ତମ୍ବା ପାତ୍ରରେ ପାଣି ରଖି ପିଉଛନ୍ତି କି ? ତେବେ ନିଶ୍ଚିତ ପଢନ୍ତୁ ଏହି ଖବର :- ରହିବେ ନିରୋଗ, ମିଳିବ ଅନେକ ଲାଭ

Spread the love

ପୂର୍ବକାଳରେ ଲୋକମାନେ ରୋଷେଇ ପାଇଁ ଏବଂ ଭୋଜନ କରିବ ପାଇଁ ମାଟି ପାତ୍ର ବ୍ୟତୀତ କଂସା, ପିତ୍ତଳ, ଲୁହା, ଆଲୁମିନିୟମ, ରୂପା, ତମ୍ବାର ବାସନ ବ୍ୟବହାର କରୁଥିଲେ । ସେତେବେଳେ ଷ୍ଟିଲର ବ୍ୟବହାର ହେଉନ ଥିଲା । ସେଥିପାଇଁ ଏହି ସବୁ ଧାତୁର ବାସନ ବ୍ୟବହାର ହେଉଥିଲା । ଷ୍ଟିଲ ବାସନ ଶସ୍ତା, ଏହାର ଦର କମ୍ ଓ ଦେଖିବାକୁ ସୁନ୍ଦର ହୋଇଥିବାରୁ ଏହା ବହୁଳ ପରିମାଣରେ ବ୍ୟବହାର ହେଉଛି । ଯାହାଫଳରେ କଂସା ପିତ୍ତଳ ପରି ଧାତୁ ନିର୍ମିତ ବାସନ ବ୍ୟବହାର ଆଦୌ ହେଉନାହିଁ କହିଲେ ଚାଲେ । କାରଣ ଏହାର ମୁଲ୍ୟ ଅଧିକ ପଡିଥାଏ । କିନ୍ତୁ ତମ୍ବା ବାସନ ବ୍ୟବହାର ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ ।

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ । କିନ୍ତୁ ଯଦି ଠିକ୍ ଭାବରେ ଏହି ଧାତୁର ବାସନ ବ୍ୟବହାର ହୁଏ ନାହିଁ, ତା’ହେଲେ ଏହାର ଲାଭ ମିଳି ନ ପାରେ । ପାଣି ସହିତ ତମ୍ବା ରାସାୟନିକ ପ୍ରତିକ୍ରିୟା କରିଥାଏ ଏବଂ ଏହାର ଫଳସ୍ୱରୂପ ଆଣ୍ଟିବ୍ୟାକ୍ଟେରିୟା, ଆଣ୍ଟି ଇଂଫ୍ଲୋମେଟୋରି ଗୁଣ ସବୁ ଉତ୍ପନ୍ନ ହୋଇଥାଏ । ସେଥି ଲାଗି ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ।

୨୦୧୨ ମସିହାର ଏକ ଅଧ୍ୟୟନ ଅନୁସାରେ ତମ୍ବା ପାତ୍ରରେ ପାଣି ରଖିବା ଦ୍ୱାରା ଏହାର ଅଶୁଦ୍ଧତା କମ୍ ହୋଇଯାଏ । ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ତମ୍ବା ପାତ୍ରରେ ୧୬ ଘଣ୍ଟା ପର୍ଯ୍ୟନ୍ତ ପାଣି ରଖିବା ଦ୍ୱାରା ସେଥିରେ ଥିବା ଜୀବାଣୁ ମରିଯାଆନ୍ତି । ତାମ୍ର ଜଳର ଆଣ୍ଟିବ୍ୟାକ୍ଟେରିୟା ,ଆଣ୍ଟି ଇଂଫ୍ଲୋମେଟୋରି ତତ୍ୱ ପାଇଁ ଶରୀରର ଭିତର ଏବଂ ବାହାର ଘା’ଆ କୁ ଶୁଖିବାରେ ସାହାଯ୍ୟ କରିଥାଏ । କୋଲେଷ୍ଟରଲ କମ୍ କରିବାରେ ସାହାଯ୍ୟ କରିଥାଏ ।

Google

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାହୋଇଥିବା ପାଣି ଶରୀରରେ ବାତ, ପିତ ଏବଂ କଫକୁ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ପାଣିକୁ ତମ୍ବା ପତ୍ରରେ ପ୍ରାୟ ୮ ଘଣ୍ଟା ରଖିବା ଦରକାର । ଏହି ପାଣି ମଧ୍ୟ ବାସୀ ହୋଇ ନ ଥାଏ ଏବଂ ବହୁତ ସମୟ ପର୍ଯ୍ୟନ୍ତ ରହିଥାଏ । ତମ୍ବା ପାତ୍ରକୁ କେବେ ହେଲେ ମାଟି ଉପରେ ରଖିବେ ନାହିଁ । ମାଟି ଉପରେ ରଖିବା ଦ୍ୱାରା ପୃଥିବୀର ଗୁରୁତ୍ୱାକର୍ଷଣ ଶକ୍ତି ହେତୁ ତମ୍ବାର ସମସ୍ତ ଗୁଣ ପାଣିରେ ମିଶିପାରେ ନାହିଁ ତେଣୁ ଏହାକୁ କାଠ କିମ୍ଵା ଟେବୁଲ ଉପରେ ରଖନ୍ତୁ । ଏହାର ପାତ୍ରକୁ ମଧ୍ୟ ଭଲରେ ସଫା ରଖନ୍ତୁ ।