ଭାରତୀୟ କ୍ରିକେଟ ଦଳର ଲୋକପ୍ରିୟ ବୋଲର ବୁମରାହ, ବଲିଉଡର ଏହି ଅଭିନେତ୍ରୀଙ୍କୁ ପସନ୍ଦ କରନ୍ତି, ଆବଶ୍ୟକତା ଠାରୁ ଅଧିକ ଭଲ ପାଆନ୍ତି ।

Spread the love

ନିକଟରେ ହିଁ ଯଶପ୍ରୀତ ବୁମରାହ କହିଛନ୍ତି ଯେ, ତାଙ୍କୁ ବଲିଉଡର ଏହି ଅଭିନେତ୍ରୀ ଅତ୍ୟାଧିକ ଭଲ ଲାଗେ ।

ବର୍ତ୍ତମାନ ସମୟରେ ଯଦି କୌଣସି ଚର୍ଚିତ ବିଷୟ ରହିଛି; ତେବେ ତାହା ୨୦୧୯ କ୍ରିକେଟ ବିଶ୍ୱକପ । ହଁ ଆଜ୍ଞା, ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଦୁନିଆର ସମସ୍ତ ବଡ଼ ବଡ଼ ଦେଶର ଦଳମାନେ ନିଜର ଭଲ ପ୍ରଦର୍ଶନ କରୁଛନ୍ତି । କାହିଁକି ନା ସମସ୍ତ ଦେଶ ବିଶ୍ଵ କପର ବିଜେତା ଦଳ ହେବା ପାଇଁ ଚେଷ୍ଟା କରୁଛନ୍ତି । ଏକଥା ତ ସମସ୍ତେ ଜାଣନ୍ତି, କ୍ରିକେଟ ସହିତ ଭାରତର ବହୁ ଗଭୀର ସମ୍ପର୍କ ରହିଛି । କାରଣ ଭାରତୀୟ ଦଳରେ ଏମିତି କିଛି ଖେଳାଳୀ ଅଛନ୍ତି; ଯେଉଁମାନେ କି କେବେଳ ଭାରତରେ ନୁହେଁ ସାରା ବିଶ୍ୱରେ ବିଖ୍ୟାତ ହୋଇଛନ୍ତି । ଯେପରିକି କୋହଲି, ଧୋନୀ, ଧବନ, ରୋହିତ ଭଳି କିଛି ଏମିତି ଖେଳାଳୀ ଅଛନ୍ତି ଯାହାର ନାମରେ ଗୋଟେ ପରେ ଗୋଟେ ଏପରି ଅନେକ ରେକର୍ଡ ରହିଛି ।

ଏହି ନାମମାନଙ୍କ ମଧ୍ୟରେ କିଛି ଦିନ ହେବ ଆଉ ଏକ ନାମ ଜଡିତ ହୋଇଯାଇଛି, ଆଉ ସେହି ନାମଟି ହେଉଛି ଭାରତୀୟ କ୍ରିକେଟ ଦଳର ଲୋକପ୍ରିୟ ବୋଲର ଯଶପ୍ରୀତ ବୁମରାହ । ଯାହାଙ୍କର ପ୍ରତିଭା ଦିନକୁ ଦିନ ବଢି ଚାଲିଛି । ଏହିକଥା କିଛି ନୂଆ ନୁହେଁ; ଏହା ସମସ୍ତେ ଜାଣନ୍ତି ଯେ ବଲିଉଡ ସହ କ୍ରିକେଟର ସମ୍ପର୍କ ଅତି ପୁରାତନ ଏବଂ ବଲିଉଡ ସହ କ୍ରିକେଟର ନିବିଡ଼ ସମ୍ପର୍କ ମଧ୍ୟ ରହିଛି । ଏହାର ଉଦାହରଣ ସ୍ଵରୂପ ନିକଟରେ ହୋଇଥିବା ବିରାଟ ଓ ଅନୁଷ୍କାଙ୍କ ବିବାହ । ବିରାଟ ଓ ଅନୁଷ୍କା ଏକମାତ୍ର ଖେଳାଳି ବା ଅଭିନେତ୍ରୀ ନୁହଁନ୍ତି ଯିଏକି ଉଭୟଙ୍କୁ ପ୍ରେମ କରି ପରେ ବିବାହ କରିଥିଲେ । ଏମାନଙ୍କ ପୂର୍ବରୁ ମଧ୍ୟ ଅନେକ ଖେଳାଳି ଏବଂ ଅଭିନେତ୍ରୀମାନେ ଏପରି କରିଛନ୍ତି । ଯାହାଙ୍କ ମଧ୍ୟରୁ କିଛି ସମ୍ପର୍କ ସଫଳ ହୋଇଛି ତ କିଛି ସମ୍ପର୍କ ଭାଙ୍ଗି ଯାଇଛି ।

ଏହି ଅଭିନେତ୍ରୀ ବୁମରାହକୁ କ୍ଲିନ ବୋଲ୍ଡ କରିଛନ୍ତି :

କିନ୍ତୁ ବର୍ତ୍ତମାନ ସମୟରେ ଏମିତ କିଛି ଖବର ଆସୁଛି ଯେ, ଯିଏ ନିଜ ବୋଲିଂ ଆକ୍ରମଣରେ ବିପକ୍ଷ ଦଳର ଖେଳାଳୀକୁ କ୍ଲିନ ବୋଲ୍ଡ କରୁଥିଲେ ସିଏ ଆଜି ନିଜେ କ୍ଲିନ ବୋଲ୍ଡ ହୋଇ ଯାଇଛନ୍ତି । ହଁ ଆଜ୍ଞା, ଖବର ଅନୁସାରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବର୍ତ୍ତମାନ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଉପରେ ଫିଦା ହୋଇଛନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ଯଶପ୍ରୀତ, ଆଲିଆ ଭଟ୍ଟଙ୍କ ପାଇଁ ତାଙ୍କ ମନରେ ଥିବା ପ୍ରେମ ପ୍ରକାଶ କରିଛନ୍ତି । ଏହି ଇଣ୍ଟରଭ୍ୟୁରେ ସେ କହିଲେ ଯେ, ମୋ ହୃତପିଣ୍ଡ ଯାହା ପାଇଁ ଜୋରରେ ସ୍ପନ୍ଦନ କରୁଛି ସେ ହେଉଛନ୍ତି ଏହି ଅଭିନେତ୍ରୀ ।

ୟୁ-ଟ୍ୟୁବରେ ଇଣ୍ଟରଭ୍ୟୁ ଦେଇଥିଲେ :

ୟୁ-ଟ୍ୟୁବର ଏକ ଚ୍ୟାନେଲ ‘ଜେଗଲ’ରେ ଇଣ୍ଟେର୍ଭିଉ ଦେବା ସମୟରେ ବୁମରାହଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ପଚରା ଯାଇଥିଲା । ସେହି ସମୟରେ ଏ ପ୍ରଶ୍ନ ମଧ୍ୟ ଆସିଥିଲା ଯେ, ବଲିଉଡର କେଉଁ ଅଭିନେତ୍ରୀଙ୍କୁ ସିଏ ବହୁତ ପସନ୍ଦ କରନ୍ତି । ଯାହାର ଉତ୍ତରରେ ପ୍ରଥମେ ତ ବୁମରାହ ଆଗପଛ ହେଲେ କିନ୍ତୁ ପରେ ଲଜ୍ଜିତ ହୋଇ ଆଲିଆ ଭଟ୍ଟଙ୍କ ନାମ ନେଲେ । ଯାହା ହେଉ କଥା କଥାରେ ଜଣାପଡ଼ିଗଲା ଯେ, ସାରା ଦୁନିଆର ବଡ଼ ବଡ଼ ଖେଳାଳୀକୁ ନିଜ ବୋଲରେ ବୋଲ୍ଡ କରୁଥିବା ବୁମରାହ ଆଜି ଜଣେ ଅଭିନେତ୍ରୀଙ୍କ ପ୍ରେମରେ ଆଉଟ୍ ହୋଇ ଯାଇଛନ୍ତି ।