ପିଣ୍ଟୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଚଳଚ୍ଚିତ୍ର ଜଗତରେ ଆଜି ଖେଳି ଯାଇଛି କଳା ବାଦଲ । ଯାହାକୁ ଦେଖିବ ସମସ୍ତଙ୍କ ଆଖିରେ ଲୁହ । ସମସ୍ତେ ଝୁରୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦଙ୍କୁ । ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ସମସ୍ତେ ମର୍ମାହତ । ଏହା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ମର୍ମାହତ ହୋଇ ପଡିଛନ୍ତି । ଯାହାକୁ ନେଇ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ଜରିଆରେ ଶୋକ ବାର୍ତ୍ତାରେ କହିଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖୀତ ।

ନିଜ ନିଖୋଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡି ଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗଦି କାମନା ସହ ଶୋକ ସଂଙ୍କପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଉଛି । ସେହିଭଳି ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଓଡିଆ ଅଭିନେତା ଅକାଳ ବିୟୋଗ ଜନିତ ଖବର ପାଇଁବା ପରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Pintu

ତେବେ ପିଣ୍ଟୁ ନନ୍ଦ ଓଡିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଏକ ଓଡିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଚଳଚ୍ଚିତ୍ର ଜଗତରେ ସୋନାମ ଅର୍ଜନ କରିଥିଲେ । ତାଙ୍କର ଏଭଳି ଅକାଳ ବିୟୋଗ ଓଡିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଦୁଃଖଦ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି ।

ଠିକ୍ ସେହିପରି ବିଜେପିର ରାଷ୍ଟ୍ରେୟ ଉପାଦେକ୍ଷ୍ୟ ବୈଞ୍ଚତ ପଣ୍ଡା ବି ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ପିଣ୍ଟୁ ନନ୍ଦଙ୍କର ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ବୁଧବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଆଇସିଉ ରେ ଭର୍ତ୍ତି କରାଯାଇଥିଲା । ତେବେ ନିକଟରେ ଦିଲ୍ଲୀ ଇନସିଚିଉଟ୍ ଅଫ୍ ଲିଭର ଏଣ୍ଡ ଭିଲେନ୍ୟାରି ସାଇନସ୍ ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *