ଏହି ଉପାୟ ଅବଲମ୍ବନ କରିବା ଦ୍ଵାରା ହୀରା ଭଳି ଚମକି ଉଠିବ ଆପଣଙ୍କ ଦାନ୍ତ….

Spread the love

ଯେଉଁଭଳି ଭାବରେ ଜଣେ ବ୍ୟକ୍ତି ପାଇଁ ତାର ଚେହେରା ଜରୁରୀ ହୋଇଥାଏ ଠିକ ସେହିପରି ବ୍ୟକ୍ତି ପାଇଁ ତା’ର ଦାନ୍ତ ମଧ୍ୟ ବହୁତ ଜରୁରୀ ହୋଇଥାଏ । ଆପଣମାନେ ନିଶ୍ଚୟ ଦେଖିଥିବେ କେତେକ ଲୋକଙ୍କ ଦାନ୍ତ ଏତେ ଚମକି ଥାଏ ଯେ, ଲୋକମାନେ ସେହି ଲୋକଙ୍କ ବ୍ୟକ୍ତିତ୍ୱ ସହିତ ଦାନ୍ତର ପ୍ରଶଂସା ମଧ୍ୟ କରିଥାନ୍ତି । କିନ୍ତୁ ସେଠାରେ କିଛି ଏଭଳି ଲୋକ ଥାଆନ୍ତି, ଯେଉଁମାନଙ୍କୁ ଅନ୍ୟ ଲୋକଙ୍କ ସାମ୍ନାରେ କଥା ହେବା କିମ୍ବା ହସିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ିଥାଏ । କାରଣ ସେମାନଙ୍କ ଦାନ୍ତ ଏତେ ମାତ୍ରାରେ ହଳଦିଆ ବା ମଇଳା ହୋଇଥାଏ ଯେ, ସେମାନେ କଥାବାର୍ତ୍ତା କରିବା ପାଇଁ ମଧ୍ୟ ଲଜ୍ଜା ଅନୁଭବ କରିଥାନ୍ତି । କିନ୍ତୁ ସେମାନଙ୍କର ଦାନ୍ତ ହଳଦିଆ ହେବାର ଅନେକ କାରଣ ମଧ୍ୟ ରହିଥାଏ । ଆସନ୍ତୁ ସେହି କାରଣ ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା । ସେଥିମଧ୍ୟରୁ ଗୋଟିଏ ହେଉଛି ଚାହା :

Google

ଚାହା –

ଦୁନିଆର ଅଧିକାଂଶ ଲୋକମାନେ ଦିନର ଆରମ୍ଭ ଚାହା ପିଇ କରିଥାନ୍ତି । ଦୁନିଆରେ ଏଭଳି ଲୋକମାନେ ମଧ୍ୟ ଅଛନ୍ତି, ଯେଉଁମାନେ ରାତ୍ରରେ ଶୋଇବା ପୂର୍ବରୁ ମଧ୍ୟ ଚାହା ପିଇଥାନ୍ତି । ଲୋକମାନେ ଅଧିକାଂଶ ସମୟରେ ଚାହା ପିଇବା କାରଣରୁ ସେମାନଙ୍କ ଦାନ୍ତ ବହୁତ ଶୀଘ୍ର ହଳଦିଆ ହୋଇ ଯାଇଥାଏ ଓ ଦାନ୍ତ ଛୋଟ ଛୋଟ ଖଣ୍ଡ ହୋଇ ଭାଙ୍ଗିବାକୁ ଲାଗିଥାଏ ।

Google

ଏମିତିରେ ସେମାନେ ନିଜ ଦାନ୍ତକୁ ସଫା ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଉପାୟ ଅବଲମ୍ବନ କରି ନିଜ ଦାନ୍ତକୁ କିଛି ସମୟ ପାଇଁ ଧଳା କରିଦେଇଥାନ୍ତି । କିନ୍ତୁ କିଛିଦିନ ପରେ ଚାହା ସେବନ କରିବା ଦ୍ଵାରା ପୁଣି ଠାରେ ସେମାନଙ୍କ ଦାନ୍ତ ହଳଦିଆ ହୋଇ ଯାଇଥାଏ । ଯଦି ଆପଣ ମଧ୍ୟ ଏହିଭଳି ସମସ୍ୟର ସମ୍ମୁଖୀନ ହେଉଛନ୍ତି ଏବଂ ନିଜ ଦାନ୍ତକୁ ଚମକେଇବା ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଘରଇ ଉପଚାର ଆପଣାଇବା ଉଚିତ ଏହି ଘରୋଇ ଉପଚାର ଆପଣାଇବା ଫଳରେ ଆପଣଙ୍କୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା (side effect) ମଧ୍ୟ ହୋଇନଥାଏ ।

ଉପଚାର -୧

Google

ଏକ ଚାମଚ ବେକିଙ୍ଗ ସୋଢା ଆଣନ୍ତୁ ସେଥିରେ ୫ ରୁ ୬ ବୁନ୍ଦା ଲେମ୍ବୁ ରସ ପକାଇ ଦିଅନ୍ତୁ । ଏହାକୁ ଆପଣ ବ୍ୟବହାର କରୁଥିବା ପେଷ୍ଟରେ ମିଶାଇ ବ୍ରସରେ ଦାନ୍ତକୁ ସଫା କରନ୍ତୁ । ଏହି ଉପାୟକୁ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ତେବେ ଆପଣ ଦେଖିବେ, ଆପଣଙ୍କ ଦାନ୍ତ କ୍ଷୀର ଭଳି ଧଳା ହେବ ଓ ହୀରା ଭଳି ଚମକିବ । ଏହାଦ୍ୱାରା ଆପଣ ଅନ୍ୟ ସାମ୍ନାରେ ହସି ହସି କଥା ହୋଇ ପାରିବେ ।

ଉପଚାର -୨

Google

ବହୁତ ଲୋକ ବିଶ୍ୱାସ କରନ୍ତି ଯେ, ଦାମିକା ଟୁଥପେଷ୍ଟର ବ୍ୟବହାର କରିବା ଦ୍ୱାରା ତାଙ୍କର ଦାନ୍ତ ସଫା ହୋଇଯିବ କିନ୍ତୁ ସତ କଥା ଏହା ଯେ, ଟୁଥପେଷ୍ଟ ବ୍ୟବହାର କରିବା ଦ୍ଵାରା କେବଳ ଦାନ୍ତରେ ଥିବା ବ୍ୟାକ୍ଟେରିଆ ସଫା ହୋଇଥାଏ କିନ୍ତୁ ଦାନ୍ତରେ ଲାଗିଥିବା ହଳଦିଆ କିମ୍ବା ଅନ୍ୟ କୌଣସି ରଙ୍ଗ ଦୂର ହୋଇନଥାଏ । ଏଥିପାଇଁ ଯଦି ଆପଣଙ୍କର ଦାନ୍ତରେ ଦାଗ ଲାଗିଛି ବା ଆପଣଙ୍କର ଦାନ୍ତ ହଳଦିଆ ପଡିଯାଇଛି ତେବେ ଦାମିକା ଟୁଥପେଷ୍ଟର ବ୍ୟବହାର କରି ଅଯଥାରେ ନିଜର ପଇସା ବର୍ବାଦ କରନ୍ତୁ ନାହିଁ ଏହା ପ୍ରତିବାଦଳରେ ଆପଣ କମଳାର ଚୋପା ଦ୍ୱାରା ନିଜର ହଳଦିଆ ପଡିଥିବା ଦାନ୍ତକୁ ଭଲ ଭାବରେ ରଗଡି ସଫା କରିବେ ତେବେ ଆପଣଙ୍କର ଦାନ୍ତ ବହୁତ ଶୀଘ୍ର ଚମକିବାକୁ ଲାଗିବ । ଆପଣ ଅଳ୍ପ କିଛି ଦିନ ବ୍ୟବହାର କରିବା ପରେ ଏହାର ଫଳାଫଳ ସ୍ଵୟଂ ଆପଣ ଜାଣି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଭଲ ଲାଗେ ତେବେ Comment Boxରେ ନିଜ ମତାମତ ପ୍ରଦାନ କରନ୍ତୁ ଏବଂ ଗୋଟିଏ like କରନ୍ତୁ । ଅନ୍ୟମାନଙ୍କୁ ଜଣାଇବା ପାଇଁ ଶେୟାର କରନ୍ତୁ ।