଇବା ଛାଡିଦେବେ । ଏଥିପାଇଁ ଆପଣଙ୍କ ଶରୀରରେ ଆବଶ୍ୟକ ମାତ୍ରାର ପୋଷଣ ରହିବା ନିହାତି ଜରୁରୀ । ନିୟମିତ ଭାବରେ ବ୍ୟାୟମ କରିବା ନିହାତି ଜରୁରୀ ତା’ସହ ଠିକ ପୋଷଣର ଖାଦ୍ୟ ଖାଇବା ନିହାତି ଜରୁରୀ । ନିଜ ଖାଦ୍ୟ ସୂଚୀରେ ସାଲାଡ୍, ସିଜ ପନିପରିବା ବେଶୀ ଖାଇବା ଦରକାର । ଏହା ଦ୍ଵାରା ଆପଣଙ୍କ ଶରୀରର ଓଜନ ବଢ଼ିବାରେ ନିୟନ୍ତ୍ରଣ ହୋଇପାରିବ । ତା’ସଂଗେ ସଂଗେ ଶରୀରର ଓଜନ ମଧ୍ୟ କମିବ ।

ସବୁଜ ଚାହା (ଗ୍ରୀନ ଟି)ର ବ୍ୟବହାର କରନ୍ତୁ :

ଓଜନ କମେଇବା ପାଇଁ ଲୋକମାନେ ଆଜିକାଲି ଗ୍ରୀନ ଟିର ବ୍ୟବହାର କରୁଛନ୍ତି । ଗ୍ରୀନ ଟି ଓଜନ କମେଇବାରେ ସାହାଯ୍ୟ କରିଥାଏ । ଗ୍ରୀ ଟି ଦ୍ୱାରା ଶରୀରରେ କୋଲୋଷ୍ଟର ମାତ୍ର କମି ଯାଇଥାଏ । ଯଦି ଆପଣଙ୍କ ଶରୀରରେ ଥାଇରାଇଡ୍ ଅଛି, ତା’ହେଲେ ଆପଣଙ୍କ ପାଇଁ ଗ୍ରୀନ ଟିର ବ୍ୟବହାର ଅତି ମାରାତ୍ମକ ହୋଇପାରେ । ଏହି ସମୟରେ ଗ୍ରୀନ ଟି ବ୍ୟବହାର ନ କରିବା ହିଁ ଆପଣଂକୟ ପକ୍ଷରେ ଭଲ ହେବ ।

ଔଷଧ ଖାଇବା ନିହାତି ଜରୁରୀ :

ଯଦି ଆପଣଙ୍କୁ ଥାଇରାଇଡ୍ ଅଛି, ତା’ହେଲେ କୌଣସି କାରଣରୁ ମଧ୍ୟ ଔଷଧ ଖାଇବା ଭୁଲାନ୍ତୁ ନାହିଁ । କାରଣ ଯଦି ଠିକାରେ ଔଷଧ ନ ଖାଆନ୍ତି ତେବେ ଶରୀରର ଓଜନ ବଢିଯାଇ ଥାଏ । ଯଦି ଆପଣ ଏହି ରୋଗର ଶିକାର ହେଇଛନ୍ତି ତାହେଲେ ନିଶ୍ଚିନ୍ତ ଗୋଟିଏ ନିଦ୍ଧାରିତ ସମୟରେ ଔଷଧ ଖାଇବା ଭୁଲାନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ଶରୀରକୁ ସୁସ୍ଥ ରହିପାରିବ ଏବଂ ଶରୀର ଓଜନ ବୃଦ୍ଧିକୁ ମଧ୍ୟ ରୋକିପାରିବେ ।

ଠିକ୍ ଆହାର ଆଉ ସୁସ୍ଥ ଶରୀର :

ଥାଇରାଇଡ୍ ରେ ଯଦି ଓଜନ କମ୍ କରିବାର ଅଛି ତାହେଲେ ଠିକ ସମୟରେ ଖାଇବା ପିଇବା ପ୍ରତି ଧ୍ୟାନ ରଖିବା ଉଚିତ । ଏଥିପାଇଁ ଆପଣଙ୍କୁ ଖାଦ୍ୟରେ ସିଜା ସାକାରକନ୍ଦା ଆଉ ସିଜା ଆଳୁ ଖାଇବାକୁ ପଡିବ । ଏହି ଦୁଇ ଖାଦ୍ୟ ଆପଣଙ୍କ ଶରୀରରେ କୋଲୋଷ୍ଟର ମାତ୍ରା କମାଇ ଥାଏ ଓ ଶରୀରକୁ ପୋଟାସିୟମ୍ ଯୋଗାଇଥାଏ । ଏହି ସମୟରେ ଧଳା ଭାତ ଅପେକ୍ଷା ବ୍ରାଉନ୍ ରାଇସ୍ ବ୍ୟବହାର କରିବା ବହୁତ ଭଲ ଅଟେ । ଆପଣ ଯଦି ମାଂସାହାରୀ ଅଟନ୍ତି, ତା’ହେଲେ ମାଛର ବ୍ୟବହାର କରିବା ବହୁତ ଭଲ ହେବ । ଖାଇବାରେ କୋବି ଓ ସୋୟାବିନ୍ ର ବ୍ୟବହାର ନ କରିବା ବହୁତ ଭଲ ଅଟେ । ଏହା ସହ ମିଠା ଆଉ ଫାଷ୍ଟ ଫୁଡ୍ ର ବ୍ୟବହାର କରିବା ବନ୍ଦ କରିଦେବ ଉଚିତ ହେବ ।