ମଙ୍ଗଳବାର ଦିନ ଏହି ଛୋଟିଆ ଉପାୟଟି କରନ୍ତୁ, ଜୀବନରେ ଧନର ଅଭାବ ରହିବା ନାହିଁ !

Spread the love

ମଙ୍ଗଳବାର ଦିନ ମୁଖ୍ୟତଃ ଶ୍ରୀ ହନୁମାନ ଭଗବାନଙ୍କ ଦିନ ଅଟେ । ମାନ୍ୟତା ଅନୁସାରେ, ଏହି ଦିନରେ ଶ୍ରୀ ହନୁମାନଙ୍କୁ ସ୍ମରଣ କରି କୌଣସି କାମ ଆରମ୍ଭ କରିଲେ, ସେହି କାମ ଅତିଶୀଘ୍ର ସଫଳ ହୋଇଥାଏ । ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ଶୁଭ କାର୍ଯ୍ୟ କରିଲେ ଧନ, ସମ୍ପତ୍ତି, ବୈଭବ ସବୁବେଳେ ରହିଥାଏ । ତେବେ ଆସନ୍ତୁ ଜାଣିବା, ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ହନୁମାନ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରାଯାଇ ପାରିବ ।

ଏହି ଉପାୟ ଗୁଡ଼ିକୁ କରନ୍ତୁ –

୧) ମଙ୍ଗଳବାର ଦିନ ଗାଈକୁ ରୋଟି ଖାଇବାକୁ ଦେବା ଶୁଭ ବୋଲି କୁହାଯାଏ । ମଙ୍ଗଳବାର ଦିନ ଘରରୁ ବାହାରୁଥିବା ସମୟରେ ରୋଟି ସହ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ନିଶ୍ଚୟ ଦିଅନ୍ତୁ ।

୨) ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ କିଛି ନା କିଛି ଦାନ କରନ୍ତୁ । ହନୁମାନ ଭଗବାନଙ୍କୁ ଲାଲ କପଡ଼ା ଅର୍ପଣ କରିଲେ, ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

୩) ହନୁମାନ ଭଗବାନଙ୍କ ମୂର୍ତ୍ତି ଉପରେ ସିନ୍ଦୁର ଓ ମଲ୍ଲି ଫୁଲର ତେଲକୁ ଲଗେଇବା ଦ୍ୱାରା ଧନର ପ୍ରାପ୍ତ ହୋଇଥାଏ ।

୪) ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ମନ୍ତ୍ରକୁ ସ୍ଥାପିତ କରି ପୂଜା କରିଲେ ଘରେ ନକରାତ୍ମକ ଶକ୍ତି କେବେ ମଧ୍ୟ ପ୍ରବେଶ କରିପାରି ନଥାଏ ।

୫) ମଙ୍ଗଳବାର ଦିନ ହନୁମାନ ଚାଳିସା ପଢ଼ୁଥିବା ବ୍ୟକ୍ତି ଯଦି ସୋରିଷ ତେଲରେ ଦୀପ ଜଳେଇ ପୂଜା କରନ୍ତି, ତେବେ ସେମାନଙ୍କ ଉପରେ ହନୁମାନ ଭଗବାନଙ୍କ କୃପା ସବୁବେଳେ ରହୁଥିବ ।

୬) ହନୁମାନ ଭଗବାନଙ୍କ ପୂଜା କରିବା ସମୟରେ ଗେଣ୍ଡୁ ଫୁଲକୁ ନିଶ୍ଚୟ ବ୍ୟବହାର କରନ୍ତୁ । କାରଣ ଗେଣ୍ଡୁଫୁଲ ହନୁମାନ ଭଗବାନଙ୍କ ଅତି ପ୍ରିୟ ଅଟେ ।

୭) ସନ୍ଧ୍ୟାରେ ମନୁମାନ ଭଗବାନଙ୍କ ମୂର୍ତ୍ତିର ତିନି ଥର ପରିକ୍ରମା କରିଲେ ବହୁତ ଲାଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିନି ଥରରୁ ଅଧିକ ପରିକ୍ରମା କରନ୍ତୁ ନାହିଁ ।

୮) ଉସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜଳେଇଲେ ବହୁତ ଶୁଭ ବୋଲି କୁହାଯାଏ । ଏଭଳି କରିଲେ ଆପଣଙ୍କ ଆଶା ନିଶ୍ଚୟ ପୂରଣ ହୋଇଥାଏ ।

୯) ଲାଲ କପଡ଼ାରେ ଦକ୍ଷିଣା ବାନ୍ଧି ହନୁମାନ ଭଗବାନଙ୍କୁ ଅର୍ପଣ କରିଲେ ଆପଣଙ୍କୁ ଧନ ହାନି ହେବାରୁ ରକ୍ଷା କରିଥାଏ ।

୧୦) ମଙ୍ଗଳବାର ଦିନ ଅଷ୍ଟକ ପାଠ ନିଶ୍ଚୟ କରନ୍ତୁ । ଏଭଳି କରିଲେ ଜୀବନରେ ହୋଇଥିବା ଦୋଷ ଗୁଡ଼ିକୁରୁ ମୁକ୍ତି ମିଳିଥାଏ ।