ସୋମବାର ଦିନ ଏହି ୫ଟି ଉପାୟ କରିବା ଫଳରେ ଶିବଙ୍କ କୃପାରୁ ମିଳିବ ସଙ୍ଗେ ସଙ୍ଗେ ଧନସମ୍ପତି ମଧ୍ୟ ବୃଦ୍ଧି ହୋଇଥାଏ । ଜୀବନର ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ ।

Spread the love

ଭଗବାନ ଭୋଳାନାଥ ସମସ୍ତ ଭଗବାନଙ୍କ ଠାରୁ ଖୁବ ଶୀଘ୍ର ପ୍ରସନ୍ନ ହୋଇ ଥା’ନ୍ତି । ଯଦି କୌଣସି ଭକ୍ତ ସ୍ଵଚ୍ଛ ମନରେ ଶିବଙ୍କ ପୂଜାର୍ଚ୍ଚନା କରିଥାଏ ଏବଂ ଶିବଙ୍କ ଉପରେ ଜଳ ଅର୍ପଣ କରିଥାଏ, ସେହି ଭକ୍ତ ଉପରେ ମହାଦେବ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତର ପ୍ରତ୍ୟେକ ଇଛା ପୂରଣ କରିଥାନ୍ତି । ବର୍ତ୍ତମାନ ସମୟରେ ଏହିଭଳି ଅନେକ ଲୋକ ଅଛନ୍ତି; ଯେଉଁମାନେ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି ଏବଂ ଭୋଳାନାଥ ନିଜର ଅପାର କୃପା ଭକ୍ତଙ୍କ ଉପରେ ଢାଳି ଦିଅନ୍ତି ଏବଂ ଭକ୍ତର ଜୀବନରୁ ସମସ୍ତ ସମସ୍ୟା ଦୂର କରିଥାନ୍ତି । ଭୋଳାନାଥ ସ୍ୱଭାବରେ ବହୁତ ଭୋଳା ହୋଇଥାନ୍ତି; ଏହି କାରଣରୁ ଭକ୍ତ ମହାଦେବଙ୍କୁ ଭୋଳା ଡାକିଥାନ୍ତି ।

ସୋମବାର ଦିନଟି, ଭୋଳାନାଥଙ୍କୁ ସମର୍ପିତ ଅଟେ । ଏହି ଦିନ ଶିବଙ୍କ ବିଶେଷ ପୂଜା କରାଯାଇଥାଏ ଏବଂ ଶିବଙ୍କ କୃପା ଲାଭ କରାଯାଇ ପାରିବ । ଶାସ୍ତ୍ରରେ ଉଲ୍ଲେଖ ରହିଛି; ସୋମବାର ଦିନ ଯଦି କିଛି କଥାର ବିଶେଷ ଧ୍ୟାନ ରଖାଯାଏ ତେବେ ମହାଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ବ୍ୟକ୍ତିର ପ୍ରତ୍ୟକ ସମସ୍ୟା ଦୂର କରିଥାନ୍ତି ।ଯଦି ଆପଣ ମଧ୍ୟ ଭଗବାନ ଶିବଙ୍କ କୃପା ଲାଭ କରିବା ପାଇଁ ଚାହାନ୍ତି ଏବଂ ନିଜ ଜୀବନରୁ ପ୍ରତ୍ୟକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି; ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ କହିବା ପାଇଁ ଚାହୁଁଛୁ ଯାହାକୁ ଆପଣ ସୋମବାର ଦିନ ପାଳନ କଲେ ଜୀବନରେ ଅନେକ ସଫଳତା ପ୍ରାପ୍ତ କରିପାରିବେ ।

ସୋମବାର ଦିନ କରନ୍ତୁ ଏହି ଉପାୟ, ଶିବଙ୍କ କୃପା ମିଳିବ :

ଆପଣମାନେ ଜାଣିଛନ୍ତି; ସୋମବାର ଶିବଙ୍କୁ ଅର୍ପିତ ଅଟେ । ସୋମ ଅର୍ଥ ଚନ୍ଦ୍ରମାଙ୍କ ଦିନ ହୋଇଥାଏ । ଯଦି ଆପଣ ସୋମବାର ଦିନ ସକାଳେ ଉଠି ଭଗବାନ ଶିବଙ୍କ ଦର୍ଶନ କରି ଶିବ ଚାଲିସା କିମ୍ବା ଶିବାଷ୍ଠକ ପାଠ କରନ୍ତି; ତେବେ ଭଗବାନ ଶିବ ଏଥିରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଜୀବନରେ ଥିବା ସମସ୍ତ ଦୁଃଖକଷ୍ଟ ଦୂର କରିଥାନ୍ତି ।

ଯଦି କୌଣସି ବ୍ୟକ୍ତିର ବୈବାହିକ ଜୀବନରେ ସମସ୍ୟା ଲାଗି ରହିଥାଏ କିମ୍ବା ବିବାହରେ କୌଣସି ପ୍ରକାରର ବାଧା ଉତ୍ପନ୍ନ ହେଲେ ଆପଣ ସୋମବାର ଦିନ ପ୍ରାତଃ କାଳରେ ଗୌରୀଶଙ୍କର ରୁଦ୍ରକ୍ଷ କୌଣସି ମନ୍ଦିରରେ ଅର୍ପଣ କରନ୍ତୁ ।

ଯଦି ଆପଣ ସୋମବାର ଦିନ ପ୍ରାତଃ କାଳରେ ବେଲପତ୍ର ଉପରେ ଧଳା ଚନ୍ଦନର ବିନ୍ଦି ଲଗାଇ ନିଜ ଇଛା କହି ଶିବଲିଙ୍ଗ ଉପରେ ଅର୍ପିତ କରନ୍ତି; ତେବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣ ନିଜ ବ୍ୟବସାୟରେ ଉନ୍ନତି କରିବା ପାଇଁ ଚାହାଁନ୍ତି; ତେବେ ସୋମବାର ଦିନ ପ୍ରାତଃ କାଳରେ କୌଣସି ଶିବ ମନ୍ଦିରରେ କ୍ଷୀର ଅର୍ପଣ କରନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଯେଉଁ ପାତ୍ରରେ ଆପଣ କ୍ଷୀର ଅର୍ପଣ କରିବେ; ସେହି ପାତ୍ର ତମ୍ବାର ହୋଇଥିବା ଆବଶ୍ୟକ । ଏହାପରେ କିଛି କ୍ଷୀର ଆଣି ଶ୍ରଦ୍ଧା ସହକାରେ ନିଜ ବ୍ୟବସାୟ ସ୍ଥଳରେ ଛିଞ୍ଚି ଦିଅନ୍ତୁ ଏବଂ “ଓଁ ନମଃ ଶିବାୟ” ଜପ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଏବଂ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଧନ ପ୍ରାପ୍ତି ଇଛା ରହିଛି; ତେବେ ଆପଣ ସୋମବାର ଦିନ କୌଣସି ମଧ୍ୟ ଶିବ ମନ୍ଦିରରେ “ଓଁ ନମଃ ଧନଦାୟ ସ୍ୱାହା” ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।ଆପଣ ଏହି ମନ୍ତ୍ର ଜପ କରିବା ପାଇଁ ରୁଦ୍ରକ୍ଷ ମାଳାର ବ୍ୟବହାର କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଧନରେ ବୃଦ୍ଧି ହେବ ।