ବ୍ଲଡ଼ କ୍ୟାନ୍ସର ଆକ୍ରାନ୍ତ କରିବାର ୩ ମାସ ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏପରି 6ଟି ସଙ୍କେତ !

Spread the love

ଆଜି କଲି ଦୁନିଆରେ ମନୁଷ୍ୟ ପରିବେଶ ସହ ତାଳ ଦେଇ ଚାଲି ଥାଏ । ଯାହା ଦ୍ୱାର ମନୁଷ୍ୟ ନିଜର ଜୀବନଶୈଳୀ ସମ୍ପୂର୍ଣ୍ଣ ରୂପେ ବଦଳି ଦେଇଛି । ପରିବର୍ତ୍ତନଶୀଳ ପରିବେଶରେ ମନୁଷ୍ୟ ଯାହା ସବୁ ବ୍ୟବହାର କରି ତା’ର ଦୈନନ୍ଦିନ ଜୀବନ ପାଇଁ ସେଗୁଡ଼ିକ ଦ୍ୱାରା ମନୁଷ୍ୟ ଅଜାଣତରେ ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ । ଅର୍ଥାତ ଦୂଷିତ ଜଳ ପାନ କରିବା ଓ ବଜରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟପେୟ ଭକ୍ଷଣ କରିବା ଇତ୍ୟାଦି, ଯାହାଦ୍ୱାରା ଅନେକ ରୋଗ ଶିକାର ହେଇଥାଏ ।

ସାମ୍ପ୍ରତିକ ପରିସ୍ଥିତିରେ, ଦୁନିଆରେ ଆତଙ୍କ ଖେଳିବାରେ ଲାଗିଛି କ୍ୟାନ୍ସର । ଯାହାର ଚିକିତ୍ସା କଷ୍ଟ ସାଧ୍ୟ ଓ ଏହି ରୋଗକୁ ମୁକ୍ତି ପାଇବା ମଧ୍ୟ ସହଜ ସାଧ୍ୟ ନୁହେଁ । କିନ୍ତୁ ଏହି ରୋଗ ଆକ୍ରନ୍ତ ହେବ ପୂର୍ବରୁ ରୋଗୀଠାରେ କେତେକ ଲକ୍ଷଣ ଦେଖାଯାଏ, ସେହି ଲକ୍ଷଣକୁ ଜାଣି ସମୟ ପୂର୍ବରୁ ରୋଗୀକୁ ଚିକିତ୍ସା କରାଗଲେ ସମ୍ୟକ ଆରୋଗ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ :

ହାଡ଼ଗୁଡିକରେ ଯନ୍ତ୍ରଣା ଅନୁଭବ କରିବା :

ହାଡ଼ ଗୁଡିକରେ ନବରତ ଯନ୍ତ୍ରଣା ହେବ ଦୈନନ୍ଦିନ ଘଟଣା ବୋଲି ଭାବନ୍ତୁ ନାହିଁ । ଏହା ବ୍ଲଡ଼ କ୍ୟାନ୍ସରର ଏକ ଲକ୍ଷଣ ହେଇଥାଏ । ବ୍ଲଡ଼ କ୍ୟାନ୍ସର ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହିପରି ଯନ୍ତ୍ରଣା ସମୟରେ ଆପଣଙ୍କୁ ଭୋକ ମଧ୍ୟ କମିଯାଇଥାଏ । ବିଳମ୍ବ  ନ କରି ଯଥାଶୀଘ୍ର ଡାକ୍ତରଙ୍କ ର ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ଓଜନ କମିବା :

ବ୍ଲଡ଼ କ୍ୟାନ୍ସରର ଆଉ ଏକ ଲକ୍ଷଣ ହେଲା ଶରୀରର ଓଜନ କମିଯିବା । ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ରୋଗୀଙ୍କ ଶାରୀରର ଓଜନ ହଠାତ କମିଯାଇଥାଏ ।

ଥକାପଣ :

ବ୍ଲଡ଼ କ୍ୟାନ୍ସର ସମୟ ରେ ଶରୀରରେ ହିମୋଗ୍ଲୋବିନର ମାତ୍ରା ଯଥେଷ୍ଟ କମିଯାଇଥାଏ । ଯାହାଫଳରେ ଅକ୍ସିଜେନ ଶରୀରର ବିଭିନ୍ନ ଅଙ୍ଗକୁ ଆବଶ୍ୟକ ମୁତାବକ ପହଞ୍ଚିପାରି ନ ଥାଏ । ଯାହାର ପରିମାଣ ସ୍ୱରୂପ ଶରୀରର ଅଧିକାଂଶ ଅଙ୍ଗ କାମ ବନ୍ଦ କରିପାରେ ନାହିଁ ।

ଗଳା ଦରଜ, ପାଦ ଓ ଛାତିରେ ଜଳାପୋଡା :

ବ୍ଲଡ଼ କ୍ୟାନ୍ସର ସମୟରେ ଗଳା ସାମାନ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ରୋଗୀର ପାଦ ଓ ଛାତି ଲଗାତାର ଜଳାପୋଡ଼ା ଅନୁଭବ କରିବେ । ଶରୀରରେ ଏହିପରି ଲକ୍ଷଣମାନ ଦେଖାଦେଲେ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତର ଙ୍କ ର ପରାମର୍ଶ କରିବା ଉଚିତ ।

ନିମୋନିଆ ହେବା :

ନିମୋନିଆ ହେବା, ମୁହଁରେ ଘା ହେବ, ସ୍କିନ ଖରାପ ହୋଇଯିବ , ମୁଣ୍ଡ ବ୍ୟଥା ହେବା ଏସବୁ ହେଉଛି ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ।