ଗର୍ଭାବସ୍ଥାରେ ମହିଳାମାନେ ଚିନ୍ତିତ ରହିଲେ ଗର୍ଭରେ ବଢୁଥିବା ଶିଶୁର ଲିଙ୍ଗରେ ଆସିପାରେ ପରିବର୍ତ୍ତନ, ଅନୁସନ୍ଧାନରୁ ହୋଇଛି ସ୍ପଷ୍ଟୀକରଣ ! ଏହି କଥା କଣ ଆପଣ ଜାଣନ୍ତି କି ?

Spread the love

ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ପିଏନଏଏସ୍ ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ ଗର୍ଭାବସ୍ଥାରେ ମହିଳାମାନେ ଶାରୀରିକ ଓ ମାନସିକ କ୍ଷେତ୍ରରେ ଅଧିକ ଚିନ୍ତିତ ରହିଲେ ଏହାର ପ୍ରଭାବ ଗର୍ଭରେ ବଢୁଥିବା ଶିଶୁ ଉପରେ ପଡି ଶିଶୁଟିର ଲିଙ୍ଗକୁ ପ୍ରଭାବିତ କରିଥାଏ । ଏହି ଅଧ୍ୟୟନ ଅନୁଯାୟୀ କୁହାଯାଇଛି ଯେ ଶାରୀରିକ ଓ ମନୋବୈଜ୍ଞାନିକ ଚିନ୍ତାକୁ ସାମାନ ଭାବରେ ତୁଲାଉଥିବା ମହିଳାମାନଙ୍କର ପୁତ୍ର ସନ୍ତାନ ହେବାର ସମ୍ବାବନା ବହୁତ କମ୍ ରହିଥାଏ । ଏହାର ମୁଖ୍ୟ କାରଣ ଅତ୍ୟାଧିକ ଚିନ୍ତା ଦ୍ୱାରା ମାଆ ର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ, ଯାହାଫଳରେ ଭ୍ରୁଣରେ ନ୍ୟୁରଲଜିକାଲ ଓ ବ୍ୟବହାରିକ ବିକାଶକୁ ପ୍ରଭାବିତ କରି ପରିବର୍ତ୍ତନ ହୋଇପାରେ ।

ଆମେରିକାର କୋଲମ୍ବିଆ ବିଶ୍ୱବିଦ୍ୟାଳୟ ବାଗେଲୋସ କଲେଜର ପ୍ରଫେସର କୈଥରିନଙ୍କ ଅନୁଯାୟୀ, ଆମେ ୧୮ ବର୍ଷର ଅନୁଭୂତି କାଳରେ ୧୮୭ ଗର୍ଭବତୀ ମହିଳାଙ୍କୁ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ସହିତ ନିୟମିତ ଜୀବନରେ ଚିନ୍ତା ବଢ଼ାଉଥିବା ୨୭ ଟି ସଂକେତ ବିଷୟରେ ଅଧ୍ୟୟନ କରିଛୁ । ଯେଉଁଠାରେ ପ୍ରାୟତଃ ୧୭ ପ୍ରତିଶତ ମହିଳାମାନଙ୍କ କ୍ଷେତ୍ରରେ ମନୋବୈଜ୍ଞାନିକ ସ୍ତରରେ ଚିନ୍ତା ରହିଥାଏ, ଯାହାକି ଚିକିତ୍ସକୀୟ ଭାବେ ଉଚ୍ଚ ସ୍ତରର ଅବସାଦର କାରଣ ଚିନ୍ତା ଓ ଉତ୍ତେଜନାର ଲକ୍ଷଣ ପରିଲକ୍ଷିତ ହେବା । ଯେଉଁଠାରେ କି ୧୬ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଶାରୀରିକ ଉତ୍ତେଜନା ଯେପରିକି ଅପେକ୍ଷାକୃତ ଅଧିକ ଉଚ୍ଚ ରକ୍ତଚାପ ଓ ଅତ୍ୟାଧିକ କ୍ୟାଲୋରି ଉପଲବ୍ଧ ହେବା ଇତ୍ୟାଦି । ଏହି ଅନୁସନ୍ଧାନରେ ୧୨୫ ଜଣ ଗର୍ଭବତୀ ମହିଳା ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିଲେ ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁ ଗର୍ଭବତୀ ମହିଳାମାନଙ୍କର ଉଚ୍ଚ ରକ୍ତଚାପ ଓ ଅତ୍ୟାଧିକ କ୍ୟାଲୋରି ରହିଥିବ, ସେମାନଙ୍କ କ୍ଷେତ୍ରରେ ଅନ୍ୟ ଗର୍ଭବତୀ ମହିଳାଙ୍କ ତୁଳନାରେ ଶିଶୁକୁ ସମୟ ପୂର୍ବରୁ ଜନ୍ମ ଦେବାର ସମ୍ବାବନା ଅଧିକ ରହିଥାଏ । ଯେତେବେଳେ କି ମାନସିକ ରୂପରେ ଚିନ୍ତାଗ୍ରସ୍ତ ଥିବା ମହିଳାମାନେ ଓ ଶାରିରୀକ ଭାବରେ ଚିନ୍ତିତ ଥିବା ମହିଳାଙ୍କ ତୁଳନାରେ ଶିଶୁର ଜନ୍ମ ହେବାର ଜଟିଳତା ଅଧିକ ମାତ୍ରାରେ ବଢିଯାଏ ।

ଏଥିରେ ଏହା ସ୍ପଷ୍ଟୀକରଣ ମିଳୁଛି ଯେ ଗର୍ଭାବସ୍ଥାରେ ମହିଳାମାନେ ଅତ୍ୟାଧିକ ଚିନ୍ତିତ କିମ୍ବା ଉତ୍ତେଜିତ ରହିଲେ ସମୟ ପୂର୍ବରୁ ଶିଶୁକୁ ଜନ୍ମ ଦେବା ଅର୍ଥାତ ପ୍ରି ମେଚ୍ୟୁର ଡିଲିଭରି ସହିତ ଶିଶୁ ମୃତ୍ୟୁ ହାର ବୃଦ୍ଧି, ଶିଶୁର ଶାରୀରିକ ଓ ମାନସିକ ବିକାଶର ଅଭାବ, ଶିଶୁଠାରେ ଏକାଗ୍ରତାର ଅଭାବ କିମ୍ବା ଆବଶ୍ୟକ ଠାରୁ ଅଧିକ ସକ୍ରିୟିତା ଓ ବିକାଶର ସମସ୍ୟା ଇତ୍ୟାଦି ପରିଲକ୍ଷିତ ହୁଏ ।

ଅଧ୍ୟୟନରୁ ଏହା ମଧ୍ୟ ଅବଗତ ହୋଇଛି ଯେ ୩୦ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କ ଚିନ୍ତାର କାରଣ ଅଫିସ କାମ ଓ ଅବସାଦ ହୋଇଥାଏ । ଯେତେବେଳେ କି ସାମାଜିକ ଓ ପାରିବାରିକ ରୂପରେ ଗର୍ଭବତୀ ମହିଳାଙ୍କୁ ସାହାର୍ଯ୍ୟ କରିବା ଦ୍ୱାରା ପ୍ରି-ଟର୍ମ ବାର୍ଥ ସମସ୍ୟାର ଚିନ୍ତା ଓ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତା’ହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ । ଆpଣଙ୍କ ଦିନଟି ଶୁଭମୟ ହେଉ । ଜୟ ଜଗନ୍ନାଥ